ପ୍ରଥମେ ପୁରୁଷ, ଏବେ ମହିଳା ଦଳକୁ ମାତ୍ ଦେଲା ନ୍ୟୁଜିଲାଣ୍ଡ, ସିରିଜ୍ କଲା ବରାବର

ଅହମ୍ମଦାବାଦ: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୭୬ ରନରେ ହରାଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ପୁରୁଷ ଦଳକୁ ହରାଇବା ପରେ ଏବେ ମହିଳା ଦଳକୁ ମଧ୍ୟ ଧୂଳି ଚଟାଇଛି। ବିଜୟ ସହ ମହିଳା ଦଳ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି। ଭାରତ ପକ୍ଷରୁ ରାଧା ଯାଦବ ୪୮ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇ ପାରି ନାହାନ୍ତି। ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୮୩ ରନରେ ଅଲଆଉଟ୍ ହୋଇଥିଲା।ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୨୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଦଳର ପ୍ରଥମ ଓ୍ଵିକେଟ୍ ସ୍ମୃତି ମନ୍ଧାନାଙ୍କ ରୂପେ ହରାଇଥିଲା। ମନ୍ଧାନା ନିଜର ଖରାପ ଫର୍ମ ବଜାୟ ରଖି ଖାତା ବି ଖୋଲି ପାରି ନ ଥିଲେ। ଶେଫାଳି ବର୍ମା(୧୧ ରନ) ମଧ୍ୟ ନିରାଶ କରିଥିଲେ। ୟାସ୍ତିକା ଭାଟିଆ ୧୨ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ହରମନପ୍ରୀତ କୌର ୩୫ ବଲରୁ ୨୪ ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ଜେମିମା ରୋଡ୍ରିଗଜ ୧୭ ରନ ଓ ତେଜଲ ହସବନୀସ ୧୫ ରନ କରି ଆଉଟ୍ ହୋଇଥିଲେ। ଏହି ପରି ଭାରତ ୪୭.୧ ଓଭରରେ ୧୮୩ ରନରେ ଅଲଆଉଟ୍ ହୋଇଛି।ଏକଦା ଭାରତ ୮ ଓ୍ଵିକେଟ୍ ହରାଇ ୧୦୮ ରନ କରିଥିଲା। ତେବେ ସାଇମା ଠାକୋର ଓ ରାଧା ଯାଦବ ଚମତ୍କାର ବ୍ୟାଟିଂ କରି ଦଳ ପାଇଁ

ପ୍ରଥମେ ପୁରୁଷ, ଏବେ ମହିଳା ଦଳକୁ ମାତ୍ ଦେଲା ନ୍ୟୁଜିଲାଣ୍ଡ, ସିରିଜ୍ କଲା ବରାବର

ଅହମ୍ମଦାବାଦ: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତକୁ ୭୬ ରନରେ ହରାଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ପୁରୁଷ ଦଳକୁ ହରାଇବା ପରେ ଏବେ ମହିଳା ଦଳକୁ ମଧ୍ୟ ଧୂଳି ଚଟାଇଛି। ବିଜୟ ସହ ମହିଳା ଦଳ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି। ଭାରତ ପକ୍ଷରୁ ରାଧା ଯାଦବ ୪୮ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇ ପାରି ନାହାନ୍ତି। ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୮୩ ରନରେ ଅଲଆଉଟ୍ ହୋଇଥିଲା।

ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୨୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଦଳର ପ୍ରଥମ ଓ୍ଵିକେଟ୍ ସ୍ମୃତି ମନ୍ଧାନାଙ୍କ ରୂପେ ହରାଇଥିଲା। ମନ୍ଧାନା ନିଜର ଖରାପ ଫର୍ମ ବଜାୟ ରଖି ଖାତା ବି ଖୋଲି ପାରି ନ ଥିଲେ। ଶେଫାଳି ବର୍ମା(୧୧ ରନ) ମଧ୍ୟ ନିରାଶ କରିଥିଲେ। ୟାସ୍ତିକା ଭାଟିଆ ୧୨ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ହରମନପ୍ରୀତ କୌର ୩୫ ବଲରୁ ୨୪ ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ଜେମିମା ରୋଡ୍ରିଗଜ ୧୭ ରନ ଓ ତେଜଲ ହସବନୀସ ୧୫ ରନ କରି ଆଉଟ୍ ହୋଇଥିଲେ। ଏହି ପରି ଭାରତ ୪୭.୧ ଓଭରରେ ୧୮୩ ରନରେ ଅଲଆଉଟ୍ ହୋଇଛି।

ଏକଦା ଭାରତ ୮ ଓ୍ଵିକେଟ୍ ହରାଇ ୧୦୮ ରନ କରିଥିଲା। ତେବେ ସାଇମା ଠାକୋର ଓ ରାଧା ଯାଦବ ଚମତ୍କାର ବ୍ୟାଟିଂ କରି ଦଳ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ରାଧା ଓ ସାଇମା ନବମ ଓ୍ଵିକେଟ୍ ପାଇଁ ୭୦ ରନର ଭାଗିଦାରୀ ଯୋଡ଼ିଥିଲେ। ସାଇମା ୨୯ ରନ ଓ ରାଧା ୪୮ ରନ କରି ଆଉଟ୍ ହେବା ସହ ଭାରତ ୧୮୩ ରନରେ ଅଲଆଉଟ୍ ହୋଇଥିଲା। 

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୫୯ ରନ କରିଥିଲା। ଏହି ସମୟରେ ସୋଫିଆ ଡିଭାଇନ ୮୬ ବଲରୁ ୭୯ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏଥିରେ ୭ ଚୌକା ଓ ୧ ଛକା ସାମିଲ। ସୁଜି ବେଟ୍ସ ୭୦ ବଲରୁ ୮ ଚୌକା ସହ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଜର୍ଜିଆ ମଧ୍ୟ ୪୧ ରନ ଓ ମ୍ୟାଡି ଗ୍ରୀନ ୪୨ ରନ କରିଥିଲେ।