ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ
ମୁମ୍ବାଇ, ୨୪ା୫: ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ ଉଚ୍ଚତାକୁ ସ୍ପର୍ଶ କରିଥିଲା ବେଳେ ଗୁରୁବାର ମଧ୍ୟ ଏହି ଧାରା ଜାରି ରଖିଛି। ଶୁକ୍ରବାର ବଜାର ଖୋଲିବା ପରେ ସେନସେକ୍ସ ୭୫,୫୮୨ ପଏଣ୍ଟ ଛୁଇଁଥିଲା ବେଳେ ନିଫ୍ଟି ପ୍ରଥମଥର ପାଇଁ ୨୩,୦୦୪ ମାର୍କରେ ପହଞ୍ଚିଥିଲା। ସକାଳୁ […] The post ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ appeared first on Dharitri Odia News.
ମୁମ୍ବାଇ, ୨୪ା୫: ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ ଉଚ୍ଚତାକୁ ସ୍ପର୍ଶ କରିଥିଲା ବେଳେ ଗୁରୁବାର ମଧ୍ୟ ଏହି ଧାରା ଜାରି ରଖିଛି।
ଶୁକ୍ରବାର ବଜାର ଖୋଲିବା ପରେ ସେନସେକ୍ସ ୭୫,୫୮୨ ପଏଣ୍ଟ ଛୁଇଁଥିଲା ବେଳେ ନିଫ୍ଟି ପ୍ରଥମଥର ପାଇଁ ୨୩,୦୦୪ ମାର୍କରେ ପହଞ୍ଚିଥିଲା। ସକାଳୁ ସକାଳୁ ସେନସେକ୍ସ ୧୫୫.୬୨ ପଏଣ୍ଟ ବୃଦ୍ଧି ହୋଇଥିଲା ବେଳେ ନିଫ୍ଟି ୩୫.୨୦ ପଏଣ୍ଟ ବୃଦ୍ଧି ପାଇଥିଲା। ଏହି ସମୟରେ ଶେୟାର ବଜାରରେ ୧,୭୩୪ ଶେୟାର ମୂଲ୍ୟ ବଢିଥିଲା ବେଳେ ୧,୦୫୬ ଶେୟାର ହ୍ରାସ ପାଇଥିଲା ଏବଂ ୧୦୦ ଶେୟାର ଅପରିବର୍ତ୍ତିତ ରହିଥିଲା।
The post ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ appeared first on Dharitri Odia News.