ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ପେଶିଆଲ ଡିନର ପାଇଁ ବ୍ରାଜିଲର ନିମନ୍ତ୍ରଣ, ରାଗିଲା ଚୀନ୍

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ଖବର ଆସିଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀ ପାଇଁ ବ୍ରାଜିଲ ଯିବେ ନାହିଁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଯିବାର ତାଙ୍କର ଯୋଜନାକୁ ବାତିଲ କରିପାରନ୍ତି। ତଥାପି, ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ। ଏପଟେ ବ୍ରାଜିଲ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ୱତନ୍ତ୍ର ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଛି। […] The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ପେଶିଆଲ ଡିନର ପାଇଁ ବ୍ରାଜିଲର ନିମନ୍ତ୍ରଣ, ରାଗିଲା ଚୀନ୍ appeared first on Odisha.News.

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ପେଶିଆଲ ଡିନର ପାଇଁ ବ୍ରାଜିଲର ନିମନ୍ତ୍ରଣ, ରାଗିଲା ଚୀନ୍

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ଖବର ଆସିଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀ ପାଇଁ ବ୍ରାଜିଲ ଯିବେ ନାହିଁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଯିବାର ତାଙ୍କର ଯୋଜନାକୁ ବାତିଲ କରିପାରନ୍ତି। ତଥାପି, ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ।

ଏପଟେ ବ୍ରାଜିଲ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ୱତନ୍ତ୍ର ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଛି। କୁହାଯାଉଛି ଯେ ଚୀନ୍ ଏଥିରେ ବିରକ୍ତ। ମସ୍କୋରେ କ୍ରେମଲିନ୍ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ୍ ବୁଧବାର ଘୋଷଣା କରିଛନ୍ତି, “ଋଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ୍ ବ୍ରାଜିଲରେ ଆଗାମୀ ବ୍ରିକ୍ସ ସମ୍ମିଳନୀରେ ରୁଷର ପ୍ରତିନିଧିତ୍ୱ କରିବେ, ଯେତେବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। “ବ୍ରିକ୍ସର ବର୍ତ୍ତମାନର ଅଧ୍ୟକ୍ଷ ଭାବରେ ବ୍ରାଜିଲ ଜୁଲାଇ ୬-୭ ରେ ରିଓ ଡି ଜେନେରିଓରେ ଏହାର ନିୟମିତ ୧୭ତମ ଶିଖର ସମ୍ମିଳନୀ ଆୟୋଜନ କରୁଛି।

ତେବେ ବ୍ରିକ୍ସରେ ବ୍ରାଜିଲ, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଭୁକ୍ତ। ଏହକୁ ପାଞ୍ଚଟି ଅତିରିକ୍ତ ସଦସ୍ୟ ଦେଶ ସହିତ ବିସ୍ତାର କରାଯାଇଛି। ଯେଉଁଥିରେ ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସାମିଲ।

The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ପେଶିଆଲ ଡିନର ପାଇଁ ବ୍ରାଜିଲର ନିମନ୍ତ୍ରଣ, ରାଗିଲା ଚୀନ୍ appeared first on Odisha.News.