ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ି ଯୁବକ ମୃତ।

ସମ୍ବଲପୁର ଜିଲ୍ଲା ଠେଲକଲୋଇ ଥାନା ଅନ୍ତର୍ଗତ ବାରଘାଟ ତିଲେଇମାଲ ରେ ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ବାରଘାଟ ତିଲେଇମାଲ ର ରାଜେଶ ରୋହିଦାସ (୩୦) ରାତିରେ ଶୌଚ ପାଇଁ ଯାଇଥିବା ବେଳେ ଗାଁ ମୁଣ୍ଡ ରେ ଥିବା ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ିଯାଇଥିଲେ। ଫଳରେ ନିଆଁ ରେ ମୁହଁ ଓ ମୁଣ୍ଡ ଟି ସମ୍ପୂର୍ଣ ପୋଡ଼ି ଯାଇଥିଲା। ସକାଳୁ ଗାଁ ଲୋକେ ସେ ମରି […] The post ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ି ଯୁବକ ମୃତ। appeared first on Odisha.News.

ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ି ଯୁବକ ମୃତ।

ସମ୍ବଲପୁର ଜିଲ୍ଲା ଠେଲକଲୋଇ ଥାନା ଅନ୍ତର୍ଗତ ବାରଘାଟ ତିଲେଇମାଲ ରେ ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ବାରଘାଟ ତିଲେଇମାଲ ର ରାଜେଶ ରୋହିଦାସ (୩୦) ରାତିରେ ଶୌଚ ପାଇଁ ଯାଇଥିବା ବେଳେ ଗାଁ ମୁଣ୍ଡ ରେ ଥିବା ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ିଯାଇଥିଲେ। ଫଳରେ ନିଆଁ ରେ ମୁହଁ ଓ ମୁଣ୍ଡ ଟି ସମ୍ପୂର୍ଣ ପୋଡ଼ି ଯାଇଥିଲା। ସକାଳୁ ଗାଁ ଲୋକେ ସେ ମରି ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ରାଜେଶ ଙ୍କ ପରିବାର ରେ ତାଙ୍କର ବଡ ଭାଇ ଓ ମା ଅଛନ୍ତି। ରାଜେଶ ଙ୍କୁ କେହି ହତ୍ୟା କରି ଚୁଲି ରେ ପକେଇ ଦେଇଥିବାର ଗାଁ ଲୋକେ ସନ୍ଦେହ କରୁଛନ୍ତି।

The post ବେଆଇନ ରନ୍ଧା ମଦ ଚୁଲି ରେ ପଡ଼ି ଯୁବକ ମୃତ। appeared first on Odisha.News.