ପ୍ରତି ଡଟ୍ ବଲ୍ ପିଛା ୫୦୦ଟି ଗଛ ଲଗାଉଛି BCCI, ଜାଣନ୍ତୁ ଏବେ ପର୍ଯ୍ୟନ୍ତ କେତୋଟି ଗଛ ଲଗାଗଲାଣି

ଭାରତର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଅନ୍ତମ ଚରଣରେ ପହଞ୍ଚିଛି । ଆଉ ପ୍ରତି ମ୍ୟାଚରେ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସେହିଭଳି ବଢ଼ିବାରେ ଲାଗିଛି । ତେବେ ଚେନ୍ନାଇ ସୁପରକିଙ୍ଗ୍ ଓ ଗୁଜୁରାଟ୍ ଟାଇଟନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିରେ କିଛି ନିଆର ଦୃଶ୍ୟ ଦେଖିବାକୁ ମିଳିଥିଲା । ବଦଳିଥିଲା IPL ସ୍କୋର କାର୍ଡର ଦୃଶ୍ୟ । ସ୍କୋର କାର୍ଡରେ ପ୍ରତି ଡଟ୍ ବଲ୍ ସ୍ଥାନରେ ଗୋଟିଏ ଲେଖାଏଁ ଗଛ ଦେଖିବାକୁ […] The post ପ୍ରତି ଡଟ୍ ବଲ୍ ପିଛା ୫୦୦ଟି ଗଛ ଲଗାଉଛି BCCI, ଜାଣନ୍ତୁ ଏବେ ପର୍ଯ୍ୟନ୍ତ କେତୋଟି ଗଛ ଲଗାଗଲାଣି appeared first on KNews Odisha.

ପ୍ରତି ଡଟ୍ ବଲ୍ ପିଛା ୫୦୦ଟି ଗଛ ଲଗାଉଛି BCCI, ଜାଣନ୍ତୁ ଏବେ ପର୍ଯ୍ୟନ୍ତ କେତୋଟି ଗଛ ଲଗାଗଲାଣି
IPL 1

ଭାରତର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଅନ୍ତମ ଚରଣରେ ପହଞ୍ଚିଛି । ଆଉ ପ୍ରତି ମ୍ୟାଚରେ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସେହିଭଳି ବଢ଼ିବାରେ ଲାଗିଛି । ତେବେ ଚେନ୍ନାଇ ସୁପରକିଙ୍ଗ୍ ଓ ଗୁଜୁରାଟ୍ ଟାଇଟନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିରେ କିଛି ନିଆର ଦୃଶ୍ୟ ଦେଖିବାକୁ ମିଳିଥିଲା । ବଦଳିଥିଲା IPL ସ୍କୋର କାର୍ଡର ଦୃଶ୍ୟ । ସ୍କୋର କାର୍ଡରେ ପ୍ରତି ଡଟ୍ ବଲ୍ ସ୍ଥାନରେ ଗୋଟିଏ ଲେଖାଏଁ ଗଛ ଦେଖିବାକୁ ମିଳିଥିଲା । ଏହାର କାରଣ କ’ଣ ଜାଣିବାକୁ ଦର୍ଶକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା ।

ପ୍ରତି ଡଟ୍ ବଲ୍ ପିଛା ୫୦୦ଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଥିଲା BCCI ଓ ଟାଟା ଗ୍ରୁପ୍ । ଯେଉଁଥିପାଇଁ ଫ୍ୟାନ୍ସମାନେ BCCIର ବେଶ ପ୍ରଶଂସା କରୁଛନ୍ତି । IPL ୨୦୨୩ର ପ୍ରଥମ କ୍ବାଲିଫାଏରେ ଚେନ୍ନାଇ ସୁପର କିଙ୍ଗ୍ ଓ ଗୁଜୁରାଟ୍ ଟାଇଟନ୍ସଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା । ଏହି କ୍ବାଲିଫାଏରେ BCCI ଏକ ନୂଆ ଅଭିଯାନ ଆରମ୍ଭ କରିଛି । ପ୍ରତ୍ୟକ ଡଟ୍ ବଲ୍ ପିଛା ୫୦୦ଟି ବୃକ୍ଷରୋପଣ କରାଯାଉଛି । ଯାହାକୁ ନେଇ ଫ୍ୟାନ୍ସ ବୋଡକୁ ସଲାମ୍ କରୁଛନ୍ତି ।

କିନ୍ତୁ ଆପଣ ଜାଣିଛନ୍ତି କି IPL ର ପ୍ରତିଟି ଡଟ୍ ବଲ୍ ସ୍ଥାନରେ କାହିଁକି ଦେଖାଯାଉଛି ଗଛ? ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ । ସୂଚନାଯୋଗ୍ୟ ବୋର୍ଡ କାଷ୍ଟର ଷ୍ଟାର ପୋଷ୍ଟ ଦ୍ବାରା କ୍ବାଲିଫାଏ ମ୍ୟାଚ୍ ସମୟରେ ଡଟ୍ ବଲ୍ ସ୍ଥାନରେ ଗଛର ଇମୋଜିକୁ ଦେଖାଇଛନ୍ତି । ଫ୍ୟାନ୍ସ ହଠାତ୍ ମ୍ୟାଚ୍ ମଧ୍ୟରେ ଏହି ଗଛ ଇମୋଜିକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ କିନ୍ତୁ ପରେ BCCI ର ଏହି ଅଭିଯାନକୁ ନେଇ ସୂଚନା ମିଳିବା ପରେ ଦର୍ଶକ ଏହି ପଦକ୍ଷେପକୁ ବେଶ ପ୍ରଶଂସା କରିଛନ୍ତି ।

ତେବେ IPL ର ପ୍ଲେ ଅଫ ମ୍ୟାଚରେ ପକାଯାଇଥିବା ପ୍ରତ୍ୟକ ଡଟ୍ ବଲ୍ ପାଇଁ BCCI ୫୦୦ଟି ଗଛ ଲଗାଇ ପାଇଁ ନିଷ୍ପତି ନେଇଛି । ଟିଭି ସ୍କ୍ରିନରେ ଡଟ୍ ବଲ୍ ସ୍ଥାନରେ ଗଛ ମାନଙ୍କ ଇମୋଜି ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଆଉ ଏହା ଏବେ ଏକ ନୂଆ ଟ୍ରେଣ୍ଡ ପାଲଟିଛି । IPL ୨୦୨୩ ରେ ଏଲିମିନେଟର କ୍ବାଲିଫାଏଡ୍ ୨ ପରେ ଫାଇନାଲ୍ ମ୍ୟାଚ୍ ହୋଇଥିଲା । ସେହି ସମୟରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । IPL ୨୦୨୩ରେ ହୋଇଥିବା ପ୍ଳେ ଅଫ୍ ମ୍ୟାଚରେ ପକାଯାଇଥିବା ପ୍ରତ୍ୟେକ ଡଟ୍ ବଲ୍ ପାଇଁ BCCI ଏକ ନୂଆ ଅଭିଯାନ ଆରମ୍ଭ କରିଥିଲା ।

ତେବେ ଆସନ୍ତୁ ଜାଣିବା ଏହି ଟ୍ରି-ଇମୋଜି ପଛର କାହାଣୀ । IPL ୨୦୨୩ର ପ୍ରଥମ କ୍ବାଲିଫାଏର ଗୁଜୁରାଟ୍ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ଟ୍ରି-ଇମୋଟିକନ୍ସ ମାଧ୍ୟମରେ ନୂଆ ଅଭିଯାନର ଆରମ୍ଭ କରିଥିଲା BCCI । ଯାହାପରେ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ କାହିଁକି ଦେଖାଯାଉଛି ଗଛର ଗ୍ରାଫିକ୍ସ । IPL ୨୦୨୩ର ପ୍ଲେ ଅଫ୍ ମୁକାବିଲାରେ ପ୍ରତି ଡଟ୍ ବଲ୍ ପିଛାରେ ଗଇର ଇମୋଜି ଦେଖାଯାଇଥିଲା ।

ତେବେ ସେହି ସମୟରେ ଏହି ଗଛର ଗ୍ରାଫିକ୍ସ ଦେଖାଯିବାର ଅର୍ଥ ଥିଲା BCCI ପ୍ରତି ଡଟ୍ ବଲ୍ ପାଇଁ ୫୦୦ଟି ବୃକ୍ଷରୋପଣ କରିବ । ଏହାକୁ ବୋର୍ଡ ପକ୍ଷରୁ ଏକ ନୂଆ ପ୍ରୟାସ ଭାବେ ଦେଖାଯାଉଛି । ଯାହା ଚଳିତ ବର୍ଷ IPLରେ ମଧ୍ୟ ଜାରି ରହିବ । IPL ର ଆଗାମୀ ମ୍ୟାଚମାନଙ୍କରେ ମଧ୍ୟ ଏହି ଅଭିଯାନ ଜାରି ରହିବ BCCI ର ଏହି ନୂଆ ଅଭିଯାନ । ଏହା ଭାରତୀୟ କ୍ରିକେଟ୍ କଣ୍ଟ୍ରେୋଲ ବୋର୍ଡର ସବୁଜ ଅଭିଯାନରେ ଏକ ଅଂଶ ବିଶେଷ । ଯାହା ସତରେ ବେଶ ପ୍ରଶଂସାଯୋଗ୍ୟ । କ୍ରିକେଟ ବୋର୍ଡ ପକ୍ଷରୁ ଏଭଳି ନିଆରା ପ୍ରୟାସ ଆମ ପୃଥିବୀକୁ ସବୁଜ ରଖିବାରେ ସହାୟକ ହେବ ।

The post ପ୍ରତି ଡଟ୍ ବଲ୍ ପିଛା ୫୦୦ଟି ଗଛ ଲଗାଉଛି BCCI, ଜାଣନ୍ତୁ ଏବେ ପର୍ଯ୍ୟନ୍ତ କେତୋଟି ଗଛ ଲଗାଗଲାଣି appeared first on KNews Odisha.