ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ବଲାଙ୍ଗୀର : ପୋଖରୀ ଭିତରେ ଭାସୁଛି ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଳୁଦୀପ ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପାଳି ଗାଁରେ । ତେବେ ତାଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନାନୁସାରେ, କାଳୁଦୀପ ଗୁରୁବାର ସନ୍ଧ୍ୟାରେ ଗାଁର କିଛି ଯୁବକ ମାନଙ୍କ ସହ ବସି ଜୁଆ ଖେଳୁଥିଲେ । ତାପରଠାରୁ ସେ ନିଖୋଜ […]

ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ
ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ବଲାଙ୍ଗୀର : ପୋଖରୀ ଭିତରେ ଭାସୁଛି ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଳୁଦୀପ ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପାଳି ଗାଁରେ । ତେବେ ତାଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନାନୁସାରେ, କାଳୁଦୀପ ଗୁରୁବାର ସନ୍ଧ୍ୟାରେ ଗାଁର କିଛି ଯୁବକ ମାନଙ୍କ ସହ ବସି ଜୁଆ ଖେଳୁଥିଲେ । ତାପରଠାରୁ ସେ ନିଖୋଜ ହୋଇଯାଇଥିଲେ । କାଲୁଙ୍କ ନିଖୋଜ ନେଇ ଘରଲୋକେ ପୁଇଁତଳା ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ କାଳୁଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖିଥିଲେ ଗାଁ ଲୋକେ । ଜୁଆ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।