ପୋଖରୀରେ ବୁଡି ନାବାଳକ ମୃତ ,ପୋଲିସର ତଦନ୍ତ ଜାରି

ପାଟଣାଗଡ଼  : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମରୁଆଁ ଗାଁ ପୋଖରୀରେ ବୁଡି ନାବାଳକଙ୍କ ମୃତ ହୋଇଛି ।  ମୃତ ନାବାଳକ ଜଣକ ହେଲେ ପାଟଣାଗଡ଼ ଥାନା ମରୁଆଁ ଗାଁର ସ୍ବର୍ଗତ ଧୀରଜ ସାହୁଙ୍କ ୯ବର୍ଷର ପୁଅ ପ୍ରଜ୍ଞାନ ସାହୁ । ଖବର ପାଇବା ପରେ ପରିବାର ଲୋକେ ପୋଖରୀରେ ବୁଡି ଯାଇଥିବା ନାବାଳକକୁ  ଉଦ୍ଧାର କରିଥିଲେ । ପରେ ପରିବାର ଲୋକେ ନାବାଳକକୁ  ପାଟଣାଗଡ଼ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ […] The post ପୋଖରୀରେ ବୁଡି ନାବାଳକ ମୃତ ,ପୋଲିସର ତଦନ୍ତ ଜାରି appeared first on KNews Odisha.

ପୋଖରୀରେ ବୁଡି ନାବାଳକ ମୃତ ,ପୋଲିସର ତଦନ୍ତ ଜାରି
drown

ପାଟଣାଗଡ଼  : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମରୁଆଁ ଗାଁ ପୋଖରୀରେ ବୁଡି ନାବାଳକଙ୍କ ମୃତ ହୋଇଛି ।  ମୃତ ନାବାଳକ ଜଣକ ହେଲେ ପାଟଣାଗଡ଼ ଥାନା ମରୁଆଁ ଗାଁର ସ୍ବର୍ଗତ ଧୀରଜ ସାହୁଙ୍କ ୯ବର୍ଷର ପୁଅ ପ୍ରଜ୍ଞାନ ସାହୁ । ଖବର ପାଇବା ପରେ ପରିବାର ଲୋକେ ପୋଖରୀରେ ବୁଡି ଯାଇଥିବା ନାବାଳକକୁ  ଉଦ୍ଧାର କରିଥିଲେ । ପରେ ପରିବାର ଲୋକେ ନାବାଳକକୁ  ପାଟଣାଗଡ଼ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ  ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

 

Also read : ଶନିଙ୍କ ଜଳାଭିଷେକ ବେଳେ ଅଘଟଣ: ପୋଖରୀରେ ବୁଡି ଚାଲିଗଲା ନାବାଳକର ଜୀବନ

The post ପୋଖରୀରେ ବୁଡି ନାବାଳକ ମୃତ ,ପୋଲିସର ତଦନ୍ତ ଜାରି appeared first on KNews Odisha.