ପ୍ରଥମ ଥର ଲେଜର ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କଲା ଭାରତ, Watch Video

କୁରନୁଲ ୧୩।୪: ଆନ୍ଧ୍ରପ୍ରଦେଶର କୁରନୁଲରେ ଭାରତ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଦେଶ ପ୍ରଥମ ଥର ୩୦ କିଲୋୱାଟର ଲେଜର ଆଧାରିତ ଅସ୍ତ୍ରପ୍ରଣାଳୀର ଉପଯୋଗ କରି ଫିକ୍ସଡୱିଂଗ ବିମାନ, କ୍ଷେପଣାସ୍ତ୍ର ଓ ସ୍ୱାର୍ମ ଡ୍ରୋନକୁ ଖସାଇବାରେ ନିଜ କ୍ଷମତା ପ୍ରଦର୍ଶନ କରିଛି।  ଏହି ସଫଳତା ସହିତ ଭାରତ ଲେଜର ଅସ୍ତ୍ର ପ୍ରୟୋଗରେ ଆମେରିକା, ଚୀନ ଓ ଋଷିଆ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଙ୍କ ସୂଚୀରେ ସାମିଲ ହୋଇଯାଇଛି। ଏହି ପରୀକ୍ଷଣ କୁରନୁଲର ଏକ ସାମରିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଠି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏହି ଅସ୍ତ୍ରର ପ୍ରଦର୍ଶନ କରିଛନ୍ତି। ଏହି ସିଷ୍ଟମର ବିଶେଷତା ହେଉଛି ଏହା ଉଚ୍ଚ ସଠିକତା ସହିତ ବିଭିନ୍ନ ପ୍ରକାରର ଆକାଶୀୟ ବିପଦକୁ ନିଷ୍ପ୍ରଭାବି କରିପାରିବ। ଏହି ଲେଜର ୱିପନ ସିଷ୍ଟମ ସମ୍ପର୍କରେ ଜନୈକ ଡିଆରଡିଓ ଅଧିକାରୀ କହିଛନ୍ତି ଯେ ‘ଏହା ଆମର ରକ୍ଷା କ୍ଷମତାରେ ଏକ କ୍ରାନ୍ତିକାରୀ ପଦକ୍ଷେପ’। #WATCH | Kurnool, Andhra Pradesh: For the first time, India has showcased its capability to shoot down fixed-wing aircraft, missiles and swarm drones using a 30-kilowatt laser-based weapon system. India has joined list of selected countries, including the US, China, and Russia,… pic.twitter.

ପ୍ରଥମ ଥର ଲେଜର ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କଲା ଭାରତ, Watch Video

କୁରନୁଲ ୧୩।୪: ଆନ୍ଧ୍ରପ୍ରଦେଶର କୁରନୁଲରେ ଭାରତ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଦେଶ ପ୍ରଥମ ଥର ୩୦ କିଲୋୱାଟର ଲେଜର ଆଧାରିତ ଅସ୍ତ୍ରପ୍ରଣାଳୀର ଉପଯୋଗ କରି ଫିକ୍ସଡୱିଂଗ ବିମାନ, କ୍ଷେପଣାସ୍ତ୍ର ଓ ସ୍ୱାର୍ମ ଡ୍ରୋନକୁ ଖସାଇବାରେ ନିଜ କ୍ଷମତା ପ୍ରଦର୍ଶନ କରିଛି।  ଏହି ସଫଳତା ସହିତ ଭାରତ ଲେଜର ଅସ୍ତ୍ର ପ୍ରୟୋଗରେ ଆମେରିକା, ଚୀନ ଓ ଋଷିଆ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଙ୍କ ସୂଚୀରେ ସାମିଲ ହୋଇଯାଇଛି। 

ଏହି ପରୀକ୍ଷଣ କୁରନୁଲର ଏକ ସାମରିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଠି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏହି ଅସ୍ତ୍ରର ପ୍ରଦର୍ଶନ କରିଛନ୍ତି। ଏହି ସିଷ୍ଟମର ବିଶେଷତା ହେଉଛି ଏହା ଉଚ୍ଚ ସଠିକତା ସହିତ ବିଭିନ୍ନ ପ୍ରକାରର ଆକାଶୀୟ ବିପଦକୁ ନିଷ୍ପ୍ରଭାବି କରିପାରିବ। ଏହି ଲେଜର ୱିପନ ସିଷ୍ଟମ ସମ୍ପର୍କରେ ଜନୈକ ଡିଆରଡିଓ ଅଧିକାରୀ କହିଛନ୍ତି ଯେ ‘ଏହା ଆମର ରକ୍ଷା କ୍ଷମତାରେ ଏକ କ୍ରାନ୍ତିକାରୀ ପଦକ୍ଷେପ’। 


ଏହି ଟେକ୍ନୋଲଜି ବଳରେ ନା କେବଳ ଯୁଦ୍ଧ ଭୂଇଁରେ ଭାରତର ସ୍ଥିତି ମଜଭୁତ ହେବ ବରଂ ଦେଶ ଭବିଷ୍ୟତର ବିପଦ ମୁକାବିଲାରେ ମଧ୍ୟ ସକ୍ଷମ ହେବ। ଏହି ଉପଲବ୍ଧି ଭାରତକୁ ବୈଶ୍ୱିକ ପ୍ରତିରକ୍ଷା ଜ୍ଞାନ କୌଶଳରେ ଏକ ନୂଆ ପରିଚୟ ଦେଇଛି। ବିଶେଷଜ୍ଞଙ୍କ ଅନୁସାରେ ନା କେବଳ ଏହି ଲେଜର ଅସ୍ତ୍ର ପ୍ରଣାଳୀ ଦେଶର ସାମରିକ ରଣନୀତିକୁ ବଦଳାଇବ ବରଂ କ୍ଷେତ୍ରୀୟ ସୁରକ୍ଷାକୁ ମଧ୍ୟ ବଢାଇବ। ଜନୈକ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ‘ଏହି ପ୍ରଣାଳୀ ସ୍ୱାର୍ମ ଡ୍ରୋନ ଭଳି ଆଧୁନିକ ବିପଦର ମୁକାବିଲା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ’। 


ଏହି ସଫଳତା ପରେ ଭାରତ ଏବେ ଏହି ଟେକ୍ନୋଲଜିକୁ ଆହୁରି ଉନ୍ନତ କରିବା ଦିଗରେ କାମ କରିବ। ଡିଆରଡିଓ ସଂକେତ ଦେଇଛନ୍ତି ଯେ ଭବିଷ୍ୟତରେ ଏହି ଅସ୍ତ୍ରକୁ ଆହୁରି ଶକ୍ତିଶାଳୀ କରାଯିବ। ଏହା ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏବେ କୁହାଯାଉଛି।