ପ୍ରଥମେ ନିଜ ସିଷ୍ଟମ ଠିକ୍ କରନ୍ତୁ ରାହୁଲ ଗାନ୍ଧୀ, ପରେ ଦେଶ କଥା ଭାବିବେ
ନୂଆଦିଲ୍ଲୀ,୨୬।୫: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ପୁଣି ଥରେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବ୍ୟବସ୍ଥାକୁ ଠିକ କରିବା ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ତାଙ୍କର ନିଜସ୍ବ ବ୍ୟବସ୍ଥା ଠିକ ନାହିଁ। ପ୍ରଥମେ ନିଜ ସିଷ୍ଟମ ଠିକ୍ କରନ୍ତୁ, ପରେ ଦେଶ କଥା ଭାବିବେ। କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ସମ୍ଭଲରେ ଅବସ୍ଥିତ କାଲ୍କି ଧାମରେ ସାମ୍ବାଦିକମାନଙ୍କ ସହ […] The post ପ୍ରଥମେ ନିଜ ସିଷ୍ଟମ ଠିକ୍ କରନ୍ତୁ ରାହୁଲ ଗାନ୍ଧୀ, ପରେ ଦେଶ କଥା ଭାବିବେ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୫: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ପୁଣି ଥରେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବ୍ୟବସ୍ଥାକୁ ଠିକ କରିବା ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ତାଙ୍କର ନିଜସ୍ବ ବ୍ୟବସ୍ଥା ଠିକ ନାହିଁ। ପ୍ରଥମେ ନିଜ ସିଷ୍ଟମ ଠିକ୍ କରନ୍ତୁ, ପରେ ଦେଶ କଥା ଭାବିବେ।
କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ସମ୍ଭଲରେ ଅବସ୍ଥିତ କାଲ୍କି ଧାମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂଙ୍କ କାର୍ଯ୍ୟକାଳ ମଧ୍ୟରେ ପଛୁଆ ଶ୍ରେଣୀର ଅବସ୍ଥା ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବ୍ୟବସ୍ଥାର ଫିକ୍ସିଂ ବିଷୟରେ କହୁଛନ୍ତି, କିନ୍ତୁ ମୁଁ ପ୍ରଥମେ ତାଙ୍କ ସିଷ୍ଟମ ଠିକ କରିବାକୁ ଅନୁରୋଧ କରିବି। ଏହା ପରେ ହିଁ ଦେଶର ବ୍ୟବସ୍ଥାର ସମାଧାନ ବିଷୟରେ ଆଲୋଚନା ହେବ।
ଆଚାର୍ଯ୍ୟ ପ୍ରମୋଦ ଇଣ୍ଡିଆ ସହଯୋଗୀ ଦଳକୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳର ନେତାମାନେ ଦେଶ ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ସେମାନେ ଦିଲ୍ଲୀର ସିଂହାସନ ପାଇବାକୁ ପାଗଳ। ଦେଶ ଲୁଟ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟାଇବାକୁ ଚାହୁଁଛନ୍ତି। କାରଣ ବିରୋଧୀ ଦଳ ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ପ୍ରଧାନମନ୍ତ୍ରୀ ମୋଦି।
The post ପ୍ରଥମେ ନିଜ ସିଷ୍ଟମ ଠିକ୍ କରନ୍ତୁ ରାହୁଲ ଗାନ୍ଧୀ, ପରେ ଦେଶ କଥା ଭାବିବେ appeared first on Dharitri Odia News.