ପୋଖରୀରେ ବୁଡି ମା’ଝିଅ ଙ୍କ ସଲିଳ ସମାଧି

ନବରଙ୍ଗପୁର : ପୋଖରୀରେ ବୁଡ଼ିଯାଇ ମା’ଝିଅଙ୍କ ସଲିଳ ସମାଧି I ବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗାଁରେ ଘଟିଛି ଏହି ଅଘଟଣ I ମୃତକ ହେଉଛନ୍ତି, ଗୀତା କଲାର (୩୨) ଓ କରିସ୍ମା କଲାର (୭)। ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ। ଏହି […]

ପୋଖରୀରେ ବୁଡି ମା’ଝିଅ ଙ୍କ ସଲିଳ ସମାଧି
ପୋଖରୀରେ ବୁଡି ମା'ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର : ପୋଖରୀରେ ବୁଡ଼ିଯାଇ ମା’ଝିଅଙ୍କ ସଲିଳ ସମାଧି I ବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗାଁରେ ଘଟିଛି ଏହି ଅଘଟଣ I ମୃତକ ହେଉଛନ୍ତି, ଗୀତା କଲାର (୩୨) ଓ କରିସ୍ମା କଲାର (୭)।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଆସି ଘଟଣାସ୍ଥରେ ତଦନ୍ତ ଚଳାଇଛି I