ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟ୍କା, ବ୍ୟକ୍ତିଗତ ସଚିବଙ୍କୁ ବରଖାସ୍ତ କଲେ ଭିଜିଲାନ୍ସ ବିଭାଗ
ନୂଆଦିଲ୍ଲୀ ୧୧/୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଥମିବାର ନା ନେଉନି । ସିଏମ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବରଖାସ୍ତ କରିଛି ଭିଜିନାସ ବିଭାଗ । ମଦ ନୀତି ମାମଲାରେ ଇଡି ମଧ୍ୟ ବିଭବ କୁମାରଙ୍କୁ ଅନେକ ଥର ପଚରାଉଚରା କରିଛି । ସୂଚନା ଥାଉକି, ଦିଲ୍ଲୀ ମଦି ନୀତି ମାମଲାରେ ତିହାର ଜେଲରେ ରହିଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଝଟ୍କା ପରେ ଝଟ୍କା ଲାଗୁଛି । ମଙ୍ଗଳବାର ଦିନ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ଠିକ୍ କରିଥିବାବେଳେ ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ସାକ୍ଷାତ କରିବାକୁ ଅନୁମତି ଦେଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେଜ୍ରିୱାଲ ତାଙ୍କ ଗିରଫ ମାମଲାରେ ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି କରିବାକୁ ଚାହୁଁଥିଲେ, କିନ୍ତୁ ସେଠାରେ ମଧ୍ୟ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇ ନଥିଲା । ଏଥିସହ ଅରବିନ୍ଦ କେଜ୍ରିୱାଲଙ୍କ ସରକାରର ମନ୍ତ୍ରୀ ରାଜକୁମାର ଆନନ୍ଦ ତାଙ୍କ ସିଏମ୍ ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଶ୍ୱାସ କରିବା ପରେ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ତାଙ୍କର ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ସେବାରୁ ବରଖାସ୍ତ କରାଯାଇଛି। କହିବାକୁ ଗଲେ କେଜ୍ରିୱାଲ ସରକାରରେ ୬ ଜଣ ମନ୍ତ୍ରୀ ଥିଲେ, ଯେଉଁଥିରେ ଗୋପାଳ ରାୟ, ଇମ୍ରାନ ହୁସେନ, କୈଲାଶ ଗେହଲଟ, ସୌରଭ ଭରଦ୍ୱାଜ, ଆତିଶି ଏବଂ ରାଜକୁମାର ଆନନ୍ଦ ରହିଥିଲେ । କିନ୍ତୁ
ନୂଆଦିଲ୍ଲୀ ୧୧/୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଥମିବାର ନା ନେଉନି । ସିଏମ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବରଖାସ୍ତ କରିଛି ଭିଜିନାସ ବିଭାଗ । ମଦ ନୀତି ମାମଲାରେ ଇଡି ମଧ୍ୟ ବିଭବ କୁମାରଙ୍କୁ ଅନେକ ଥର ପଚରାଉଚରା କରିଛି ।
ସୂଚନା ଥାଉକି, ଦିଲ୍ଲୀ ମଦି ନୀତି ମାମଲାରେ ତିହାର ଜେଲରେ ରହିଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଝଟ୍କା ପରେ ଝଟ୍କା ଲାଗୁଛି । ମଙ୍ଗଳବାର ଦିନ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ଠିକ୍ କରିଥିବାବେଳେ ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଓକିଲଙ୍କୁ ସପ୍ତାହରେ ପାଞ୍ଚ ଥର ସାକ୍ଷାତ କରିବାକୁ ଅନୁମତି ଦେଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
କେଜ୍ରିୱାଲ ତାଙ୍କ ଗିରଫ ମାମଲାରେ ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି କରିବାକୁ ଚାହୁଁଥିଲେ, କିନ୍ତୁ ସେଠାରେ ମଧ୍ୟ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇ ନଥିଲା । ଏଥିସହ ଅରବିନ୍ଦ କେଜ୍ରିୱାଲଙ୍କ ସରକାରର ମନ୍ତ୍ରୀ ରାଜକୁମାର ଆନନ୍ଦ ତାଙ୍କ ସିଏମ୍ ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଶ୍ୱାସ କରିବା ପରେ ଇସ୍ତଫା ଦେଇଛନ୍ତି ।
ବର୍ତ୍ତମାନ ତାଙ୍କର ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ସେବାରୁ ବରଖାସ୍ତ କରାଯାଇଛି। କହିବାକୁ ଗଲେ କେଜ୍ରିୱାଲ ସରକାରରେ ୬ ଜଣ ମନ୍ତ୍ରୀ ଥିଲେ, ଯେଉଁଥିରେ ଗୋପାଳ ରାୟ, ଇମ୍ରାନ ହୁସେନ, କୈଲାଶ ଗେହଲଟ, ସୌରଭ ଭରଦ୍ୱାଜ, ଆତିଶି ଏବଂ ରାଜକୁମାର ଆନନ୍ଦ ରହିଥିଲେ । କିନ୍ତୁ ଦଳରେ ଦୁର୍ନୀତିର ରୂପ ଦେଖି ଦୁଃଖିତ ହୋଇ ରାଜକୁମାର ଆନନ୍ଦ ଦଳ ଛାଡିଥିଲେ । ମନ୍ତ୍ରୀ ପଦ ସହିତ ଦଳ ମଧ୍ୟ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ।