ପ୍ରଥମ ରୋଜଗାର ଟଙ୍କାରେ ବହି କିଣିଥିଲି: ପବିତ୍ର ବ୍ରହ୍ମପୁତ୍ର ନାୟକ

ପ୍ରକୃତିର ଗନ୍ତାଘର ଭିତରକନିକା କୋଳରେ ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ମୋର ଜନ୍ମ ୧୫ ଜୁଲାଇ ୧୯୯୬ ମସିହାରେ । ଆମ ପରିବାର ଏକ ମଧ୍ୟବିତ୍ତ ପରିବାର, ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ l ପିଲାଟି ଦିନରୁ ଅର୍ଥର ଅଭାବ ଅନୁଭବ କରିଛି। ମୋ ବାପା ସେତେବେଳେ ଗାଁ କଲେଜରେ ଅଧ୍ୟାପକ, ଦରମା ପାଉନଥାନ୍ତି ବହୁ କଷ୍ଟ ସ୍ବୀକାର କରି ସେ ମତେ ପଢ଼ାଇ ଆସିଛନ୍ତି। ମୋର ଶିକ୍ଷା ପ୍ରାଥମିକଠୁ ଆରମ୍ଭ କରି ମହାବିଦ୍ୟାଳୟ […] The post ପ୍ରଥମ ରୋଜଗାର ଟଙ୍କାରେ ବହି କିଣିଥିଲି: ପବିତ୍ର ବ୍ରହ୍ମପୁତ୍ର ନାୟକ appeared first on Dharitri Odia News.

ପ୍ରଥମ ରୋଜଗାର ଟଙ୍କାରେ ବହି କିଣିଥିଲି: ପବିତ୍ର ବ୍ରହ୍ମପୁତ୍ର ନାୟକ

ପ୍ରକୃତିର ଗନ୍ତାଘର ଭିତରକନିକା କୋଳରେ ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ମୋର ଜନ୍ମ ୧୫ ଜୁଲାଇ ୧୯୯୬ ମସିହାରେ । ଆମ ପରିବାର ଏକ ମଧ୍ୟବିତ୍ତ ପରିବାର, ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନୁହେଁ l ପିଲାଟି ଦିନରୁ ଅର୍ଥର ଅଭାବ ଅନୁଭବ କରିଛି। ମୋ ବାପା ସେତେବେଳେ ଗାଁ କଲେଜରେ ଅଧ୍ୟାପକ, ଦରମା ପାଉନଥାନ୍ତି ବହୁ କଷ୍ଟ ସ୍ବୀକାର କରି ସେ ମତେ ପଢ଼ାଇ ଆସିଛନ୍ତି। ମୋର ଶିକ୍ଷା ପ୍ରାଥମିକଠୁ ଆରମ୍ଭ କରି ମହାବିଦ୍ୟାଳୟ ଯାଏ ଅନେକ ବାଧାବିଘ୍ନ ଦେଇ ବିତିଛି ମୋ ଗାଁରେ । ଯେତେବେଳେ ମହାବିଦ୍ୟାଳୟରେ ମୁଁ ପଢୁଥିଲି ସେତବେଳେ କଣ କରିବି ନିଜେ ହିଁ ସ୍ଥିର କରିପାରିନଥିଲି । କାହିଁକି ନା ମୋ କ୍ୟାରିୟର ସେତେଟା ସଫଳତାପୂର୍ଣ୍ଣ ନଥିଲା, ମୁଁ ମାଟ୍ରିକରେ ତୃତୀୟ ଶ୍ରେଣୀ, ଦୁଇ ଦୁଇ ଥର ଯୁକ୍ତ ଦୁଇ ବିଜ୍ଞାନରେ ଆକୃତ କାର୍ଯ୍ୟ ହୋଇଥିଲି। ପରେ ମୁଁ ଯୁକ୍ତ ତିନି କଳାରେ ଅଧ୍ୟୟନ କରି ସଫଳ ହେଲି ଓ ସେତେବେଳେ ଭାବିଥିଲି ଅଧ୍ୟାପନା କ୍ଷେତ୍ରରେ ଯିବି। କିନ୍ତୁ ଯୁକ୍ତ ତିନି ପରେ ପରେ ମୋ ଜୀବନର ମୋଡ଼ ବଦଳିଗଲା। ଭାରତ ସରକାରଙ୍କ ଭାରତୀୟ ଜନ ସଂଚାର ସଂସ୍ଥାନରେ ଇଣ୍ଟରଭ୍ୟୁ ଦେଇ ସାମ୍ବାଦିକତାରେ ଅଧ୍ୟୟନ କରିବା ପାଇଁ ସୁଯୋଗ ପାଇଲି। ସାମ୍ବାଦିକତାରେ ପାଠ ପଢ଼ା ପରେପରେ ମୋର ଚାକିରି ଜୀବନ ଆରମ୍ଭ ହେଲା ଗୋଟିଏ ଦୈନିକ ଖବର କାଗଜରୁ ସହ ସମ୍ପାଦକ ଭାବେ । ସେତେବେଳେ ମୋ ଦରମା ଥିଲା ମାସିକ ଦଶ ହଜାର ଟଙ୍କା । ନିଜ ରୋଜଗାରର ଦରମା ଟଙ୍କା ଯଉଦିନ ପାଇଲି, ସେଦିନ ନିଜକୁ ବିଶ୍ୱାସ କରି ପାରିଲି ନାହିଁ । ବାରମ୍ବାର ଦେଖୁଥିଲି ସେଇସବୁ ଖଡ ଖଡିଆ ନୋଟକୁ । ଅନୁଭବ କରୁଥିଲି ନୋଟର ବାସ୍ନାକୁ । ସେଇ ଟଙ୍କାକୁ ବିଛଣାରେ ରଖି ଫଟୋ ଉଠାଇ ଫେସବୁକରେ ଛାଡ଼ିଦେଇ ବିପୁଳ ଆନନ୍ଦ ପାଉଥିଲି ପ୍ରିୟଜନଙ୍କ ମତାମତରେ। ମୋର ମନେଅଛି ସେଇ ଟଙ୍କାରେ ମୁଁ କିଛି ଭଲ ବହି କିଣିଥିଲି ଯେଉଁଥିରେ ଥିଲା ଭାନୁଜୀ ରାଓ, ରବି ସିଂଙ୍କ ଗ୍ରନ୍ଥାବଳୀ ସମେତ ଆଉ କିଛି ।

ସମୟରେ ଏକ ବର୍ଷ ଚାକିରି କରିବା ପରେ ଚାକିରି ଜୀବନକୁ ବିଦାୟ ଦେଇ, ନିଜ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିଲି । ଚାକିରିର ପାଞ୍ଚ ଗୁଣ ଅର୍ଥ ଏବେ ରୋଜଗାର କରୁଥିଲେ ବି ପ୍ରଥମ ରୋଜଗାର ସ୍ମୃତିକୁ ମୁଁ କେବେ ଭୁଲିନି କି ଭୁଲି ପାରିବି ନାହିଁ। ଆଉ ଏକ କଥା ଜୀବନର ବ୍ରତ ଭାବେ ମୁଁ ସମାଜ ସେବାକୁ ଗ୍ରହଣ କରି ଆସିଛି। ଦୀର୍ଘ ବର୍ଷ ହେବ ଏ ଅଭିଯାନ ମୋର ଆରମ୍ଭ ହୋଇଛି ମୋ ମାସିକ ରୋଜଗାରରୁ ଦଶ ହଜାର ଟଙ୍କା ଆର୍ଥିକ ଅବସ୍ଥା ଭଲ ନଥିବା ମେଧାବୀ ଛାତ୍ରଛାତ୍ରୀ ଓ ଗରିବ, ଅସହାୟ, ରୋଗୀଙ୍କୁ ପ୍ରଦାନ କରି ଆସୁଛି ଯାହା ସମ୍ଭବ ହେଉଛି ମହବାହୁଙ୍କ ବିପୁଳ ଆଶିଷ ଯୋଗୁ।

The post ପ୍ରଥମ ରୋଜଗାର ଟଙ୍କାରେ ବହି କିଣିଥିଲି: ପବିତ୍ର ବ୍ରହ୍ମପୁତ୍ର ନାୟକ appeared first on Dharitri Odia News.