ମୋ ସ୍କୁଲ କୌଶଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ଉଫୁଳା କ୍ଳଷ୍ଟର ସି ଆର ସି ସି ମନୋଜ ଦାସ
ବିରମହlରାଜପୁର : (ସୌମିତ୍ରି ମେହେର) ମୋ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୮ ଜଣ ସିଆରସିସି କେରଳ ର କୋଝିକୋଡ ଆଇଆଇଏମ ରେ ପାଞ୍ଚ ଦିନ ଧରି ପରିଚାଳନା ବିକାଶ ପ୍ରଶିକ୍ଷଣ ନେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ସିଆରସିସି ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରୁ ଜଣେ ମାତ୍ର ସିଆରସିସି ଉକ୍ତ ପ୍ରଶିକ୍ଷଣ ଶିବର ରେ ଅଂଶ ଗ୍ରହଣ […] The post ମୋ ସ୍କୁଲ କୌଶଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ଉଫୁଳା କ୍ଳଷ୍ଟର ସି ଆର ସି ସି ମନୋଜ ଦାସ appeared first on Odisha.News.

ବିରମହlରାଜପୁର : (ସୌମିତ୍ରି ମେହେର)
ମୋ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୮ ଜଣ ସିଆରସିସି କେରଳ ର କୋଝିକୋଡ ଆଇଆଇଏମ ରେ ପାଞ୍ଚ ଦିନ ଧରି ପରିଚାଳନା ବିକାଶ ପ୍ରଶିକ୍ଷଣ ନେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ସିଆରସିସି ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରୁ ଜଣେ ମାତ୍ର ସିଆରସିସି ଉକ୍ତ ପ୍ରଶିକ୍ଷଣ ଶିବର ରେ ଅଂଶ ଗ୍ରହଣ କରିଥିଲେ । ବ୍ଲକର ଉଫୁଳା କ୍ଲଷ୍ଟର ର ସିଆରସିସି ମନୋଜ କୁମାର ଦାସ ଏହି ଶିବିର ରେ ଯୋଗ ଦେଇଥିଲେ । ଭାରତୀୟ ପ୍ରବନ୍ଧ ସଂସ୍ଥାନ ପକ୍ଷରୁ ପ୍ରଫେସର ରୂପେସ କୁମାର ପତି ଉକ୍ତ ପ୍ରଶିକ୍ଷଣ ର ଦାୟିତ୍ଵ ନେଇଥିଲେ । ପ୍ରଶିକ୍ଷଣ ଶିବିର କୁ ପ୍ରବନ୍ଧନ ସଂସ୍ଥାନ ର ପ୍ରଫେସର ଦିପା ସେଠୀ , ପ୍ରଫେସର ଶୁଭାଷିସ ଦେ , ପ୍ରଫେସର ରୂପେସ ପତି , ପ୍ରଫେସର ରାଜେଶ ଉପାଧ୍ୟାୟ , ପ୍ରଫେସର ପ୍ରଣତିକା ରାୟ , ପ୍ରଫେସର ମନୋଜ ଧଳ ପ୍ରମୁଖ ବିଭିନ୍ନ ବିଷୟରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସେହିପରି ତାଲିମ ଗ୍ରହଣକାରୀମାନେ ସେଠାକାର ବିଦ୍ୟାଳୟ ପରିଦର୍ଶନ କରି ସେମାନଙ୍କ ବିଭିନ୍ନ ଯୋଜନା , ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧରେ ଆଲୋଚନା କରିଥିଲେ। ଉଦଯାପନୀ ଉତ୍ସବରେ ପ୍ରବନ୍ଧନ ସଂସ୍ଥାନ ତରଫରୁ ସମସ୍ତ ତାଲିମ ଗ୍ରହଣ କରିଥିବା ସିଆରସିସି ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ I ଓଡ଼ିଶା ସରକାର ଙ୍କ ତରଫରୁ ଉପ ନିର୍ଦ୍ଦେଶିକା ନିରୁପମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
The post ମୋ ସ୍କୁଲ କୌଶଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଲେ ଉଫୁଳା କ୍ଳଷ୍ଟର ସି ଆର ସି ସି ମନୋଜ ଦାସ appeared first on Odisha.News.