ପ୍ରକାଶ ପାଇଲା ପ୍ରଥମ ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟ: ଏପ୍ରିଲ୍ରେ ବେରୋଜଗାରୀ ହାର ୫.୧ %
ନୂଆଦିଲ୍ଲୀ: ଭାରତର ପ୍ରଥମ ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଦେଶର ପ୍ରଥମ ମାସିକ ଶ୍ରମଶକ୍ତି ରିପୋର୍ଟ ଅନୁସାରେ, ଏପ୍ରିଲ ୨୦୨୫ରେ ଭାରତର ବେକାରୀ ହାର ୫.୧ ପ୍ରତିଶତ ରହିଛି। ଏହି ତଥ୍ୟ ପ୍ରକାଶ ପାଇବା ପରେ ନିଯୁକ୍ତି ତଦାରଖରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି। କାରଣ ଏପର୍ଯ୍ୟନ୍ତ ଚାକିରି ତଥ୍ୟ କେବଳ ତ୍ରୈମାସିକ ଏବଂ ବାର୍ଷିକ ଆଧାରରେ ପ୍ରକାଶିତ ହେଉଥିଲା। ପ୍ରଥମ ଥର ପାଇଁ ମାସିକ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି। କାମ କରିବାକୁ ଯୋଗ୍ୟ ଲୋକଙ୍କ ମଧ୍ୟରେ ବେକାର ଲୋକଙ୍କ ଅନୁପାତ ବିଷୟରେ ବାସ୍ତବିକ ସମୟରେ(ରିୟଲ ଟାଇମ ଇନ୍ସାଇଟ୍) ସୂଚନା ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ମାସିକ ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS) ଆରମ୍ଭ କରିଛନ୍ତି। ଗତ ସାତ ଦିନକୁ ରେଫରେନ୍ସ ଅବଧି ଭାବରେ ବ୍ୟବହାର କରି ବର୍ତ୍ତମାନର ସାପ୍ତାହିକ ସ୍ଥିତି (CWS) ଉପରେ ଆଧାରିତ ତଥ୍ୟ ଦିଆଯାଇଛି। ଏଥିରେ ଏପ୍ରିଲରେ ସମସ୍ତ ବୟସର ବ୍ୟକ୍ତିଙ୍କ ପାଇଁ ବେକାରୀ ହାର ୫.୧ ପ୍ରତିଶତ ରହିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ, ପୁରୁଷମାନଙ୍କ ପାଇଁ ବେକାରୀ ହାର ସାମାନ୍ୟ ଅଧିକ ୫.୨ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ୫ ପ୍ରତିଶତ ରହିଥିଲା।୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ, ମୋଟ ବେକ
ନୂଆଦିଲ୍ଲୀ: ଭାରତର ପ୍ରଥମ ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଦେଶର ପ୍ରଥମ ମାସିକ ଶ୍ରମଶକ୍ତି ରିପୋର୍ଟ ଅନୁସାରେ, ଏପ୍ରିଲ ୨୦୨୫ରେ ଭାରତର ବେକାରୀ ହାର ୫.୧ ପ୍ରତିଶତ ରହିଛି। ଏହି ତଥ୍ୟ ପ୍ରକାଶ ପାଇବା ପରେ ନିଯୁକ୍ତି ତଦାରଖରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି। କାରଣ ଏପର୍ଯ୍ୟନ୍ତ ଚାକିରି ତଥ୍ୟ କେବଳ ତ୍ରୈମାସିକ ଏବଂ ବାର୍ଷିକ ଆଧାରରେ ପ୍ରକାଶିତ ହେଉଥିଲା। ପ୍ରଥମ ଥର ପାଇଁ ମାସିକ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି।
କାମ କରିବାକୁ ଯୋଗ୍ୟ ଲୋକଙ୍କ ମଧ୍ୟରେ ବେକାର ଲୋକଙ୍କ ଅନୁପାତ ବିଷୟରେ ବାସ୍ତବିକ ସମୟରେ(ରିୟଲ ଟାଇମ ଇନ୍ସାଇଟ୍) ସୂଚନା ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ମାସିକ ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS) ଆରମ୍ଭ କରିଛନ୍ତି। ଗତ ସାତ ଦିନକୁ ରେଫରେନ୍ସ ଅବଧି ଭାବରେ ବ୍ୟବହାର କରି ବର୍ତ୍ତମାନର ସାପ୍ତାହିକ ସ୍ଥିତି (CWS) ଉପରେ ଆଧାରିତ ତଥ୍ୟ ଦିଆଯାଇଛି। ଏଥିରେ ଏପ୍ରିଲରେ ସମସ୍ତ ବୟସର ବ୍ୟକ୍ତିଙ୍କ ପାଇଁ ବେକାରୀ ହାର ୫.୧ ପ୍ରତିଶତ ରହିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ, ପୁରୁଷମାନଙ୍କ ପାଇଁ ବେକାରୀ ହାର ସାମାନ୍ୟ ଅଧିକ ୫.୨ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ୫ ପ୍ରତିଶତ ରହିଥିଲା।
୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ, ମୋଟ ବେକାରୀ ହାର ଯଥେଷ୍ଠ ଅଧିକ ୧୩.୮ ପ୍ରତିଶତ ରହିଛି। ସହରାଞ୍ଚଳରେ ବେକାରୀ ହାର ୧୭.୨ ପ୍ରତିଶତ ଅଧିକ ଥିବା ବେଳେ ଗ୍ରାମାଞ୍ଚଳରେ ବେକାରୀ ୧୨.୩ ପ୍ରତିଶତ ରେକର୍ଡ କରାଯାଇଛି। ୧୫-୨୯ ବୟସ ଗୋଷ୍ଠୀ ମଧ୍ୟରେ, ମହିଳାମାନେ ଅଧିକ ବେକାରୀ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ଯୁବ ମହିଳାମାନଙ୍କର ଜାତୀୟ ବେକାରୀ ହାର ୧୪.୪ ପ୍ରତିଶତ ରହିଛି। ଯେଉଁଥିରେ ସହରାଞ୍ଚଳ-ଗ୍ରାମାଞ୍ଚଳ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖା ଦେଇଛି। ସହରରେ ୨୩.୭ ପ୍ରତିଶତ ଏବଂ ଗାଁରେ ୧୦.୭ ପ୍ରତିଶତ ବେକାରୀ ହାର ରହିଛି। ସମାନ ବୟସ ବର୍ଗର ପୁରୁଷମାନଙ୍କ ମଧ୍ୟରେ, ଜାତୀୟ ସ୍ତରରେ ବେକାରୀ ହାର ୧୩.୬ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ୧୫ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୧୩ ପ୍ରତିଶତ ରେକର୍ଡ କରାଯାଇଛି।
୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ହାର (LFPR) ଏପ୍ରିଲ ୨୦୨୫ରେ ୫୫.୬ ପ୍ରତିଶତ ରହିଛି। ଏହି ସଂଖ୍ୟା ସହରାଞ୍ଚଳ (୫୦.୭ ପ୍ରତିଶତ) ତୁଳନାରେ ଗ୍ରାମାଞ୍ଚଳ (୫୮ ପ୍ରତିଶତ)ରେ ଅଧିକ ରହିଥିବା ଦେଖିବାକୁ ମିଳିଛି। ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ପୁରୁଷମାନଙ୍କ ପାଇଁ, ଗ୍ରାମାଞ୍ଚଳରେ LFPR ୭୯ ପ୍ରତିଶତ ଏବଂ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ୭୫.୩ ପ୍ରତିଶତ ରହିଛି। ସମାନ ବୟସ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ, ଅଂଶଗ୍ରହଣ ଯଥେଷ୍ଟ କମ୍ ଥିଲା, ଗ୍ରାମାଞ୍ଚଳ ଭାରତରେ ଏହା ୩୮.୨ ପ୍ରତିଶତ ରହିଥିଲା।
LFPR କାମ କରୁଥିବା, କାମ ଖୋଜୁଥିବା କିମ୍ବା କାମ ପାଇଁ ଉପଲବ୍ଧ ଥିବା ଜନସଂଖ୍ୟାର ଶତକଡ଼ାକୁ ସୂଚିତ କରେ। ଶ୍ରମିକ ଜନସଂଖ୍ୟା ଅନୁପାତ (WPR) - ମୋଟ ଜନସଂଖ୍ୟାରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିଙ୍କ ଅନୁପାତ ଏପ୍ରିଲରେ ଜାତୀୟ ସ୍ତରରେ ୫୨.୮ ପ୍ରତିଶତ ରହିଛି। ସେହିପରି ଗ୍ରାମାଞ୍ଚଳରେ, ଡବ୍ଲୁପିଆର ୫୫.୪ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୪୭.୫ ପ୍ରତିଶତ ଥିଲା। ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ମହିଳାଙ୍କ ପାଇଁ, ଡବ୍ଲୁପିଆର ୩୬.୮ ପ୍ରତିଶତ ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳରେ ୨୩.୫ ପ୍ରତିଶତ ଥିଲା। ତେବେ ସାରା ଦେଶରେ ମୋଟ ମହିଳା WPR ହାର ଏପ୍ରିଲ୍ରେ ୩୨.୫ ପ୍ରତିଶତ ଥିଲା।