ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ
ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ବ୍ୟାଚର ଆଇଏଏସ ଅଫିସର ଦାସ ଆସନ୍ତା ୩ ସପ୍ତାହ ଅର୍ଥାତ୍ ୧୭ ନଭେମ୍ବର ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ସୋମବାର ଆଇଏଏସ ପ୍ରଣିତା ଦାସଙ୍କୁ ପୌର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, […] The post ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ appeared first on Dharitri Odia News.
ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ବ୍ୟାଚର ଆଇଏଏସ ଅଫିସର ଦାସ ଆସନ୍ତା ୩ ସପ୍ତାହ ଅର୍ଥାତ୍ ୧୭ ନଭେମ୍ବର ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ।
ସୋମବାର ଆଇଏଏସ ପ୍ରଣିତା ଦାସଙ୍କୁ ପୌର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ସହକାରୀ ଯନ୍ତ୍ରୀ ମୁକେଶ କୁମାର, ଯନ୍ତ୍ରୀ ମାନସ କୁମାର ଦାସ ପ୍ରମୁଖ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଅନ୍ୟ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଇଏଏସ ଦାସ ପୌର ପରିଷଦର ବିଭିନ୍ନ ଉନ୍ନୟନ କାମ ଉପରେ ପଚାରିଥିଲେ। ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଆଧୁନିକ ଶ୍ମଶାନ, ବିଭିନ୍ନ ରାସ୍ତା ଓ କୋଠା ପରିଦର୍ଶନ କରିଥିଲେ। ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଓ ଓ୍ବାର୍ଡ ସଭ୍ୟା ସଭ୍ୟ ନୂତନ ପୌର ଅଧିକାରୀ ପ୍ରଣିତା ଦାସଙ୍କୁ ସ୍ବାଗତ ଜଣାଇଥିଲେ।
The post ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ appeared first on Dharitri Odia News.