ପୋଖରୀରେ ଫସିଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ, ବନ ବିଭାଗକୁ ହସ୍ତାନ୍ତର

ଭଦ୍ରକ: ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ହରିଣ କାବୁ ହୋଇଛି । ଭଦ୍ରକ ସହରର ଗେଲପୁର ଅଞ୍ଚଳରୁ ହରିଣଟି ଧରା ପଡ଼ିଛି। ହରିଣଟି ଗାଁ ଭିତରେ ଏଣେତେଣେ ବୁଲୁଥିବାରୁ ତାକୁ ଧରିବା ସହଜ ହେଉନଥିଲା। ହେଲେ ରବିବାର ଏକ ପୋଖରୀରେ ପଡ଼ି ଫସିଯାଇଥିଲା ହରିଣଟି। ପରବର୍ତ୍ତୀ ଅବସ୍ଥାରେ ଗ୍ରାମବାସୀମାନେ ହରିଣଟିକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଅଧୀନ ଓଲଙ୍ଗ ଓ ଗୋବିନ୍ଦପୁର ଅଞ୍ଚଳରେ ହରିଣଟି ମାସେ ଧରି ବୁଲୁଥିଲା। ହରିଣଟି ଜଙ୍ଗଲିଆ ଅଞ୍ଚଳରେ ଲୁଚି ଯାଉଥିବାରୁ ତାକୁ ବନ୍ୟ ପ୍ରାଣୀ ବିଭାଗ ଧରିପାରୁନଥିଲେ। ତେବେ ପରେ ହରିଣଟି ଗେଲପୁର ଅଞ୍ଚଳକୁ ଚାଲିଆସିଥିଲା। ସ୍ଥାନୀୟ ଲୋକେ ହରିଣଟିକୁ କାବୁ କରିବାକୁ ଚେଷ୍ଟା କରିବାବେଳେ ହରିଣଟି ଏକ ପୋଖରୀରେ ପଡ଼ିଯାଇଥିଲା। ଅବଶ୍ୟ ପରେ ଭଦ୍ରକ ବନ ବିଭାଗ ତରଫରୁ ହରିଣକୁ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ହରିଣକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି।

ପୋଖରୀରେ ଫସିଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ, ବନ ବିଭାଗକୁ ହସ୍ତାନ୍ତର

ଭଦ୍ରକ: ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ହରିଣ କାବୁ ହୋଇଛି । ଭଦ୍ରକ ସହରର ଗେଲପୁର ଅଞ୍ଚଳରୁ ହରିଣଟି ଧରା ପଡ଼ିଛି। ହରିଣଟି ଗାଁ ଭିତରେ ଏଣେତେଣେ ବୁଲୁଥିବାରୁ ତାକୁ ଧରିବା ସହଜ ହେଉନଥିଲା। ହେଲେ ରବିବାର ଏକ ପୋଖରୀରେ ପଡ଼ି ଫସିଯାଇଥିଲା ହରିଣଟି। ପରବର୍ତ୍ତୀ ଅବସ୍ଥାରେ ଗ୍ରାମବାସୀମାନେ ହରିଣଟିକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। 

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଅଧୀନ ଓଲଙ୍ଗ ଓ ଗୋବିନ୍ଦପୁର ଅଞ୍ଚଳରେ ହରିଣଟି ମାସେ ଧରି ବୁଲୁଥିଲା। ହରିଣଟି ଜଙ୍ଗଲିଆ ଅଞ୍ଚଳରେ ଲୁଚି ଯାଉଥିବାରୁ ତାକୁ ବନ୍ୟ ପ୍ରାଣୀ ବିଭାଗ ଧରିପାରୁନଥିଲେ। ତେବେ ପରେ ହରିଣଟି ଗେଲପୁର ଅଞ୍ଚଳକୁ ଚାଲିଆସିଥିଲା। 

ସ୍ଥାନୀୟ ଲୋକେ ହରିଣଟିକୁ କାବୁ କରିବାକୁ ଚେଷ୍ଟା କରିବାବେଳେ ହରିଣଟି ଏକ ପୋଖରୀରେ ପଡ଼ିଯାଇଥିଲା। ଅବଶ୍ୟ ପରେ ଭଦ୍ରକ ବନ ବିଭାଗ ତରଫରୁ ହରିଣକୁ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ହରିଣକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି।