ପ୍ରକାଶ ପାଇଲା JEE ଆଡ୍‌ଭାନ୍ସ ରେଜଲ୍ଟ ୨୦୨୫, ରଜିତ ଗୁପ୍ତା ଅଲ୍ ଇଣ୍ଡିଆ ଟପ୍ପର

ନୂଆଦିଲ୍ଲୀ : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଅନୁଷ୍ଠିତ JEE ଆଡଭାନ୍ସଡ୍ ୨୦୨୫ର ଫଳାଫଳ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ jeeadv.ac.in କୁ ଯାଇ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ । ଏହା ସହିତ, ଆନ୍‌ସାର କି ମଧ୍ୟ ପ୍ରକାଶ ପାଇଛି। ଚଳିତ ଥର ମୋଟ ୧ ଲକ୍ଷ ୯୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।  ସେଥିରୁ ୫୪ ହଜାର ୩୭୮ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପରୀକ୍ଷା […]

ପ୍ରକାଶ ପାଇଲା JEE ଆଡ୍‌ଭାନ୍ସ ରେଜଲ୍ଟ ୨୦୨୫, ରଜିତ ଗୁପ୍ତା ଅଲ୍ ଇଣ୍ଡିଆ ଟପ୍ପର
JEE Advanced Result 2025 OUT

ନୂଆଦିଲ୍ଲୀ : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଅନୁଷ୍ଠିତ JEE ଆଡଭାନ୍ସଡ୍ ୨୦୨୫ର ଫଳାଫଳ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ jeeadv.ac.in କୁ ଯାଇ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ । ଏହା ସହିତ, ଆନ୍‌ସାର କି ମଧ୍ୟ ପ୍ରକାଶ ପାଇଛି। ଚଳିତ ଥର ମୋଟ ୧ ଲକ୍ଷ ୯୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।  ସେଥିରୁ ୫୪ ହଜାର ୩୭୮ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପରୀକ୍ଷା ମୋଟ ୩୬୦ ମାର୍କର ଥିଲା, ଯେଉଁଥିରେ ପେପର-୧ ଏବଂ ପେପର-୨ ଉଭୟ ୧୮୦ ଲେଖାଏଁ ମାର୍କର ଥିଲା।

ଏହି ମର୍ଯ୍ୟାଦାଜନକ ପରୀକ୍ଷାରେ, IIT ଦିଲ୍ଲୀ ଜୋନର ରଜିତ ଗୁପ୍ତା ଚମତ୍କାର ପ୍ରଦର୍ଶନ କରିବା ସହ ମୋଟ୍‌ ୩୬୦ ମାର୍କରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଙ୍କ ୧ (AIR 1) ହାସଲ କରିଛନ୍ତି। ସେହିପରି  IIT ଖଡଗପୁର ଜୋନର ଦେବଦତ୍ତା ମାଝୀ ୩୬୦ରୁ ୩୧୦ ମାର୍କ ରଖି ଅଲ୍ ଇଣ୍ଡିଆ ରାଙ୍କ ୧୬ ସହ ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ।