ସୋନପୁରରେ ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି। ସୋନପୁର ସହରବାସୀ ଓ ଘରୋଇ ବସ୍ ମାଲିକ ସଂଘର ଦୀର୍ଘଦିନର ଦାବୀକୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସମ୍ମାନର ସହ ଗୁରୁତ୍ଵ ଦେଇ ସୋନପୁର ସହରର ମୁଖ୍ୟ […] The post ସୋନପୁରରେ ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର appeared first on Odisha.News.

ସୋନପୁରରେ ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି। ସୋନପୁର ସହରବାସୀ ଓ ଘରୋଇ ବସ୍ ମାଲିକ ସଂଘର ଦୀର୍ଘଦିନର ଦାବୀକୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସମ୍ମାନର ସହ ଗୁରୁତ୍ଵ ଦେଇ ସୋନପୁର ସହରର ମୁଖ୍ୟ ପେଣ୍ଠସ୍ଥଳୀ (ପୁରୁଣା ବସ୍ ଷ୍ଟାଣ୍ଡ )ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସିଦ୍ଧାନ୍ତ ଗ୍ରହଣ ପୂର୍ବକ OSRTC କୁ ଦାୟିତ୍ଵ ଦେଇ ଠିକା ପ୍ରଦାନ କଲା ପରେ ବି ଏପର୍ଯ୍ୟନ୍ତ ନୂଆଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ବିଶେଷ ଅଗ୍ରଗତି ହୋଇ ନ ପାରିବା ନେଇ କ୍ଷୋଭ ପ୍ରକାଶ କରିଥିବା କଥା ଜିଲ୍ଲାପାଳଙ୍କୁ ଜଣେଇଛନ୍ତି। ଏହା ସହ ନିର୍ଦ୍ଧାରିତ ଡିଜାଇନ୍ ଓ ପ୍ଲାନ୍ ଅନୁଯାୟୀ ଭବ୍ୟ ବସ୍ ଷ୍ଟାଣ୍ଡ ତିଆରି ହେବା ପାଇଁ ସ୍ମାରକୀ ପତ୍ରରେ ଜିଲ୍ଲାପାଳଙ୍କୁ ଲେଖି ଜଣାଇଛନ୍ତି। ବଲାଙ୍ଗୀର, ବିନିକା, ସମ୍ବଲପୁର ରାସ୍ତାକୁ ସଂଯୋଗ କରୁଥିବା ତଥା ମହାନଦୀ ପାର୍ଶ୍ଵରେ ନୂତନ ମେଡିକାଲ ନିର୍ମାଣ ହୋଇଥିବା ବେଳେ ସୋନପୁରର ଏହି ବସଷ୍ଟାଣ୍ଡକୁ ଆସୁଥିବା ବୌଦ୍ଧ ଓ ସବର୍ଣ୍ଣପୁର ଉଭୟ ଜିଲ୍ଲାର ଲୋକଙ୍କ ଉପରେ ଭରସା କରୁଛି ହଜାର ହଜାର ବ୍ୟବସାୟ ପ୍ରତିଷ୍ଠାନ। ଅନ୍ୟ ପକ୍ଷରେ ସମସ୍ତ ସରକାରୀ ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକ, ସମସ୍ତ ବ୍ୟାଙ୍କ, ଓ ବଡ଼ ବଡ଼ ରେଷ୍ଟୁରାଣ୍ଟ, ସହରର ଇଷ୍ଟ ଦେବ, ଇଷ୍ଟ ଦେବୀଙ୍କ ସମେତ ସହରର ସବୁ ମନ୍ଦିର ପର୍ଯ୍ୟଟନ ଉପରେ ବସଷ୍ଟାଣ୍ଡକୁ ଯିବା ଆସିବା କରୁଥିବା ପ୍ରତ୍ୟହ ହଜାର ହଜାର ବସଯାତ୍ରୀ ଓ ପର୍ଯ୍ୟଟକ ନିର୍ଭର କରନ୍ତି। ତେଣୁ ପ୍ରାୟ ୮୦ ଭାଗ ଲୋକ ବ୍ୟବସାୟ ଉପରେ ନିର୍ଭର କରୁଥିବା ଜିଲ୍ଲା ସଦର ମହକୁମାର ଏହି ବ୍ୟବସାୟ ପ୍ରତିଷ୍ଠାନକୁ ଓ ପ୍ରତି ଛୋଟ ବଡ଼ ବ୍ୟବସାୟକୁ ସନ୍ତୁଳନ ରଖିବାକୁ ଏହି ପୁରୁଣା ଜାଗାରେ ହିଁ ଭବ୍ୟ ବସଷ୍ଟାଣ୍ଡ ନିର୍ମାଣର ଜରୁରୀ ଅଟେ। ଏହାକୁ କୌଣସି ରାଜନୀତି କରଣ ନ କରି ରାଜନେତା, ପ୍ରଶାସକ, ପୌର ପରିଷଦ, ବୁଦ୍ଧିଜୀବୀ ଓ ସହରବାସୀ ଜାଗ୍ରତ ହେବାର ପ୍ରକୁତ ସମୟ ଆସିଛି। ସାମୂହିକ ସ୍ବାର୍ଥ କ୍ଷେତ୍ରରେ ସମସ୍ତେ ଏକାଠି ହୋଇ ପୁରୁଣା ମେଡିକାଲ୍ରେ ସିଟି ମେଡିକାଲ୍ ନିର୍ମାଣ ଓ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଲଢେଇ କରିବାକୁ କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି। ବସ୍ ମାଲିକ ସଂଘ ସଂପାଦକ ପିଣ୍ଟୁ ପଣ୍ଡା ଙ୍କ ସହ ଭାସ୍କର ଦାଶ, ବୁଲୁ ହୋତା, ପୁରୁଷୋତ୍ତମ ପାଣିଗ୍ରାହୀ, ଦେବ ରଞ୍ଜନ ତ୍ରିପାଠୀ, ସୁନିଲ ମେହେର, ନନ୍ଦୁ ମେହେର ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

The post ସୋନପୁରରେ ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର appeared first on Odisha.News.