ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ମୁନସୀ ମେଳଣ

ଭଦ୍ରକ(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ପରିସରରେ ଚଳିତ ବର୍ଷ ମହା ଆଡମ୍ବର ସହିତ ପ୍ରସିଦ୍ଧ ମୁନସୀ ମେଳଣ ଅନୁଷ୍ଠିତ ହୋଇଛି । ୧୯୪୩ ମସିହାରୁ ତତ୍କାଳୀନ ମୁନସୀ ସାହେବ ଆରମ୍ଭ କରିଥିବା ଏହି ମେଳଣ ଏବେ ଭଣ୍ଡାରିପୋଖରୀ ଅଂଚଳ ରେ ଗଣ ପର୍ବ ଭାବେ ପାଳିତ ହେଉଛି । ଏହି ମେଳଣ ରେ ପୋଲିସ ଜନତା ରଙ୍ଗ ଖେଳୁଛନ୍ତି । ଆଜିର ଭଣ୍ଡାରିପୋଖରୀ ଥାନା ବାବୁ ଏଠାରେ ମେଳଣ ଦିନ ନିଜ ପୋଲିସ ଡ୍ରେସ ପିନ୍ଧନ୍ତି […] The post ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ମୁନସୀ ମେଳଣ appeared first on KNews Odisha.

ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ମୁନସୀ ମେଳଣ

ଭଦ୍ରକ(କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ପରିସରରେ ଚଳିତ ବର୍ଷ ମହା ଆଡମ୍ବର ସହିତ ପ୍ରସିଦ୍ଧ ମୁନସୀ ମେଳଣ ଅନୁଷ୍ଠିତ ହୋଇଛି । ୧୯୪୩ ମସିହାରୁ ତତ୍କାଳୀନ ମୁନସୀ ସାହେବ ଆରମ୍ଭ କରିଥିବା ଏହି ମେଳଣ ଏବେ ଭଣ୍ଡାରିପୋଖରୀ ଅଂଚଳ ରେ ଗଣ ପର୍ବ ଭାବେ ପାଳିତ ହେଉଛି । ଏହି ମେଳଣ ରେ ପୋଲିସ ଜନତା ରଙ୍ଗ ଖେଳୁଛନ୍ତି ।

ଆଜିର ଭଣ୍ଡାରିପୋଖରୀ ଥାନା ବାବୁ ଏଠାରେ ମେଳଣ ଦିନ ନିଜ ପୋଲିସ ଡ୍ରେସ ପିନ୍ଧନ୍ତି ନାହିଁ । ଆୟୋଜକ ଭାବେ ମେଳଣ ଉତ୍ସବକୁ ସାଧାରଣ ଲୋକଙ୍କ ସହିତ ମିଶି ପାଳନ କରନ୍ତି ତାହା ନହେଲେ ଥାନା ପରିସରରେ ପୋଲିସ ବାବୁଙ୍କୁ ରଙ୍ଗ ଲଗାଇବା ସହ ନାଚ ଗୀତ ଆସର ଜମୁ ନଥାନ୍ତା ।ଏହି ମେଳଣରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ରୁ ଅଧିକ ବିମାନ ଶୋଭଯାତ୍ରା ରେ ଥାନା ପରିସରରକୁ ଆସିଥିଲେ । ନାଚ ଗୀତ ସହ ଅସର ଜମିଥାଏ । ଥାନା ନିକଟରେ ମେଢ଼ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ରଙ୍ଗର ଖେଳ । ସେହିପରି ଆଧୁନିକ ଗୀତ ନାଚ ଅନୁଷ୍ଠିତ ହୋଇଥିଲା । ସେହିପରି ଅସ୍ଥାୟୀ ଦୋକାନ ବଜାର ପଡିଥିଲା । ତେଣୁ ଲୋକ ମାନେ ମେଳଣ ଦେଖିବା ସହିତ ତତ୍କାଳୀନ ମୁନିସ ସାହେବଙ୍କୁ ମାନେ ପକାଇଥିଲେ ଏବଂ ବିଭିନ୍ନ ଘର କରଣା ଜିନିଷ ପତ୍ର କିଣିଥିଲେ ।

ସେହିପରି ଭାବେ ଏହି ମେଳଣ କୁ ଅଧିକ ଆକର୍ଷିତ କରିବା ପାଇଁ ଭଣ୍ଡାରିପୋଖରୀ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ତିନି ଦିନ ଧରି ଏହି ମେଳଣ ଉତ୍ସବ ଆୟୋଜନ କରାଯାଇଥିଲା । ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବା ପାଇଁ ଥାନା ପରିସରରେ ହଜାର ହଜାର ଦର୍ଶକ ମାନଙ୍କ ସମାଗମ ହୋଇଥିଲା । ଠାକୁର ବଡ଼ିଆ ମାନେ ଅତି ଶୃଙ୍ଖଳାର ସହିତ ବିମାନ ରେ ଠାକୁରଙ୍କୁ ବସାଇ ଥାନା ପରିସରକୁ ଆଣିଥିଲେ । ପରେ ଥାନାଧିକାରୀ ଠାକୁରଙ୍କୁ ଭୋଗ ଲଗାଇଥିଲେ । ମେଳଣ କମିଟି ଓ ପୋଲିସ କର୍ମଚାରୀ ମାନେ ମିଳିମିଶି ଅତି ଶୃଙ୍ଖଳାର ସହିତ ଭାଇଚାରା ରଖି ମେଳଣ ଉତ୍ସବକୁ ପରିଚାଳନା କରିଥିଲେ ।

The post ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ମୁନସୀ ମେଳଣ appeared first on KNews Odisha.