ମାରାତ୍ମକ ହୋଇପାରେ ସ୍ତନ କର୍କଟ; ପ୍ରାରମ୍ଭିକ ଲକ୍ଷଣରୁ ଚିହ୍ନନ୍ତୁ ଏବଂ ତୁରନ୍ତ ଚିକିତ୍ସା କରନ୍ତୁ

ନୂଆଦିଲ୍ଲୀ ୨୦।୦୬; କର୍କଟ ରୋଗର ଶିକାର ଯେ କେହି ବି  ହୋଇପାରନ୍ତି । ଏହା ଶରୀରର ବିଭିନ୍ନ  ଅଙ୍ଗରେ ହୋଇଥାଏ । ଫଳରେ କର୍କଟର  ନାମ ମଧ୍ୟ ଭିନ୍ନ ଭିନ୍ନ । ବ୍ରେଷ୍ଟ କ୍ୟାନସର  ବା ସ୍ତନ କର୍କଟ ମହିଳାଙ୍କ ପାଇଁ ଖୁବ୍‌  ସାଧାରଣ, ଯାହା ପ୍ରାୟ ମହିଳାଙ୍କୁ ପ୍ରଭାବିତ  କରିଥାଏ । ଅବଶ୍ୟ ଏହା ମହିଳା ଓ ପୁରୁଷ  ଉଭୟଙ୍କ ଠାରେ ଦେଖାଦିଏ । କିନ୍ତୁ ଲୋକଲଜ୍ଜା  କାରଣରୁ ଅନେକ ମହିଳାଙ୍କୁ ଜୀବନ ହାରିବାକୁ  ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ  ସ୍ତନ କର୍କଟ ବିଶ୍ୱକୁ ସବୁଠାରୁ ବେଶି ପ୍ରଭାବିତ  କରୁଥିବା ରୋଗ।  ୨୦୨୦ରେ ୨.୩ ମିଲିୟନ୍‌ ମହିଳା ଏହି ରୋଗକୁ ହରାଇଥିବା ବେଳେ ୬୮୫.୦୦୦ଙ୍କର  ମୃତ୍ୟୁ ହୋଇଥିଲା । ଯଦି ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ  ଏହି କର୍କଟ ଚିହ୍ନଟ ହୋଇପାରେ, ତେବେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଅଧିକ । ଯଦି  ସେହି ସମୟରେ ଚିକିତ୍ସା କରା ନଯାଏ ତେବେ  ଏହା ଅନ୍ୟ ଅଙ୍ଗକୁ ସଂପ୍ରସାରିତ ହେବା ସହ  ଘାତକ ସାଜିପାରେ । ସ୍ତନ କର୍କଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ  ଲକ୍ଷଣ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ, ଯାହା ଦ୍ୱାରା ରୋଗର ଚିହ୍ନଟ କରାଯାଇପାରିବ ।  ଏହି କର୍କଟର ପ୍ରାରମ୍ଭିକ ଲକ୍ଷଣ ସ୍ତନ ଆଖପାଖ   ତ୍ୱଚାରେ ଦେଖାଯାଇଥାଏ । ଚାଲନ୍ତୁ ଜାଣିବା   ଏମିତି କିଛି ଲକ୍ଷଣ ବିଷୟରେ... ତ୍ୱଚାରେ ପରିବର୍ତ୍ତନ- ଯଦି ଆପଣଙ୍କ ସ୍ତନ ଓ  ଆଖପାଖର ତ୍ୱଚାରେ  କିଛି ପରିବର୍ତ୍ତନ  ଦେଖାଦିଏ, ତେବେ  ଅ

ମାରାତ୍ମକ ହୋଇପାରେ ସ୍ତନ କର୍କଟ; ପ୍ରାରମ୍ଭିକ ଲକ୍ଷଣରୁ ଚିହ୍ନନ୍ତୁ ଏବଂ ତୁରନ୍ତ ଚିକିତ୍ସା କରନ୍ତୁ

ନୂଆଦିଲ୍ଲୀ ୨୦।୦୬; କର୍କଟ ରୋଗର ଶିକାର ଯେ କେହି ବି  ହୋଇପାରନ୍ତି । ଏହା ଶରୀରର ବିଭିନ୍ନ  ଅଙ୍ଗରେ ହୋଇଥାଏ । ଫଳରେ କର୍କଟର  ନାମ ମଧ୍ୟ ଭିନ୍ନ ଭିନ୍ନ । ବ୍ରେଷ୍ଟ କ୍ୟାନସର  ବା ସ୍ତନ କର୍କଟ ମହିଳାଙ୍କ ପାଇଁ ଖୁବ୍‌  ସାଧାରଣ, ଯାହା ପ୍ରାୟ ମହିଳାଙ୍କୁ ପ୍ରଭାବିତ  କରିଥାଏ । ଅବଶ୍ୟ ଏହା ମହିଳା ଓ ପୁରୁଷ  ଉଭୟଙ୍କ ଠାରେ ଦେଖାଦିଏ । କିନ୍ତୁ ଲୋକଲଜ୍ଜା  କାରଣରୁ ଅନେକ ମହିଳାଙ୍କୁ ଜୀବନ ହାରିବାକୁ  ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ  ସ୍ତନ କର୍କଟ ବିଶ୍ୱକୁ ସବୁଠାରୁ ବେଶି ପ୍ରଭାବିତ  କରୁଥିବା ରୋଗ।  ୨୦୨୦ରେ ୨.୩ ମିଲିୟନ୍‌ ମହିଳା ଏହି ରୋଗକୁ ହରାଇଥିବା ବେଳେ ୬୮୫.୦୦୦ଙ୍କର  ମୃତ୍ୟୁ ହୋଇଥିଲା । ଯଦି ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ  ଏହି କର୍କଟ ଚିହ୍ନଟ ହୋଇପାରେ, ତେବେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଅଧିକ । ଯଦି  ସେହି ସମୟରେ ଚିକିତ୍ସା କରା ନଯାଏ ତେବେ  ଏହା ଅନ୍ୟ ଅଙ୍ଗକୁ ସଂପ୍ରସାରିତ ହେବା ସହ  ଘାତକ ସାଜିପାରେ । ସ୍ତନ କର୍କଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ  ଲକ୍ଷଣ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ, ଯାହା ଦ୍ୱାରା ରୋଗର ଚିହ୍ନଟ କରାଯାଇପାରିବ ।  ଏହି କର୍କଟର ପ୍ରାରମ୍ଭିକ ଲକ୍ଷଣ ସ୍ତନ ଆଖପାଖ   ତ୍ୱଚାରେ ଦେଖାଯାଇଥାଏ । ଚାଲନ୍ତୁ ଜାଣିବା   ଏମିତି କିଛି ଲକ୍ଷଣ ବିଷୟରେ... 

ତ୍ୱଚାରେ ପରିବର୍ତ୍ତନ- ଯଦି ଆପଣଙ୍କ ସ୍ତନ ଓ  ଆଖପାଖର ତ୍ୱଚାରେ  କିଛି ପରିବର୍ତ୍ତନ  ଦେଖାଦିଏ, ତେବେ  ଅଣଦେଖା କରନ୍ତୁନି। ତ୍ୱଚାରେ ହେଉଥିବା  ପରିବର୍ତ୍ତନରେ ଡିମ୍ପଲ ମଧ୍ୟ ଆସିପାରେ । ସ୍ତନ  ତ୍ୱଚାରେ ଡିମ୍ପଲ ଆସିବା ଅର୍ଥାତ ସ୍ତନରେ ଥିବା  ଲିମ୍ଫ ଭେସେଲ୍ସଗୁଡିକ ବ୍ଲକ୍‌ ହୋଇଯାଇଥାଏ ।  ଫଳରେ ସ୍ତନରେ ଜ୍ଜ୍ୱଳନ ସୃଷ୍ଟି ହୋଇଥାଏ ।  ଏହାବ୍ୟତୀତ ତ୍ୱଚାର କିଛି ଅଂଶରେ କମଳା  ଚୋପା ପରି ଛୋଟ ଛୋଟ ଗାଡ ବା କଣ  ଦେଖିବାକୁ ମିଳିଥାଏ ।  

ତ୍ୱଚାରେ ଦାନା ବା ଲାଲ୍‌ ଦେଖାଯିବା- ସ୍ତନର ନିପଲ୍‌ ଆଖାପାଖରେ ଏଗ୍‌ଜିମା  ପରି ଦାନା ଦାନା ବା ଅତ୍ୟଧିକ ଲାଲ୍‌  ଦେଖାଯାଇଥାଏ । ଏହା ସ୍ତନକର୍କଟର ବଡ଼  ଲକ୍ଷଣ । ବିଶେଷଜ୍ଞଙ୍କ ମତରେ ଏହା ପଗେଟ୍‌  ରୋଗ ସହ କର୍କଟର ମଧ୍ୟ ଲକ୍ଷଣ ହୋଇଥାଏ ।  ଅବଶ୍ୟ ଏହାର କାରଣ ଅସ୍ପଷ୍ଟ । ପଗେଟ୍‌  ରୋଗ ଯୋଗୁ ମଧ୍ୟ ସ୍ତନ ପାଖରେ ଉପରୋକ୍ତ  ଲକ୍ଷଣ ଦେଖା ଦେଇଥାଏ । 

ଯନ୍ତ୍ରଣା, ଲାଲ୍‌ ଦେଖାଯିବା ଓ ଗାଡ଼- ଇନ୍‌ଫ୍ଲାମୋଟୋରୀ ବ୍ରେଷ୍ଟ  କ୍ୟାନସର୍‌(ଆଇବିସି) କମ୍‌ ଲୋକଙ୍କଠାରେ  ହେଉଥିବା ବେଳେ ଖୁବ୍‌ ତୀବ୍ର ବେଗରେ  ବଢୁଥିବା କର୍କଟ ମଧ୍ୟରୁ ଅନ୍ୟତମ,  ଯାହାର ଅନେକ ଲକ୍ଷଣ ତ୍ୱଚା ଉପରେ  ଦେଖାଯାଇଥାଏ । ଏହି କର୍କଟ ହେଲେ ସ୍ତନ  ଲାଲ୍‌ ଦେଖାଯିବା, ଫୁଲିବା, ଯନ୍ତ୍ରଣା ହେବା  ସହ ବିସ୍ତାରିତ ହୋଇଥାଏ । ସେହିପରି  ସ୍ତନ ତ୍ୱଚାର ଆକୃତିରେ ମଧ୍ୟ ପରିବର୍ତ୍ତନ  ଆସି କମଳା ଚୋପା ପରି ଦେଖାଯାଇଥାଏ । ଏହାବ୍ୟତୀତ ସ୍ତନ ତ୍ୱଚାର ରଙ୍ଗ ପରିବର୍ତ୍ତିତ   ହୋଇ ଲାଲ୍‌, ଗୋଲାପୀ ବା ବାଇଗଣୀ   ହୋଇଯାଇଥାଏ । ସେହିପରି ସ୍ତନ   କୁଣ୍ଡାଇହେବା, ଟାଣ ବା  କୋମଳ ଲାଗିବା ସହ  ଯନ୍ତ୍ରଣାହେବା ପରି  ସମସ୍ୟାମାନ   ଦେଖା  ଦେଇଥାଏ ।