ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୩।୧୦(ଦିଲ୍ଲୀପ ସାମଲ):  ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବିପତ୍ର ଗଞ୍ଜାମ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଦିଆଯିବା, ଅବସର ଆଶା କର୍ମୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାସିକ ପେନସନ […] The post ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୩।୧୦(ଦିଲ୍ଲୀପ ସାମଲ):  ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବିପତ୍ର ଗଞ୍ଜାମ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l

ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଦିଆଯିବା, ଅବସର ଆଶା କର୍ମୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାସିକ ପେନସନ ୫ ହଜାର ଟଙ୍କା ପ୍ରଦାନ କରାଯିବା, ସବୁ ପିଏଚ୍‌ସି/ସିଏଚ୍‌ସିରେ ଆଶା ଗୃହ ନିର୍ମାଣ କରାଯିବା ଲାଗି ଏହି ଦାବି ପତ୍ର ମାଧ୍ୟମରେ ସେମାନେ ଦାବି କରିଛନ୍ତି l

ଏହି ଦାବିପତ୍ର ପ୍ରଦାନ ବେଳେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ଗଞ୍ଜାମ ଜିଲା ସଭାନେତ୍ରୀ ଲଳିତା ଦୋରା, ଜିଲା ସମ୍ପାଦିକା ବବିତା ରାଉତ, ଜିଲା କୋଷାଧ୍ୟକ୍ଷ ସସ୍ମିତା ପାଢ଼ୀ, ଛତ୍ରପୁର ବ୍ଲକ ସଭାନେତ୍ରୀ ସୁଜାତା ପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ ସଭାନେତ୍ରୀ ମମତା ମହାନ୍ତି, ସମ୍ପାଦିକା ଲକ୍ଷ୍ମୀପ୍ରିୟା ପାତ୍ର, ଖଲ୍ଲିକୋଟ ବ୍ଲକ ସମ୍ପାଦିକା ସନ୍ତୋଷିନୀ ମହାପାତ୍ର, ପୁରୁଷୋତ୍ତମପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସମେତ ବହୁ ଆଶା କର୍ମୀ ଉପସ୍ଥିତ ଥିଲେ l

The post ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ appeared first on Dharitri Odia News.