ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଚେତନତା ଶିବିର
ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ପ୍ରୋତ୍ସାହନ ଦେବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ତଥା ଏହି ଯୋଜନାର ପ୍ରଚାର ପାଇଁ ୟୁକୋ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍ଏଲ୍ବିସି) ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଉପରେ ଏକ ଦିନିକିଆ ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଏହି ବୈଠକରେ ବ୍ୟାଙ୍କ ଅଧିକାରୀ, ଜିଲା ପ୍ରବନ୍ଧକ, ମହାପ୍ରବନ୍ଧକ ଜିଲା ଶିଳ୍ପକେନ୍ଦ୍ର, ପ୍ରଧାନମନ୍ତ୍ରୀ […] The post ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଚେତନତା ଶିବିର appeared first on Dharitri Odia News.
ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ପ୍ରୋତ୍ସାହନ ଦେବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ତଥା ଏହି ଯୋଜନାର ପ୍ରଚାର ପାଇଁ ୟୁକୋ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍ଏଲ୍ବିସି) ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଉପରେ ଏକ ଦିନିକିଆ ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଏହି ବୈଠକରେ ବ୍ୟାଙ୍କ ଅଧିକାରୀ, ଜିଲା ପ୍ରବନ୍ଧକ, ମହାପ୍ରବନ୍ଧକ ଜିଲା ଶିଳ୍ପକେନ୍ଦ୍ର, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଶିକ୍ଷକ ଆଣ୍ଡ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ
ସମ୍ବନ୍ଧିତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଗୌତମ ପାତ୍ର, ମହାପ୍ରବନ୍ଧକ ତଥା ଆବାହକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍ଏଲ୍ବିସି), ଓଡ଼ିଶା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିବା ସହ ଯୋଜନାର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଡି. ପ୍ରଶାନ୍ତ କୁମାର ରେଡ୍ଡୀ (ଉପସଭାପତି) ତଥା ଶିଳ୍ପ ନିର୍ଦ୍ଦେଶକ ଏହି ଯୋଜନାର ଗୁରୁତ୍ୱ ଓ ଲାଭ ଉପରେ ଆଲୋକପାତ କରିଥିଲେ। କାରିଗରମାନଙ୍କୁ ସେମାନଙ୍କର ଉପତ୍ାଦ ଓ ସେବାର ଗୁଣବତ୍ତାରେ ଉନ୍ନତି ଆଣିବା ସହ ବିଶ୍ୱକର୍ମାକୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳାରେ ସମନ୍ବିତ କରିବା ପାଇଁ ସହାୟତା କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ମହେଶ କୁମାର ଚୌଧୁରୀ, ସ୍ବତନ୍ତ୍ର ସଚିବ,ଏମ୍ଏସ୍ଏମ୍ଇ ବିଭାଗ,ଡ. ପ୍ରଜ୍ଞାସ୍ମିତା ସାହୁ, ନିର୍ଦ୍ଦେଶିକା, ସଂସ୍ଥାଗତ ଋଣ, ଅର୍ଥ ବିଭାଗ, ଓଡ଼ିଶା ସରକାର, ପ୍ରିୟଙ୍କା ମଲ୍ଲିକ, ଉପ କମିଶନର, ବିଏମ୍ସି, ଏମ୍ଏସ୍ଏମ୍ଇ-ଡିଏଫ୍ଓର ଯୁଗ୍ମ ନିର୍ଦ୍ଦେଶକ ତଥା କାର୍ଯ୍ୟାଳୟ ମୁଖ୍ୟ ପି.କେ. ଗୁପ୍ତା, ଆଞ୍ଚଳିକ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ଉଦ୍ୟୋଗ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ବି. ରବି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। କର୍ମଶାଳାରେ ଯୋଜନାର ବିବରଣୀ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ଅଡିଓ ଭିଜୁଆଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ହିତାଧିକାରୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଦେଇଥିଲେ। ୨୨ା୦୮ା୨୦୨୪ ସୁଦ୍ଧା ପ୍ରଶିକ୍ଷଣ ଶେଷ ହେବା ପରେ ବ୍ୟାଙ୍କଗୁଡ଼ିକୁ ମୋଟ୍ ୬୦୭୩ ଟି ଋଣ ଆବେଦନ ମିଳିଥିଲା। ବ୍ୟାଙ୍କଗୁଡିକ ୧୪୫୬ଟି ଋଣ ମଞ୍ଜୁର କରିଥିବା ବେଳେ ୯୧୨ଟି ମାମଲାରେ ବିତରଣ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଲିଙ୍ଗରାଜ ନାୟକ, ପ୍ରଭାରୀ, ଏସ୍ଏଲ୍ବିସି ଓଡ଼ିଶା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
The post ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଚେତନତା ଶିବିର appeared first on Dharitri Odia News.