ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ
ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ ବୁଡ଼ି ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗ୍ରାମର ଗୋପ ମଲ୍ଲିକଙ୍କ ଝିଅ ମୋହିନୀ ମଲ୍ଲିକ(୧୨) ଓ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ବର୍ଣ୍ଣପ୍ରଭା ମଲ୍ଲିକ(୧୧)। ୨ ସମ୍ପର୍କୀୟ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ। ପୋଖରୀରେ ଗାଧୋଉଥିବା ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ […] The post ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ appeared first on Dharitri Odia News.
ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ ବୁଡ଼ି ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ଗ୍ରାମର ଗୋପ ମଲ୍ଲିକଙ୍କ ଝିଅ ମୋହିନୀ ମଲ୍ଲିକ(୧୨) ଓ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ବର୍ଣ୍ଣପ୍ରଭା ମଲ୍ଲିକ(୧୧)। ୨ ସମ୍ପର୍କୀୟ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ। ପୋଖରୀରେ ଗାଧୋଉଥିବା ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୨ ଝିଅଙ୍କୁ ହରାଇ ସେମାନଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
The post ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ appeared first on Dharitri Odia News.