ପୋଲିସ ପାଟ୍ରୋଲିଂ ବେଳେ ୧୪ ବସ୍ତା ଗଞ୍ଜେଇ ଜବତ: ମାଫିଆ ଚମ୍ପଟ

ବାଲିଗୁଡ଼ା,୧୬।୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତର ଜଙ୍ଗୁଙ୍ଗିଆ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା। ତେବେ ପୋଲିସ ଗାଡି ଆସୁଥିବା ଜାଣି ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ ରାସ୍ତା କଡ଼ରେ ଗଞ୍ଜେଇ ଭର୍ତ୍ତି ୧୪ ବସ୍ତା ଜବତ ହୋଇଥିବା ସୂଚନା ମିଳିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ରାସ୍ତା ପାଶର୍‌ବରେ ଗଞ୍ଜେଇ ଚାଲାଣ କରିବା ପାଇଁ […] The post ପୋଲିସ ପାଟ୍ରୋଲିଂ ବେଳେ ୧୪ ବସ୍ତା ଗଞ୍ଜେଇ ଜବତ: ମାଫିଆ ଚମ୍ପଟ appeared first on Dharitri Odia News.

ପୋଲିସ ପାଟ୍ରୋଲିଂ ବେଳେ ୧୪ ବସ୍ତା ଗଞ୍ଜେଇ ଜବତ: ମାଫିଆ ଚମ୍ପଟ

ବାଲିଗୁଡ଼ା,୧୬।୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସିର୍ତ୍ତିିଗୁଡା ପଞ୍ଚାୟତର ଜଙ୍ଗୁଙ୍ଗିଆ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା। ତେବେ ପୋଲିସ ଗାଡି ଆସୁଥିବା ଜାଣି ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ ରାସ୍ତା କଡ଼ରେ ଗଞ୍ଜେଇ ଭର୍ତ୍ତି ୧୪ ବସ୍ତା ଜବତ ହୋଇଥିବା ସୂଚନା ମିଳିଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ରାସ୍ତା ପାଶର୍‌ବରେ ଗଞ୍ଜେଇ ଚାଲାଣ କରିବା ପାଇଁ ଚାଲାଣକାରୀ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଅଭିଯୁକ୍ତମାନେ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପୋଲିସ ପେଟ୍ରୋଲିଂ ପାର୍ଟିରେ ଥିବା ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା, ଏଏସ୍‌ଆଇ ଉମାଶଙ୍କର ପେଡେଣ୍ଟି ଓ ସୁରେନ୍ଦ୍ର ରାଜହଂସଙ୍କ ସହିତ ପୋଲିସ କର୍ମଚାରୀଙ୍କ ସହ ମାଜିଷ୍ଟେଟ ଭାବେ କ.ନୂଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୩୫୭ କେଜି ଗଞ୍ଜେଇ ଜବତ କରିଥିଲେ। ଏ ସକ୍ରାନ୍ତରେ ଥାନା କେସ ନଂ ୬୭/୨୫ ରେ ଏକ ଏନଡିପିଏସ୍‌ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ପ୍ରକାଶ କରିଛନ୍ତି।

The post ପୋଲିସ ପାଟ୍ରୋଲିଂ ବେଳେ ୧୪ ବସ୍ତା ଗଞ୍ଜେଇ ଜବତ: ମାଫିଆ ଚମ୍ପଟ appeared first on Dharitri Odia News.