ପ୍ରଥମେ ଅଗଷ୍ଟ ୧୧... ପୁଣି ୧୩... ଏବେ ୧୬: ଘୁଞ୍ଚି ଘୁଞ୍ଚି ଯାଉଛି ଫୋଗାଟ୍ଙ୍କ ରାୟ
ନୂଆଦିଲ୍ଲୀ: ଭିନେଶ ଫୋଗାଟ ରୌପ୍ୟ ପଦକ ପାଇବେ କି ନାହିଁ? ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସର ରାୟ ପ୍ରକାଶ ପାଇବାର ଥିଲା କିନ୍ତୁ ଏ ସମ୍ପର୍କରେ କୋର୍ଟଙ୍କ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ଏହି ରାୟ ଅଗଷ୍ଟ ୧୬କୁ ଘୁଞ୍ଚାଇ ଦିଆଯାଇଛି।ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ୫୦ କିଲୋଗ୍ରାମ ବର୍ଗରେ କୁସ୍ତି ଲଢୁଥିଲେ। ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ମଧ୍ୟ ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ଭିନେଶଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିଲା। ଓଜନ ହ୍ରାସ କରିବାକୁ ସେ ରାତିସାରା କଠିନ ପରିଶ୍ରମ କରିଥିଲେ। ଏପରିକି କେଶ ଓ ନଖ କାଟିବାକୁ ପଡିଲା। କିନ୍ତୁ ତଥାପି ୧୦୦ ଗ୍ରାମ ଅଧିକ ଓଜନ ରହିଲା।ଅଗଷ୍ଟ ୧୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ଫଇସଲା ଶୁଣାଇଥାନ୍ତେ କିନ୍ତୁ ତାହାକୁ ୧୩ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଫ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋ ବର୍ଗରେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ଅନ୍ତିମ ଲଢ଼େଇ ପୂର୍ବରୁ ମେଡିକାଲ ଟେଷ୍ଟ୍ ହୋଇଥିଲା, ଏଥିରେ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଶହେ ଗ୍ରାମ୍ ଓଜନ ଅଧିକ ରହିଥିବା ତାଙ୍କୁ ଡିସ୍କ୍ବାଲିଫାଏ କରାଯାଇଥିଲା । ଏହା ପରେ ସେ ସଂଯୁକ୍ତ ରୌପ୍ୟ ପଦକ ଦାବି କରି ସିଏଏସରେ ଆବେଦନ କରିଥିଲେ । ଭିନେଶ ଫୋଗାଟଙ୍କ ପଦକ
ନୂଆଦିଲ୍ଲୀ: ଭିନେଶ ଫୋଗାଟ ରୌପ୍ୟ ପଦକ ପାଇବେ କି ନାହିଁ? ଆଜି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସର ରାୟ ପ୍ରକାଶ ପାଇବାର ଥିଲା କିନ୍ତୁ ଏ ସମ୍ପର୍କରେ କୋର୍ଟଙ୍କ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ଏହି ରାୟ ଅଗଷ୍ଟ ୧୬କୁ ଘୁଞ୍ଚାଇ ଦିଆଯାଇଛି।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ୫୦ କିଲୋଗ୍ରାମ ବର୍ଗରେ କୁସ୍ତି ଲଢୁଥିଲେ। ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ ମଧ୍ୟ ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ଭିନେଶଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ଥିଲା। ଓଜନ ହ୍ରାସ କରିବାକୁ ସେ ରାତିସାରା କଠିନ ପରିଶ୍ରମ କରିଥିଲେ। ଏପରିକି କେଶ ଓ ନଖ କାଟିବାକୁ ପଡିଲା। କିନ୍ତୁ ତଥାପି ୧୦୦ ଗ୍ରାମ ଅଧିକ ଓଜନ ରହିଲା।
ଅଗଷ୍ଟ ୧୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ଫଇସଲା ଶୁଣାଇଥାନ୍ତେ କିନ୍ତୁ ତାହାକୁ ୧୩ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଫ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋ ବର୍ଗରେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ଅନ୍ତିମ ଲଢ଼େଇ ପୂର୍ବରୁ ମେଡିକାଲ ଟେଷ୍ଟ୍ ହୋଇଥିଲା, ଏଥିରେ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଶହେ ଗ୍ରାମ୍ ଓଜନ ଅଧିକ ରହିଥିବା ତାଙ୍କୁ ଡିସ୍କ୍ବାଲିଫାଏ କରାଯାଇଥିଲା । ଏହା ପରେ ସେ ସଂଯୁକ୍ତ ରୌପ୍ୟ ପଦକ ଦାବି କରି ସିଏଏସରେ ଆବେଦନ କରିଥିଲେ ।
ଭିନେଶ ଫୋଗାଟଙ୍କ ପଦକ ଆବେଦନ ରାୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ନିୟମ କାରଣ ବିବାଦ ସୃଷ୍ଟି ହୋଇଥିଲା, ଏବେ ୟୁନାଇଟେଡ୍ ଓ୍ବାଲ୍ଡ ରେସଲିଂ ସେହି ସବୁ ନିୟମକୁ ପରିବର୍ତ୍ତନ କରିବାକୁ ବିଚାର କରୁଛି । ପ୍ୟାରିସ୍ ଅଲିମ୍ପିକ୍ସରେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ୫୦ କିଲୋ ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ । ଏହା ସହିତ ରୌପ୍ୟ ପଦକ ସେ ପକ୍କା କରିଥିଲେ । ମାତ୍ର ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କୁ ଡିଲକ୍ବାଲିଫାଏ କରି ଦିଆଗଲା । ୧୦୦ ଗ୍ରାମ୍ ଓଜନ ଅଧିକ ରହିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ତାଙ୍କୁ ସ୍ଥାନରେ ତାଙ୍କଠୁ ସେମି-ଫାଇନାଲରେ ପରାସ୍ତ ହୋଇଥିବା ଆଥଲେଟଙ୍କୁ ଫାଇନାଲ ଖେଳିବାକୁ ସୁଯୋଗ ଦିଆଯାଇଥିଲା ।