ପ୍ରଦୂଷଣ ସଂକଟରେ ଜର୍ଜରିତ ଓଡ଼ିଶାର ଜୀବନରେଖା ମହାନଦୀ
ଏଭଳି ସ୍ଥିତିରେ ମହାନଦୀକୁ ଅକାଳ ମୃତ୍ୟୁରୁ ରୋକିବାକୁ ବେଳ ଥାଉ ଥାଉ ପ୍ରଶାସନ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ପ୍ରଦୂଷଣ ସଂକଟରେ ଜର୍ଜରିତ ଓଡ଼ିଶାର ଜୀବନରେଖା ମହାନଦୀ। ଏହାର ଜଳର ମାନକୁ ନେଇ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, ମହାନଦୀର ଜଳ ଅନେକ ସ୍ଥାନରେ ବ୍ୟବହାର ଅନୁପଯୋଗୀ ଏବଂ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏଭଳି ସ୍ଥିତିରେ ମହାନଦୀକୁ ଅକାଳ ମୃତ୍ୟୁରୁ ରୋକିବାକୁ ବେଳ ଥାଉ ଥାଉ ପ୍ରଶାସନ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।