ପୋଲିସ ବେଶରେ ଆସି ଡକାୟତି: ୩ ଜଣଙ୍କୁ ଧରିଦେଲେ ଗ୍ରାମବାସୀ
ଭବାନୀପାଟଣା,୧୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୂଲି ପଞ୍ଚାୟତ ଡଙ୍ଗରିଆ ରୁବେନ ଗାଁର ରିପା ମାଝିଙ୍କ ଘରକୁ ରବିବାର ରାତିରେ ପୋଲିସ ବେଶରେ କେତେଜଣ ଦୁର୍ବୃତ୍ତ ଆସି ଡକାୟତି କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ୩ ଜଣଙ୍କୁ କାବୁକରି ସ୍ଥାନୀୟ ମୋହନଗିରି ଫାଣ୍ଡି ଜିମା ଦେଇଥିଲେ। ଏହାସହ ଦୁର୍ବୃତ୍ତମାନେ ସାଙ୍ଗରେ ଧରି ଆସିଥିବା ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ରିପାଙ୍କ ଘରକୁ ୭ […] The post ପୋଲିସ ବେଶରେ ଆସି ଡକାୟତି: ୩ ଜଣଙ୍କୁ ଧରିଦେଲେ ଗ୍ରାମବାସୀ appeared first on Dharitri Odia News.
ଭବାନୀପାଟଣା,୧୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୂଲି ପଞ୍ଚାୟତ ଡଙ୍ଗରିଆ ରୁବେନ ଗାଁର ରିପା ମାଝିଙ୍କ ଘରକୁ ରବିବାର ରାତିରେ ପୋଲିସ ବେଶରେ କେତେଜଣ ଦୁର୍ବୃତ୍ତ ଆସି ଡକାୟତି କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ୩ ଜଣଙ୍କୁ କାବୁକରି ସ୍ଥାନୀୟ ମୋହନଗିରି ଫାଣ୍ଡି ଜିମା ଦେଇଥିଲେ। ଏହାସହ ଦୁର୍ବୃତ୍ତମାନେ ସାଙ୍ଗରେ ଧରି ଆସିଥିବା ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ରିପାଙ୍କ ଘରକୁ ୭ ଜଣ ଦୁର୍ବୃତ୍ତ ପୋଲିସ ପୋଷାକ ପିନ୍ଧି ଏକ ଧଳା ରଙ୍ଗର ବୋଲେରୋ (ନଂ.ଓଡି ୦୭ବି ୩୮୨୮)ରେ ଆସିଥିଲେ। ଏହି ସମୟରେ ରିପା ତାଙ୍କୁ ପଚାରିବାରୁ ତମ ଘରେ ଦୁଇଜଣ ଫେରାର ଝିଅପୁଅ ଲୁଚି ରହିଛନ୍ତି। ଆମେ ପୋଲିସବାଲା, ତାଙ୍କୁ ଧରିବାକୁ ଆସିଛୁ କହି କାଠଫାଳିଆ ଓ ଛୁରି ଧରି ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲେ। ପରେ ସେମାନେ ଘରେ ବାକ୍ସରେ ଥିବା ୨ ଲକ୍ଷ ୪୦ ହଜାର ଗ୍ରୁପ୍ ଲୋନ ଟଙ୍କା ଲୁଟି ନେଇଥିବା ରିପା ଅଭିଯୋଗ କରିଛନ୍ତି। ଟଙ୍କା ଲୁଟ୍ ସମୟରେ ପରିବାର ଲୋକେ ପାଟିତୁଣ୍ଡ କରିଥିଲେ। ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ପରେ ୪ଜଣ ଦୁର୍ବୃତ୍ତ ସେଠାରୁ ଖସି ପଳାଇଥିବାବେଳେ ୩ଜଣ ଗାଁ ଲୋକଙ୍କ ହାବୁଡ଼ରେ ପଡିଥିଲେ। ଗ୍ରାମବାସୀ ଏ ନେଇ ମୋହନଗିରି ଫାଣ୍ଡି ପୋଲିସକୁ ଜଣାଇଥିଲେ। ହେଲେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ କହି ପୋଲିସ ଉକ୍ତ ଗ୍ରାମକୁ ନ ଯିବାରୁ ଗାଁ ଲୋକେ ସୋମବାର ବୋଲେରୋ ସହିତ ଅଭିଯୁକ୍ତମାନଙ୍କୁ ଫାଣ୍ଡିକୁ ଆଣି ପୋଲିସ ଜିମା ଦେଇଥିଲେ। ସ୍ଥାନୀୟ ପୋଲିସ ତଦନ୍ତ କରିବା ପରେ ସେମାନଙ୍କୁ ଏମ୍ ରାମପୁର ଥାନାକୁ ନେଇଥିଲେ। ସେଠାରେ ୩ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ପୋଲିସଠାରୁ ସୂଚନା ମିଳିଛି। ସମ୍ପୃକ୍ତ ୩ ଦୁର୍ବୃତ୍ତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ବୋଲି ଜଣାପଡିଛି।
The post ପୋଲିସ ବେଶରେ ଆସି ଡକାୟତି: ୩ ଜଣଙ୍କୁ ଧରିଦେଲେ ଗ୍ରାମବାସୀ appeared first on Dharitri Odia News.