ପ୍ରଥମ ଟି-୨୦ : ଜିମ୍ବାୱେ ନିକଟରୁ ୧୩ ରନ୍ରେ ହାରିଲା ଟିମ୍ ଇଣ୍ଡିଆ
ହରାରେ: ସ୍ଥାନୀୟ ସ୍ପୋର୍ଟ୍ସ କ୍ଲବ୍ ପରିସରରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି। ଘରୋଇ ଜିମ୍ବାୱେ ଭ୍ରମଣକାରୀ ଭାରତୀୟ ଦଳକୁ ୧୩ ରନ୍ରେ ହରାଇଛି। ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଜିମ୍ବାୱେ […]

ହରାରେ: ସ୍ଥାନୀୟ ସ୍ପୋର୍ଟ୍ସ କ୍ଲବ୍ ପରିସରରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି। ଘରୋଇ ଜିମ୍ବାୱେ ଭ୍ରମଣକାରୀ ଭାରତୀୟ ଦଳକୁ ୧୩ ରନ୍ରେ ହରାଇଛି।
ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଜିମ୍ବାୱେ ଦଳ ଅଧିନାୟକ ସିକନ୍ଦର ରଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଜିମ୍ବାୱେ ଦଳ ୯ ୱିକେଟ ହରାଇ ୧୧୫ ରନ୍ କରିବା ସହ ଟିମ୍ ଇଣ୍ଡିଆକୁ ୧୧୬ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲ।
The match went down till the very last over but it's Zimbabwe who win the 1st T20I.#TeamIndia will aim to bounce back in the 2nd T20I tomorrow.
Scorecard
https://t.co/r08h7yfNHO#ZIMvIND pic.twitter.com/FLlBZjYxCb
— BCCI (@BCCI) July 6, 2024
ଶୁଭମନ ଗିଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୧୧୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୫ ଓଭରରେ ୧୦୨ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୩୧ ରନ୍ କରିଥିବାବେଳେ ଋତୁରାଜ ଗାଇକୱାଡ ୭ ରନ୍, ରିୟାନ ପରାଗ ୨ , ଧ୍ରୁଭ ଜୁରେଲ ୭ , ୱାଶିଂଟନ୍ ସୁନ୍ଦର ୨୭ , ରବି ବିଶ୍ନୋଇ ୯ , ଆବେଶ ଖାନ ୧୬ ରନ୍ କରିଥିଲେ।