ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ 

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ ): ସାମାନ୍ୟ ଝିପିଝିପି ବର୍ଷାରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ। ଏଭଳି ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଯୋଗାଣ ହେଉଥିବା ବିଦ୍ୟୁତ ସେବାରେ। ଉକ୍ତ ଫିଡର ଉପରେ ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡି, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ ବ୍ଲକ ପକାରୀ ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତର ହଜାର ସଂଖ୍ୟାରେ ହିତାଧିକାରୀମାନେ ନିର୍ଭର କରୁଛନ୍ତି। ହେଲେ ଘଣ୍ଟାଘଣ୍ଟା ଏହି ପଞ୍ଚାୟତ ଗୁଡିକ ଅନ୍ଧାରରେ ରହୁଛନ୍ତି। ଏ […] The post ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ  appeared first on Dharitri Odia News.

ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ 
ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ ): ସାମାନ୍ୟ ଝିପିଝିପି ବର୍ଷାରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ। ଏଭଳି ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଯୋଗାଣ ହେଉଥିବା ବିଦ୍ୟୁତ ସେବାରେ। ଉକ୍ତ ଫିଡର ଉପରେ ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡି, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ ବ୍ଲକ ପକାରୀ ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତର ହଜାର ସଂଖ୍ୟାରେ ହିତାଧିକାରୀମାନେ ନିର୍ଭର କରୁଛନ୍ତି। ହେଲେ ଘଣ୍ଟାଘଣ୍ଟା ଏହି ପଞ୍ଚାୟତ ଗୁଡିକ ଅନ୍ଧାରରେ ରହୁଛନ୍ତି।
ଏ ନେଇ ବିଭାଗର  ଦାରିଙ୍ଗବାଡିର ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ତାର ଛିଣ୍ଡି ଯାଇଛି ମରାମତି ସରିଲେ ବିଦ୍ୟୁତ ଯୋଗାଇଦିଆଯିବ। ଏଠାରେ ସୂଚନା ଯୋଗ୍ୟ ଯେ, ବର୍ଷ ସାରା ବିଦ୍ୟୁତ ବିଭାଗ ବିଦ୍ୟୁତ ଯୋଗାଣ ସ୍ବଭାବିକ କରିବା ପାଇଁ ବାରମ୍ବାର ମରାମତି ଓ ରକ୍ଷଣବେକ୍ଷଣ ନାମରେ ବିଦ୍ୟୁତ ଘଣ୍ଟାଘଣ୍ଟା କାଟ କରୁଛି । କିନ୍ତୁ ଏହା କରାଯାଉଥିଲେ ସୁଧା ପୁଣି କିଭଳି ବିଦ୍ୟୁତ ସାମାନ୍ୟ ବର୍ଷାରେ ଅଚଳବସ୍ଥା ସୃଷ୍ଟି ହେଉଛି ସେ ନେଇ ହିତାଧିକାରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସହ ଆସନ୍ତୋଷ ଦେଖାଯାଉଛି। ସିମନବାଡି ଫିଡରେ କାର୍ଯ୍ୟରତ ସିମନବାଡିରେ ନରହି ଦାରିଙ୍ଗବାଡି ୧୫ କିମି ଦୂରରେ ରହୁଥିବାରୁ ବିଦ୍ୟୁତ ଅଚଳ ହେଲେ ମଧ୍ୟ ମରାମତିରେ ବିଳମ୍ବ ଦେଖାଯାଉଛି।

The post ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ  appeared first on Dharitri Odia News.