ପ୍ରତାପ ଜେନା ମାମଲା,ଓହରିଲେ ବିଚାରପତି
ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣା I ପ୍ରତାପ ଜେନାଙ୍କ ଶୁଣାଣିରୁ ଓହରିଛନ୍ତି ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ । ଏବେ ମାମଲାର ଶୁଣାଣି ଅନ୍ୟ ଜଣେ ବିଚାରପତି କରିବେ। ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରିବର୍ତ୍ତୀ ଶୁଣାଣି ହେବ। ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି ଓହରି ଯାଇଛନ୍ତି,ତାହା ଜଣାପଡ଼ିନାହିଁ । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା […]

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣା I ପ୍ରତାପ ଜେନାଙ୍କ ଶୁଣାଣିରୁ ଓହରିଛନ୍ତି ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ । ଏବେ ମାମଲାର ଶୁଣାଣି ଅନ୍ୟ ଜଣେ ବିଚାରପତି କରିବେ। ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରିବର୍ତ୍ତୀ ଶୁଣାଣି ହେବ। ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି ଓହରି ଯାଇଛନ୍ତି,ତାହା ଜଣାପଡ଼ିନାହିଁ । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା I ଏହି ଅବଧି ମଧ୍ୟରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ପୋଲିସ ।
ସୂଚନାନୁସାରେ,୨୦୨୧ ଜାନୁଆରୀ ୩ ତାରିଖରେ ମାହାଙ୍ଗା ବ୍ଲକ ନୃତାଙ୍ଗ ପଂଚାୟତରେ ବିଜେପି ନେତା ତଥା ପୂର୍ବତନ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତାରେ ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ୧୩ ଜଣଙ୍କ ମଧ୍ୟରୁ ୯ ଜଣ ଗିରଫ ହୋଇଥିଲେ I ଏହି ଘଟଣାରେ ୧୩ ତମ ଅଭିଯୁକ୍ତ ଥିଲେ ପ୍ରତାପ ଜେନା I ତାଙ୍କ ନାଁରେ ୩୦୨ ଦଫା ରେ ମାମଲା ରୁଜୁ କରାଯାଇଥିଲା I ହେଲେ ପରବର୍ତୀ ସମୟରେ ଏତଲାରେ ତାଙ୍କ ନାଁ କୁ କାଟି ଦିଆଯାଇଥିଲା I ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ I ବର୍ତ୍ତମାନ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସାଲେପୁର ଜେଏମଏଫସି କୋର୍ଟରେ ମାମଲା ଚାଲିଛି I