ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ…

ଭିନେଭୁବନେଶ୍ୱର,୩୦।୯: ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ  ନାୟକ  ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ  ବଡ଼ ବୟାନ  ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ ଭିନେ ହୋଇ ଅଲଗା ପରିବାର କରିଥିଲେ ବି ଘର ମିଳିବ।  ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଯୋଗ୍ୟଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦେବ ଭାଜପା ସରକାର। ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ।  ହିତାଧିକାରୀ […] The post ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ… appeared first on Dharitri Odia News.

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ…
ଭିନେଭୁବନେଶ୍ୱର,୩୦।୯: ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ  ନାୟକ  ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ  ବଡ଼ ବୟାନ  ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ ଭିନେ ହୋଇ ଅଲଗା ପରିବାର କରିଥିଲେ ବି ଘର ମିଳିବ।  ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, ଯୋଗ୍ୟଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦେବ ଭାଜପା ସରକାର। ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ।  ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନେକ ଯୋଜନା ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଦେଶର କୋଟି ଲୋକ ସରକାରୀ ଯୋଜନାର ଲାଭ ଉଠାନ୍ତି। ନିଜର ଏକ ଘର ରହିବା ସମସ୍ତଙ୍କ ଜୀବନରେ ଏକ ବଡ଼ ସ୍ବପ୍ନ। କିନ୍ତୁ ଅନେକ ଲୋକ ଘର କରିବା ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ସଂଗ୍ରହ କରିବାରେ ଅସମର୍ଥ। ଏହିପରି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ।

୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲାଭ ପାଇବାକୁ ଆବେଦନକାରୀଙ୍କ ବାର୍ଷିକ ପାରିବାରିକ ଆୟ ୩ ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ।
୩ ଲକ୍ଷରୁ କମ୍‌ ଆୟ ଥିବା ଲୋକମାନେ ଏହି ଯୋଜନାରେ ଲାଭ ପାଇପାରିବେ। ଯେଉଁମାନଙ୍କ ପାଖରେ ଚାଳ ଘର ଅଛି ସେମାନଙ୍କୁ ପକ୍କା ଘର ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ।
ଏହି ଯୋଜନାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେଇଛନ୍ତି। ଏହି ଯୋଜନା ଅଧୀନରେ ପ୍ରାପ୍ତ ପ୍ରଥମ କିସ୍ତି ହେଉଛି ୫୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତି ହେଉଛି ୧.୫ ଲକ୍ଷ ଏବଂ ଶେଷ ଅର୍ଥାତ୍‌ ତୃତୀୟ କିସ୍ତି ହେଉଛି ୫୦ ହଜାର ଟଙ୍କା।

 

The post ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ… appeared first on Dharitri Odia News.