ପୋଲିସକୁ ସଫଳତା, ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି ୧୯।୦୩ : ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ ସଫଳତା। ୭୭୫ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ତଦନ୍ତ ଲାଗି ସେମାନଙ୍କୁ ଜେରା କରୁଛି ପୋଲିସ ।  ଖବର ଅନୁଯାୟୀ, କାଲିମେଳା ଥାନା ପାପୁଲୁର ଓ କୁର୍ମାନୁର ଅଞ୍ଚଳରେ କାଲିମେଳା ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ମୁଦୁଲିଗୁଡା ଗାଁର ଦୁଇ ଜଣ ବ୍ୟକ୍ତି ଜଗତରାଇ ମୁଦୁଲି ଓ ସୋନା ମୁଦୁଲି ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ କରିବା ଲାଗି ପୋଲେରୁ ନିକଟସ୍ଥ ପେଟାଲ ଜଙ୍ଗଲରେ ଭାରି ମାତ୍ରାରେ ଗଞ୍ଜେଇ ଲୁଚାଇ ରଖିଥିଲେ । ପୋଲିସର ଏକ ଟିମ ସେଠାରେ ଚଢାଉ କରି ୭୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।ତେବେ ଜବତ ଗଞ୍ଜେଇର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଅଧିକ ତଦନ୍ତ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି ।

ପୋଲିସକୁ ସଫଳତା, ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି ୧୯।୦୩ : ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ ସଫଳତା। ୭୭୫ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ତଦନ୍ତ ଲାଗି ସେମାନଙ୍କୁ ଜେରା କରୁଛି ପୋଲିସ ।  

ଖବର ଅନୁଯାୟୀ, କାଲିମେଳା ଥାନା ପାପୁଲୁର ଓ କୁର୍ମାନୁର ଅଞ୍ଚଳରେ କାଲିମେଳା ଥାନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ମୁଦୁଲିଗୁଡା ଗାଁର ଦୁଇ ଜଣ ବ୍ୟକ୍ତି ଜଗତରାଇ ମୁଦୁଲି ଓ ସୋନା ମୁଦୁଲି ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ କରିବା ଲାଗି ପୋଲେରୁ ନିକଟସ୍ଥ ପେଟାଲ ଜଙ୍ଗଲରେ ଭାରି ମାତ୍ରାରେ ଗଞ୍ଜେଇ ଲୁଚାଇ ରଖିଥିଲେ । ପୋଲିସର ଏକ ଟିମ ସେଠାରେ ଚଢାଉ କରି ୭୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ତେବେ ଜବତ ଗଞ୍ଜେଇର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଅଧିକ ତଦନ୍ତ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି ।