ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ, ଥାନା ଘେରିଲେ ଶତାଧିକ ମହିଳା
ବାଲିପାଟଣା: ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ବାଲିପାଟଣା ଥାନା ଘେରିଲେ ଶତାଧିକ ମହିଳା। ମହିଳା ମାନେ ଥାନା ଘେରିବା ସହ ପ୍ଲା କାର୍ଡ ଧରି ଥାନା ପରିସରରେ ହୋ ହଲ୍ଲା କରିଛନ୍ତି ।ସୂଚନା ଅନୁଯାୟୀ, ବୁଧବାର ଦିନ ମହିଳା ଗୋଷ୍ଠୀର କିଛି ସଦସ୍ୟା ସଭାରେ ଯୋଗ ଦେବା ପରେ ସାହେବ ନଗର ଠାରେ ରାସ୍ତାରେ ଯାଉଥିବା ବେଳେ ପାଖ ଗ୍ରାମର ଜଣେ ଯୁବକ ମହିଳା ମାନଙ୍କୁ କମେଣ୍ଟ ମାରିଥିଲା। ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲା । ଏ ନେଇ ମହିଳା ମାନେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ୩ ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶତାଧିକ ମହିଳା ବାଲିପାଟଣା ଥାନା ଘେରିଥିଲେ । ତୁରନ୍ତ ଦୋଷୀକୁ ଗିରଫ ପାଇଁ ମହିଳା ମାନେ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଶାନ୍ତ ପଡ଼ିଥିଲେ ମହିଳା ।
ବାଲିପାଟଣା: ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ବାଲିପାଟଣା ଥାନା ଘେରିଲେ ଶତାଧିକ ମହିଳା। ମହିଳା ମାନେ ଥାନା ଘେରିବା ସହ ପ୍ଲା କାର୍ଡ ଧରି ଥାନା ପରିସରରେ ହୋ ହଲ୍ଲା କରିଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ଦିନ ମହିଳା ଗୋଷ୍ଠୀର କିଛି ସଦସ୍ୟା ସଭାରେ ଯୋଗ ଦେବା ପରେ ସାହେବ ନଗର ଠାରେ ରାସ୍ତାରେ ଯାଉଥିବା ବେଳେ ପାଖ ଗ୍ରାମର ଜଣେ ଯୁବକ ମହିଳା ମାନଙ୍କୁ କମେଣ୍ଟ ମାରିଥିଲା। ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲା । ଏ ନେଇ ମହିଳା ମାନେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗର ୩ ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶତାଧିକ ମହିଳା ବାଲିପାଟଣା ଥାନା ଘେରିଥିଲେ । ତୁରନ୍ତ ଦୋଷୀକୁ ଗିରଫ ପାଇଁ ମହିଳା ମାନେ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଶାନ୍ତ ପଡ଼ିଥିଲେ ମହିଳା ।