ପ୍ରକଳ୍ପ ସରିଛି, ସୁବିଧା ମିଳୁନି; ଗୋଷ୍ଠୀ ଶୌଚାଳୟରୁ ତାଲା ଖୋଲୁନି

କନକ ବ୍ୟୁରୋ : ଯୋଜନା ପରେ ଯୋଜନା ହେଉଛି । କାର୍ଯ୍ୟକାରୀ ବି ହେଉଛି କିନ୍ତୁ ଲୋକମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ହୋଇପାରୁନି ଶୌଚାଳୟ ଭଳି ସର୍ବନିମ୍ନ ଆବଶ୍ୟକତା । ପ୍ରଶାସନର ବାହ୍ୟ ମଳମୁକ୍ତ ଅଞ୍ଚଳ ଉଦ୍ୟମ ଫସର ଫାଟିଛି । କାରଣ ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ଗୋଷ୍ଠୀ ଶୌଚାଳୟରେ ତାଲା ଝୁଲୁଛି । ଲୋକମାନେ ବାହାରେ ଶୌଚ ହେଉଛନ୍ତି । କୃଷ୍ଣପ୍ରସାଦ ବ୍ଲକର ପ୍ରାୟ ୨୧ଟି ପଞ୍ଚାୟତରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ୧୦ଟି ପଞ୍ଚାୟତରେ ପାଇଖାନା ହୋଇନାହିଁ । ଯେଉଁ ୧୧ଟି ଗୋଷ୍ଠୀ ଶୌଚାଳୟ ହୋଇଛି । ୬ ମାସ ତଳୁ କାମ ସରିଛି, କିନ୍ତୁ ସେଥିରେ ତାଲା ଝୁଲୁଛି । ଲୋକଙ୍କ କାମରେ ଆସୁନି । ଚିଲିକା କୂଳରେ ଥିବାରୁ ଏହି ଅଞ୍ଚଳ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ତେଣୁ ବାହ୍ୟ ମଳତ୍ୟାଗ ବନ୍ଦ କରିବା ପାଇଁ ପଦକ୍ଷପ ନେଇଥିଲେ ସରକାର । ଗୋଷ୍ଠୀ ଶୌଚାଳୟ ତିଆରି କରାଯାଇଛି । କିନ୍ତୁ କେଉଁ ଅଦୃଶ ଚାପ ଯୋଗୁଁ ବ୍ୟବହାର ନହୋଇ ପଡିରହିଛି ? କାହିଁକି ଖୋଲୁନି ଶୌଚାଳୟ ତାଲା ? ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି । ହେଲେ ଏହାର ଉତ୍ତର କାହା ପାଖରେ ବି ନାହିଁ । କେବେ ଗୋଷ୍ଠୀ ଶୌଚାଳୟ ଖୋଲିବ ? ସେ କଥା କେହି କହି ପାରୁନାହଁନ୍ତି । ଚାବି କାହା ପାଖରେ ଅଛି ? କେହି ଜାଣି ନାହାନ୍ତି ।

ପ୍ରକଳ୍ପ ସରିଛି, ସୁବିଧା ମିଳୁନି; ଗୋଷ୍ଠୀ ଶୌଚାଳୟରୁ ତାଲା ଖୋଲୁନି

କନକ ବ୍ୟୁରୋ : ଯୋଜନା ପରେ ଯୋଜନା ହେଉଛି । କାର୍ଯ୍ୟକାରୀ ବି ହେଉଛି କିନ୍ତୁ ଲୋକମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ହୋଇପାରୁନି ଶୌଚାଳୟ ଭଳି ସର୍ବନିମ୍ନ ଆବଶ୍ୟକତା ।

ପ୍ରଶାସନର ବାହ୍ୟ ମଳମୁକ୍ତ ଅଞ୍ଚଳ ଉଦ୍ୟମ ଫସର ଫାଟିଛି । କାରଣ ପୂର୍ବ ସରକାରଙ୍କ ସମୟରେ ହୋଇଥିଲା ଗୋଷ୍ଠୀ ଶୌଚାଳୟରେ ତାଲା ଝୁଲୁଛି । ଲୋକମାନେ ବାହାରେ ଶୌଚ ହେଉଛନ୍ତି । କୃଷ୍ଣପ୍ରସାଦ ବ୍ଲକର ପ୍ରାୟ ୨୧ଟି ପଞ୍ଚାୟତରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା । ୧୦ଟି ପଞ୍ଚାୟତରେ ପାଇଖାନା ହୋଇନାହିଁ । ଯେଉଁ ୧୧ଟି ଗୋଷ୍ଠୀ ଶୌଚାଳୟ ହୋଇଛି । ୬ ମାସ ତଳୁ କାମ ସରିଛି, କିନ୍ତୁ ସେଥିରେ ତାଲା ଝୁଲୁଛି । ଲୋକଙ୍କ କାମରେ ଆସୁନି ।

ଚିଲିକା କୂଳରେ ଥିବାରୁ ଏହି ଅଞ୍ଚଳ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ତେଣୁ ବାହ୍ୟ ମଳତ୍ୟାଗ ବନ୍ଦ କରିବା ପାଇଁ ପଦକ୍ଷପ ନେଇଥିଲେ ସରକାର । ଗୋଷ୍ଠୀ ଶୌଚାଳୟ ତିଆରି କରାଯାଇଛି । କିନ୍ତୁ କେଉଁ ଅଦୃଶ ଚାପ ଯୋଗୁଁ ବ୍ୟବହାର ନହୋଇ ପଡିରହିଛି ? କାହିଁକି ଖୋଲୁନି ଶୌଚାଳୟ ତାଲା ? ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି । ହେଲେ ଏହାର ଉତ୍ତର କାହା ପାଖରେ ବି ନାହିଁ । କେବେ ଗୋଷ୍ଠୀ ଶୌଚାଳୟ ଖୋଲିବ ? ସେ କଥା କେହି କହି ପାରୁନାହଁନ୍ତି । ଚାବି କାହା ପାଖରେ ଅଛି ? କେହି ଜାଣି ନାହାନ୍ତି ।