ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍
ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି। ଗାଡ଼ି ମଟରା ଅଟକି ରହିବା ଯୋଗୁ ବ୍ରହ୍ମପୁର, ରାଇପୁର, ଦାରିଙ୍ଗବାଡ଼ି, ସୋରଡ଼ା, ଭଞ୍ଜନଗର ଯାଉଥିବା ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ହେବା ସହ ଠିକାଦାର କାହିଁକି ଏହି ମରାମତି କାର୍ଯ୍ୟ ରାତିରେ ନକରି ଦିନରେ ରାସ୍ତା ବନ୍ଦ କରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। […] The post ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍ appeared first on Dharitri Odia News.
ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି। ଗାଡ଼ି ମଟରା ଅଟକି ରହିବା ଯୋଗୁ ବ୍ରହ୍ମପୁର, ରାଇପୁର, ଦାରିଙ୍ଗବାଡ଼ି, ସୋରଡ଼ା, ଭଞ୍ଜନଗର ଯାଉଥିବା ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ହେବା ସହ ଠିକାଦାର କାହିଁକି ଏହି ମରାମତି କାର୍ଯ୍ୟ ରାତିରେ ନକରି ଦିନରେ ରାସ୍ତା ବନ୍ଦ କରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଜାତୀୟ ରାଜପଥକୁ ଅବରୋଧ କରାଯାଇ ମରାମତି କରାଯିବ ବୋଲି ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି। ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ଉକ୍ତ ଜଙ୍ଗଲ ମଧ୍ୟରେ ଅଟକି ରହିଥିଲେ। ଗୋଟିଏ ପଟେ ଏବେ ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଚାଲିଥିବା ବେଳେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥାନକୁ ଯାଇପାରୁ ନାହାନ୍ତି। ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ଏହି ରାଜପଥର ଦାରିଙ୍ଗବାଡ଼ି ବ୍ଲକ୍ ପଞ୍ଚୁପଲିଠାରୁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍ ପିପଳପଙ୍କା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୨୭ କି.ମି ରାସ୍ତା ଅଣ ଓସାରିଆ ସହ ସେଥି ମଧ୍ୟରେ ପ୍ରାୟ ୧୫ କିମି ରାସ୍ତା ଅଙ୍କାବଙ୍କା ଘାଟି ରାସ୍ତା ରହିଛି। ଅନେକ ସମୟରେ ଉକ୍ତ ଘାଟି ରାସ୍ତାରେ ଦୁର୍ଘଟଣା ଘଟୁଥିବା ନଜିର ରହିଥିବା ବେଳେ ସେହି ରାସ୍ତା ଦେଇ ଭାରିଯାନ ଯାତାୟାତ ସମ୍ଭବ ହେଉନାହିଁ। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ୭ ଶହ ୧୮ କୋଟି ଟଙ୍କା ଅନୁଦାନ ରହିଛି। ତାହା ସମ୍ପ୍ରସାରଣ କାର୍ଯ୍ୟ କରାଗଲେ ହିଁ ସେହି ରାଜପଥ ବିପଦ ମୁକ୍ତ ହୋଇପାରିବ ବୋଲି କୁହାଯାଉଛି।
The post ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍ appeared first on Dharitri Odia News.