ଫେକ୍ ନ୍ଯୁଜ କରି ସାଂସଦ ମାନସ ମଙ୍ଗରାଜଙ୍କୁ ବଦନାମ କରିବାକୁ ଫୋକସ୍ ପ୍ଲସ ଓ୍ବେବ ଚ୍ୟାନେଲର ଉଦ୍ୟମ

ଭୁବନେଶ୍ବର: ଇଡିର ଫେକ୍ ଚିଠି କରି ଫୋକସ ପ୍ଲସ୍ ନାମକ ଏକ ୱେବ୍ ଚ୍ୟାନେଲ ମିଛ ଖବର ପ୍ରସାରଣ କରି... The post ଫେକ୍ ନ୍ଯୁଜ କରି ସାଂସଦ ମାନସ ମଙ୍ଗରାଜଙ୍କୁ ବଦନାମ କରିବାକୁ ଫୋକସ୍ ପ୍ଲସ ଓ୍ବେବ ଚ୍ୟାନେଲର ଉଦ୍ୟମ appeared first on .

ଭୁବନେଶ୍ବର: ଇଡିର ଫେକ୍ ଚିଠି କରି ଫୋକସ ପ୍ଲସ୍ ନାମକ ଏକ ୱେବ୍ ଚ୍ୟାନେଲ ମିଛ ଖବର ପ୍ରସାରଣ କରି ହଇଚଇ ସୃଷ୍ଟି କରିବାକୁ କରୁଛି ଚେଷ୍ଟା । ଇଡିର ଏକ ଚିଠିକୁ ଏଡିଟ୍ କରି ସେଥିରେ ସାଂସଦ ମାନସ ମଙ୍ଗରାଜଙ୍କ ନାଁ ଲେଖି ନ୍ୟୁଜ ପ୍ରସାରଣ କରୁଥିବା ଆସିଛି ନଜିର । ଖବର ନେବାରେ ଜଣାପଡିଛି, ଏଭଳି କୌଣସି ଚିଠି ଇଡିରୁ ଜାରି ହୋଇନାହିଁ । ଖୋଦ ସାଂସଦ ମାନସ ମଙ୍ଗରାଜ ମଧ୍ୟ ଏଭଳି କୌଣସି ଚିଠି ପାଇ ନଥିବା କହିବା ସହ  ଏହା ଏକ ଫେକ୍ ନ୍ୟୁଜ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଫୋକସ ପ୍ଲସ ଅତୀତରେ ଧାବିକା ଦୂତି ଚାନ୍ଦଙ୍କ ସମ୍ପର୍କରେ ଏଭଳି ଅସମ୍ମାନଜନକ ନ୍ୟୁଜ ପରିବେଷଣ କରି ଗିରଫ ହୋଇଥିଲେ । ସେହିଭଳି ଏକ ଘରୋଇ ଚ୍ୟାନେଲ ବିରୋଧରେ ମଧ୍ୟ ମିଛ ଖବର ପ୍ରସାରଣ କରି ଫୋକସ ପ୍ଲସର ମାଲିକ ସୁଧାଂଶୁ ରାଉତ ପୁଣି ଥରେ ଗିରଫ ହୋଇଥିଲେ ।

ସାଂସଦ ମାନସ ମଙ୍ଗରାଜଙ୍କୁ ବଦନାମ କରିବା ଲାଗି ନିଜ ଚ୍ୟାନେଲର ସାହାରା ନେଇଛନ୍ତି ଏହି ବଟି ଆଦାୟକାରୀ ସୁଧାଂଶୁ ରାଉତ । ଏହି ଫେକ୍ ନ୍ୟୁଜ ପାଇଁ ମାନସ ମଙ୍ଗରାଜ ଆଇନର ଆଶ୍ରୟ ନେବେ ବୋଲି ସୂଚନା ମିଳିଛି । ନ୍ୟୁଜରେ କୁହାଯାଇଛି ଯେ, ସକାଳ ଓ ନନ୍ଦିଘୋଷ ଟିଭି ପାଇଁ ସାଂସଦ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । ଯାହାକୁ ନେଇ ଇଡି ତାଙ୍କୁ ନୋଟିସ କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ସମ୍ପୂର୍ଣ୍ଣ ମିଛ ଖବର ଉଭୟ ଇଡି ଓ ମାନସ ମଙ୍ଗରାଜ ଏପରି ଖବର ମିଛ ବୋଲି ସ୍ପଷ୍ଟ କରିଛନ୍ତି ।

The post ଫେକ୍ ନ୍ଯୁଜ କରି ସାଂସଦ ମାନସ ମଙ୍ଗରାଜଙ୍କୁ ବଦନାମ କରିବାକୁ ଫୋକସ୍ ପ୍ଲସ ଓ୍ବେବ ଚ୍ୟାନେଲର ଉଦ୍ୟମ appeared first on .