ପୋଲିସକୁ ଖବର ଦେଉଥିବା ଜାଣି ଘରୁ ଉଠାଇନେଲେ ମାଓବାଦୀ , ଜଙ୍ଗଲରେ ନିର୍ମମ ଭାବେ ହତ୍ୟାକରିଲା ପରେ…
ମାଲକାନଗିରି,୪।୨(ଦୁର୍ଯୋଧନ ପାତ୍ର):ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଲାରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ପୋଲିସ ସୂଚନଦାତା ଦର୍ଶାଇ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ। ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଥିଲେ। ଜଙ୍ଗଲରେ ପୋଲିସକୁ ଲଗାତାର ସୂଚନା ଦେଉଥିବାରୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ […] The post ପୋଲିସକୁ ଖବର ଦେଉଥିବା ଜାଣି ଘରୁ ଉଠାଇନେଲେ ମାଓବାଦୀ , ଜଙ୍ଗଲରେ ନିର୍ମମ ଭାବେ ହତ୍ୟାକରିଲା ପରେ… appeared first on Dharitri Odia News.
ମାଲକାନଗିରି,୪।୨(ଦୁର୍ଯୋଧନ ପାତ୍ର):ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଲାରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ପୋଲିସ ସୂଚନଦାତା ଦର୍ଶାଇ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ।
ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଥିଲେ। ଜଙ୍ଗଲରେ ପୋଲିସକୁ ଲଗାତାର ସୂଚନା ଦେଉଥିବାରୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ସୂଚନା ଦ୍ୱାରା ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଥିବା ସେମାନେ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମତ୍ୟୁ ଦଣ୍ଡ ଦିଆଯାଇଥିଲା। ଦୁହିଁଙ୍କୁ ହତ୍ୟା କରି ଗ୍ରାମରେ ଆଣି ଫିଙ୍ଗି ଦେଇଥିଲେ। ସକାଳେ ପରିବାର ଲୋକେ ପୋଲିିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
The post ପୋଲିସକୁ ଖବର ଦେଉଥିବା ଜାଣି ଘରୁ ଉଠାଇନେଲେ ମାଓବାଦୀ , ଜଙ୍ଗଲରେ ନିର୍ମମ ଭାବେ ହତ୍ୟାକରିଲା ପରେ… appeared first on Dharitri Odia News.