ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ

ଭୁବନେଶ୍ବର: ମହାଶିବରାତ୍ରି ପାଇଁ ସାରା ଦେଶରେ ଭକ୍ତିମୟ ପରିବେଶ । ପଟିଆ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ... The post ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ appeared first on .

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ

ଭୁବନେଶ୍ବର: ମହାଶିବରାତ୍ରି ପାଇଁ ସାରା ଦେଶରେ ଭକ୍ତିମୟ ପରିବେଶ । ପଟିଆ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ବି ପାଳନ ହେଉଛି ଶିବରାତ୍ରି । ଏହି ଅବସରରେ ବିଶ୍ବବିଦ୍ୟାଳୟର ଅମୃତ ଭବନ ପରିସରରେ ପାଳିତ ହୋଇଛି ତ୍ରିମୂର୍ତ୍ତି ଜୟନ୍ତୀ ମହୋତ୍ସବ ।

ବ୍ରହ୍ମାକୁମାରୀ ଗୋଲାପଙ୍କ ସଂଯୋଜନାରେ ଏହି ମହୋତ୍ସବରେ ମୁଖ୍ୟ ପ୍ରବକ୍ତା ଭାବେ ଭୁବନେଶ୍ୱର ସବଜୋନ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଲିନା ଯୋଗ ଦେଇ ପରମଜ୍ୟୋତି ସ୍ୱରୂପ, ନିରାକାର, ସର୍ବଆତ୍ମାଙ୍କର ପିତା ପରାତ୍ମା ଶିବ ଭୋଳା ବାବାଙ୍କର ତତ୍ତ୍ୱ ଉପରେ ଦିଗଦର୍ଶନ ବାଣୀ ପ୍ରଦାନ କରିଥିଲେ ।

ପ୍ରଥମେ ବ୍ରହ୍ମାକୁମାରୀ ଓ ଶ୍ରଦ୍ଧାଳୁମାନେ ଯୋଗଭ୍ୟାସ କରିବା ପରେ ମହାପ୍ରଭୁ ଶିବ ମହାରାଜଙ୍କ ପ୍ରତୀମା ନିକଟରେ ମହାଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାସହ ଶିବ ଝଣ୍ଡା ଉତ୍ତୋଳନ କରାଯାଇ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ସଂକଳ୍ପ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷୀକା ଶ୍ରୀମୟୀ ମିଶ୍ର ଅତିଥି ଭାବେ ଯୋଗ ଦେଇ ଆର୍ଶୀବାଦ କାମନା କରିଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସହ ଜଡିତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

The post ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ appeared first on .