ରୂପ ନେଲା ଚନ୍ଦ୍ରଯାନ -୫: ଡିଜାଇନ୍‌ ପାଇଁ ଆଲୋଚନା କଲେ ଇସ୍ରୋ ଓ ଜାପାନ ମହାକାଶ ଗବେଷଣା ସଂସ୍ଥା

ନୂଆଦିଲ୍ଲୀ: ଭାରତ ଓ ଜାପାନ ସେମାନଙ୍କର ମିଳିତ ଚନ୍ଦ୍ର ଅନୁସନ୍ଧାନ ପ୍ରୟାସକୁ ଆଉ ଟିକେ ଆଗକୁ ବଢ଼ାଇଛନ୍ତି। କାରଣ ଚନ୍ଦ୍ରଯାନ-୫/ଲୁପେକ୍ସ ମିଶନ ଆନୁଷ୍ଠାନିକ ଭାବରେ ଏହାର ଡିଜାଇନ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ଚନ୍ଦ୍ରଯାନ-୫ ବିଷୟରେ ଆଲୋଚନା କରିବାକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ), ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (JAXA), ଏବଂ ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ (MHI)ର ବରିଷ୍ଠ ଅଧିକାରୀ ଓ ଟେକ୍ନିକାଲ ଟିମ୍ର ବେଙ୍ଗାଲୁରେ ତୃତୀୟ ଟେକ୍ନିକାଲ ଇଣ୍ଟରଫେସ୍ ବୈଠକ (TIM-3) ହୋଇଥିଲା। ଏହି ବୈଠକରେ ଚନ୍ଦ୍ରଯାନ-୫/ଲୁପେକ୍ସ ପ୍ରକଳ୍ପ ପାଇଁ ମିଶନ ଡିଜାଇନ୍, ଟେକ୍ନିକାଲ ଇଣ୍ଟରଫେସ୍ ଏବଂ ସହଯୋଗୀ ମାଇଲଖୁଣ୍ଟଗୁଡ଼ିକୁ ଚୂଡ଼ାନ୍ତ କରିବା ଉପରେ ଆଲୋଚନା କରାଯାଇଥିଲା। ଚନ୍ଦ୍ରାୟନ -୫ କୁ LUPEX ( ଲୁନାର ପୋଲାର ଏକ୍ସପ୍ଲୋରେଶନ୍) ଭାବରେ ମଧ୍ୟ ଜଣାଶୁଣା। ଚନ୍ଦ୍ରଯାନ -୧, ଚନ୍ଦ୍ରଯାନ-୨, ଚନ୍ଦ୍ରଯାନ -୩ ଏବଂ ଆଗାମୀ ଚନ୍ଦ୍ରଯାନ -୪ ନମୁନା ପ୍ରତ୍ୟାବର୍ତ୍ତନ ମିଶନ ପରେ ଏହା ଭାରତର ଚନ୍ଦ୍ରଯାନ ସିରିଜର ପଞ୍ଚମ ମିଶନ ହେବ।ଏହି ନୂଆ ମିଶନର ଲକ୍ଷ୍ୟ ହେଉଛି ଭବିଷ୍ୟତର ମାନବ ଅନୁସନ୍ଧାନ ପାଇଁ ଏକ ପ୍ରମୁଖ କ୍ଷେତ୍ର କୁହାଯାଉଥିବା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସ୍ଥାୟୀ ଭାବରେ ଥିବା ଛାୟାଯୁକ୍ତ ଅଞ୍ଚଳ (PSRs)ରେ ଚନ୍ଦ୍ରର ଅସ୍ଥିର ପଦାର୍ଥ, ବିଶେଷକରି ପାଣି ବିଷୟରେ ଅଧ୍ୟୟନ କରିବା। ଏହି ମିଶନ୍ JAXA ର

ରୂପ ନେଲା ଚନ୍ଦ୍ରଯାନ -୫: ଡିଜାଇନ୍‌ ପାଇଁ ଆଲୋଚନା କଲେ ଇସ୍ରୋ ଓ ଜାପାନ ମହାକାଶ ଗବେଷଣା ସଂସ୍ଥା

ନୂଆଦିଲ୍ଲୀ: ଭାରତ ଓ ଜାପାନ ସେମାନଙ୍କର ମିଳିତ ଚନ୍ଦ୍ର ଅନୁସନ୍ଧାନ ପ୍ରୟାସକୁ ଆଉ ଟିକେ ଆଗକୁ ବଢ଼ାଇଛନ୍ତି। କାରଣ ଚନ୍ଦ୍ରଯାନ-୫/ଲୁପେକ୍ସ ମିଶନ ଆନୁଷ୍ଠାନିକ ଭାବରେ ଏହାର ଡିଜାଇନ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ଚନ୍ଦ୍ରଯାନ-୫ ବିଷୟରେ ଆଲୋଚନା କରିବାକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ), ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (JAXA), ଏବଂ ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ (MHI)ର ବରିଷ୍ଠ ଅଧିକାରୀ ଓ ଟେକ୍ନିକାଲ ଟିମ୍ର ବେଙ୍ଗାଲୁରେ ତୃତୀୟ ଟେକ୍ନିକାଲ ଇଣ୍ଟରଫେସ୍ ବୈଠକ (TIM-3) ହୋଇଥିଲା। 

ଏହି ବୈଠକରେ ଚନ୍ଦ୍ରଯାନ-୫/ଲୁପେକ୍ସ ପ୍ରକଳ୍ପ ପାଇଁ ମିଶନ ଡିଜାଇନ୍, ଟେକ୍ନିକାଲ ଇଣ୍ଟରଫେସ୍ ଏବଂ ସହଯୋଗୀ ମାଇଲଖୁଣ୍ଟଗୁଡ଼ିକୁ ଚୂଡ଼ାନ୍ତ କରିବା ଉପରେ ଆଲୋଚନା କରାଯାଇଥିଲା। ଚନ୍ଦ୍ରାୟନ -୫ କୁ LUPEX ( ଲୁନାର ପୋଲାର ଏକ୍ସପ୍ଲୋରେଶନ୍) ଭାବରେ ମଧ୍ୟ ଜଣାଶୁଣା। ଚନ୍ଦ୍ରଯାନ -୧, ଚନ୍ଦ୍ରଯାନ-୨, ଚନ୍ଦ୍ରଯାନ -୩ ଏବଂ ଆଗାମୀ ଚନ୍ଦ୍ରଯାନ -୪ ନମୁନା ପ୍ରତ୍ୟାବର୍ତ୍ତନ ମିଶନ ପରେ ଏହା ଭାରତର ଚନ୍ଦ୍ରଯାନ ସିରିଜର ପଞ୍ଚମ ମିଶନ ହେବ।

ଏହି ନୂଆ ମିଶନର ଲକ୍ଷ୍ୟ ହେଉଛି ଭବିଷ୍ୟତର ମାନବ ଅନୁସନ୍ଧାନ ପାଇଁ ଏକ ପ୍ରମୁଖ କ୍ଷେତ୍ର କୁହାଯାଉଥିବା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସ୍ଥାୟୀ ଭାବରେ ଥିବା ଛାୟାଯୁକ୍ତ ଅଞ୍ଚଳ (PSRs)ରେ ଚନ୍ଦ୍ରର ଅସ୍ଥିର ପଦାର୍ଥ, ବିଶେଷକରି ପାଣି ବିଷୟରେ ଅଧ୍ୟୟନ କରିବା। ଏହି ମିଶନ୍ JAXA ର H3-24L ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯିବ। ଯେଉଁଥିରେ ଇସ୍ରୋ ଦ୍ୱାରା ନିର୍ମିତ ଚନ୍ଦ୍ର ଲ୍ୟାଣ୍ଡର୍ ଏବଂ ଏମ୍‌ଏଚ୍‌ଆଇ ଦ୍ୱାରା ବିକଶିତ ଏକ ଜାପାନୀ ନିର୍ମିତ ରୋଭର ବହନ କରିବ। ମିଶନ୍ ପାଇଁ ବୈଜ୍ଞାନିକ ଉପକରଣଗୁଡ଼ିକରେ କେବଳ ଇସ୍ରୋ କିମ୍ବା ଜାକ୍ସା ଦ୍ୱାରା ନୁହେଁ, ବରଂ ୟୁରୋପୀୟ ମହାକାଶ ସଂସ୍ଥା (ESA) ଏବଂ NASAର ମଧ୍ୟ ଯୋଗଦାନ ରହିବ। ଏହି ସମସ୍ତଙ୍କର ନଜର ଚନ୍ଦ୍ରର ଅସ୍ଥିରତାଗୁଡ଼ିକର ସ୍ଥିତିଗତ ବିଶ୍ଳେଷଣ ଉପରେ କେନ୍ଦ୍ରିତ ରହିଛି।

ଏହି ବୈଠକରେ ଇସ୍ରୋ ଅଧିକାରୀମାନେ ଅବତରଣ ସ୍ଥାନ ଚୟନ, ପେଲୋଡ୍ ଅପ୍ଟିମାଇଜେସନ୍ ଏବଂ ଗ୍ରାଉଣ୍ଡ କମ୍ୟୁନିକେସନ ସିଷ୍ଟମ ବ୍ୟବସ୍ଥାରେ ପ୍ରଗତି ଉପରେ ଆଲୋକପାତ କରିଥିଲେ। ମିଶନର ସଫଳତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ କ୍ଲିୟର ପ୍ରୋଜେକ୍ଟ ମାଇଲଷ୍ଟୋନ, ସମୟସୀମା ଏବଂ କାର୍ଯ୍ୟକ୍ଷମତା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। 

ସୂଚନା ଥାଉକି, ଭାରତ ସରକାର ମାର୍ଚ୍ଚ ୨୦୨୫ ରେ ଚନ୍ଦ୍ରଯାନ-୫/ଲୁପେକ୍ସକୁ ଆର୍ଥିକ ମଞ୍ଜୁରୀ ସହିତ ଅନୁମୋଦନ କରିଥିଲେ। ଯାହା ମିଶନର ରୋଡମ୍ୟାପକୁ ଆହୁରି ଦୃଢ଼ କରିଥିଲା। ଏହି ପ୍ରକଳ୍ପପକୁ ଭାରତର ଦୀର୍ଘକାଳୀନ ଚନ୍ଦ୍ର ଅନ୍ୱେଷଣ ଅଭିଯାନର ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି। ଯେଉଁଥିରେ ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବା ଲକ୍ଷ ରଖାଯାଇଛି। ଭାରତ ଏବଂ ଜାପାନ ମିଶନର ବିସ୍ତୃତ ଡିଜାଇନ୍ ପର୍ଯ୍ୟାୟରେ ପ୍ରବେଶ କରିବା ସହିତ, ବିଶ୍ୱସ୍ତରୀୟ ସହଯୋଗ ଏବଂ ଟେକ୍ନୋଲୋଜୀ ଇନୋବେସନ ଚନ୍ଦ୍ର ଅନୁସନ୍ଧାନର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ରହିଛି।