ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ

ନୀଳଗିରି,୧୩।୩(ପ୍ରଶାନ୍ତ ବିଶ୍ୱଳ): ଦ୍ରୁତଗତିରେ ଗାଡ଼ି ଚଳାଇବା କାଳ ହୋଇଛି। ଶେରଗଡ଼ ନୀଳଗିରି ଝରଣଘାଟି ୧୯ନମ୍ବର ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା କାମ ଚାଲିଥିବା ବେଳେ ନିର୍ମାଣାଧୀନ ପୋଲ ଉପରକୁ ଏକ ଆମ୍ବୁଲାନ୍ସ ମାଡ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ପୋଲ ଉପରେ ଝୁଲି ରହିଛି। ହେଲେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ୧୦୨ ଜନନୀ ଏକ୍ସପ୍ରେସ ଭାଲୁକାଶୁଣି ଗାଁକୁ ରୋଗୀ ଆଣିବାକୁ ଯିବାବେଳେ ପୋଡ଼ାଶୁଳ ନିକଟରେ […] The post ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ appeared first on Dharitri Odia News.

ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ

ନୀଳଗିରି,୧୩।୩(ପ୍ରଶାନ୍ତ ବିଶ୍ୱଳ): ଦ୍ରୁତଗତିରେ ଗାଡ଼ି ଚଳାଇବା କାଳ ହୋଇଛି। ଶେରଗଡ଼ ନୀଳଗିରି ଝରଣଘାଟି ୧୯ନମ୍ବର ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା କାମ ଚାଲିଥିବା ବେଳେ ନିର୍ମାଣାଧୀନ ପୋଲ ଉପରକୁ ଏକ ଆମ୍ବୁଲାନ୍ସ ମାଡ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ପୋଲ ଉପରେ ଝୁଲି ରହିଛି। ହେଲେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ୧୦୨ ଜନନୀ ଏକ୍ସପ୍ରେସ ଭାଲୁକାଶୁଣି ଗାଁକୁ ରୋଗୀ ଆଣିବାକୁ ଯିବାବେଳେ ପୋଡ଼ାଶୁଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କୁହୁଡି କିମ୍ବା ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

The post ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ appeared first on Dharitri Odia News.