ବାଂଲାଦେଶରେ ଏବେ ସ୍ୱାସ୍ଥ୍ୟ ସଂକଟ, ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସ୍ୱାସ୍ଥ୍ୟ ସଂକଟ ଉପୁଜିଛି। ଉଲ୍ଲେଖଯୋଗ୍ୟ ଯେ ଢାକା ମେଡିକାଲ କଲେଜ ହସ୍ପିଟାଲ (ଡିଏମସିଏଚ)ରେ ଡାକ୍ତରଙ୍କ ଅବହେଳା ପାଇଁ ଜଣେ ଛାତ୍ରଙ୍କ ମୃତ୍ୟୁ  ହେବା ପରେ ଏପରି ପରିସ୍ଥିତି ଉପୁଜିଛି। ଛାତ୍ରଙ୍କ ମୃତ୍ୟୁ ଲାଗି ହସ୍ପିଟାଲରେ ଡାକ୍ତରଙ୍କ ମାଡ଼ ମରାଯିବାରୁ ଦେଶରେ ସମସ୍ତ ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡାକ୍ତର ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି।  ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତରମାନେ ବିକ୍ଷୋଭ କରୁଛନ୍ତି। ସେହିପରି ଡ୍ୟୁଟିକୁ ଫେରିବା ଲାଗି କାର୍ଯ୍ୟସ୍ଥଳର ସୁରକ୍ଷା ଦାବି ମଧ୍ୟ କରୁଛନ୍ତି। ଚାରି ସୂତ୍ରୀ ଦାବିକୁ ନେଇ ସାରା ଦେଶର ଚିକିତ୍ସକ ୧ ସେପ୍ଟେମ୍ବରରୁ ସମସ୍ତ ସାର୍ବଜନିକ ଓ ଘରୋଇ ହସ୍ପିଟାଲ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଦେଶରେ ସରକାର ହଟିବା ପରେ ବି ଜନ ଆନ୍ଦୋଳନ ଥମୁ ନାହିଁ। ଏଥିରେ ଏବେ ଡାକ୍ତରଙ୍କ ହରତାଳ ଅନ୍ତରୀଣ ସରକାରଙ୍କ ନିମନ୍ତେ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରଙ୍କ ଦାବିରେ ଶନିବାର ରାତିରେ ଡିଏମସିଏଚରେ ଚିକିତ୍ସକଙ୍କ ଉପରେ ଆକ୍ରମଣରେ ସାମିଲ ସମସ୍ତଙ୍କ ଗିରଫ ମଧ୍ୟ ରହିଛି। ଡିଏମସିଏଚ ପରିସରରେ ବିକ୍ଷୋଭ କରୁଥିବା ଡାକ୍ତରମାନେ ଗଣମାଧ୍ୟ

ବାଂଲାଦେଶରେ ଏବେ ସ୍ୱାସ୍ଥ୍ୟ ସଂକଟ, ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସ୍ୱାସ୍ଥ୍ୟ ସଂକଟ ଉପୁଜିଛି। ଉଲ୍ଲେଖଯୋଗ୍ୟ ଯେ ଢାକା ମେଡିକାଲ କଲେଜ ହସ୍ପିଟାଲ (ଡିଏମସିଏଚ)ରେ ଡାକ୍ତରଙ୍କ ଅବହେଳା ପାଇଁ ଜଣେ ଛାତ୍ରଙ୍କ ମୃତ୍ୟୁ  ହେବା ପରେ ଏପରି ପରିସ୍ଥିତି ଉପୁଜିଛି। ଛାତ୍ରଙ୍କ ମୃତ୍ୟୁ ଲାଗି ହସ୍ପିଟାଲରେ ଡାକ୍ତରଙ୍କ ମାଡ଼ ମରାଯିବାରୁ ଦେଶରେ ସମସ୍ତ ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡାକ୍ତର ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି।  

ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତରମାନେ ବିକ୍ଷୋଭ କରୁଛନ୍ତି। ସେହିପରି ଡ୍ୟୁଟିକୁ ଫେରିବା ଲାଗି କାର୍ଯ୍ୟସ୍ଥଳର ସୁରକ୍ଷା ଦାବି ମଧ୍ୟ କରୁଛନ୍ତି। ଚାରି ସୂତ୍ରୀ ଦାବିକୁ ନେଇ ସାରା ଦେଶର ଚିକିତ୍ସକ ୧ ସେପ୍ଟେମ୍ବରରୁ ସମସ୍ତ ସାର୍ବଜନିକ ଓ ଘରୋଇ ହସ୍ପିଟାଲ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଦେଶରେ ସରକାର ହଟିବା ପରେ ବି ଜନ ଆନ୍ଦୋଳନ ଥମୁ ନାହିଁ। ଏଥିରେ ଏବେ ଡାକ୍ତରଙ୍କ ହରତାଳ ଅନ୍ତରୀଣ ସରକାରଙ୍କ ନିମନ୍ତେ ନୂଆ ସମସ୍ୟା ଭାବେ ଉଭା ହୋଇଛି। 

ଡାକ୍ତରଙ୍କ ଦାବିରେ ଶନିବାର ରାତିରେ ଡିଏମସିଏଚରେ ଚିକିତ୍ସକଙ୍କ ଉପରେ ଆକ୍ରମଣରେ ସାମିଲ ସମସ୍ତଙ୍କ ଗିରଫ ମଧ୍ୟ ରହିଛି। ଡିଏମସିଏଚ ପରିସରରେ ବିକ୍ଷୋଭ କରୁଥିବା ଡାକ୍ତରମାନେ ଗଣମାଧ୍ୟମ ସହ ଆଲୋଚନାରେ ଯେତେ ଶୀଘ୍ର ଆମ ଦାବି ଗ୍ରହଣ କରାଯିବ ସେତେ ଭଲ ବୋଲି କହିଛନ୍ତି। ଆମର ଦାବି ପୂରଣ ହେବାମାତ୍ରେ ଆମେ ଚିକିତ୍ସା ସେବା ଆରମ୍ଭ କରିଦେବୁ ବୋଲି ଡାକ୍ତରମାନେ କହିଛନ୍ତି। ଡାକ୍ତରଙ୍କ ଏହି ଆନ୍ଦୋଳନକୁ ଏବେ ହସ୍ପିଟାଲ ନର୍ସମାନେ ମଧ୍ୟ ସମର୍ଥନ କରିଛନ୍ତି ଓ ଡ୍ୟୁଟିରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଫଳରେ ଚିକିତ୍ସା ସେବା ଏବେ ଜଟିଳ ହୋଇପଡ଼ିଛି। 

ଏଥିରେ ଯଦି କୌଣସି ରୋଗୀଙ୍କର ମୃତ୍ୟୁ ହୁଏ ତେବେ ଏଥି ପାଇଁ କିଏ ଦାୟୀ ହେବ ବୋଲି ଡାକ୍ତରଙ୍କୁ ପ୍ରଶ୍ନ କରାଯିବାରେ  ସେମାନେ ପ୍ରଶାସନ ଉପରକୁ ଦୋଷ ଠେଲିଦେଇଛନ୍ତି। ଏଥି ପାଇଁ ପ୍ରଶାସନ ଦାୟୀ ହେବ ବୋଲି କହିଛନ୍ତି। ଆନ୍ଦୋଳନରତ ଚିକିତ୍ସକମାନେ ଦେଶର ସମସ୍ତ ହେଲଥ୍ ଫ୍ୟାସେଲିଟି ମାନଙ୍କରେ ସଶସ୍ତ୍ର ସ୍ୱାସ୍ଥ୍ୟ ପୋଲିସ ମୁତୟନ ଜରିଆରେ ତତ୍କାଳ ସୁରକ୍ଷା ଉପାୟ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ କୌଣସି ହସ୍ପିଟାଲରେ ଯଦି ରୋଗୀଙ୍କ ଯତ୍ନରେ କୌଣସି ପ୍ରକାରର ଅବହେଳା ଅଥବା ଅନିୟମିତତା ଦେଖା ଯାଏ ତେବେ ଏ ନେଇ ସମ୍ପର୍କିତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ କରାଯାଇପାରେ। ତେବେ କୌଣସି ପରିସ୍ଥିତିରେ ଲୋକଙ୍କୁ ଆଇନ ନିଜ ହାତକୁ ନେବା ଉଚିତ ନୁହେଁ ବୋଲି କହିଛନ୍ତି।