ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ, କହିଲେ- ତାଙ୍କର ସବୁ ଗ୍ୟାରେଣ୍ଟି ‘ଫମ୍ପା’

ନୂଆଦିଲ୍ଲୀ ୧୧।୬: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପିଛିଲା ଗ୍ୟାରେଣ୍ଟି ପୂରଣ କରିନଥିବା ବେଳେ ଏବେ ଡିଣ୍ଡିମ ପିଟୁଛନ୍ତି। ଖଡଗେ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ ‘ଲୋକସଭା ନିର୍ବାଚନରେ ଦେଶ ଏମିତି ଜବାବ ଦେଲା ଯେ ମୋଦି ସରକାରଙ୍କୁ ଅନ୍ୟ ଘରୁ ଚୌକି ଉଧାର ଆଣି ଏବେ ତାଙ୍କ ସରକାରର ଘର ଚଳାଇବାକୁ ଚେଷ୍ଟା କରୁଛନ୍ତି’। ଖଡଗେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ୧୭ ଜୁଲାଇ ୨୦୨୦ରେ ଦେଶକୁ ପ୍ରଥମ ମୋଦି ଗ୍ୟାରେଣ୍ଟି ଦେଇଥିଲେ। ଏଥିରେ ସେ ୨୦୨୨ ସୁଦ୍ଧା ସବୁ ଭାରତୀୟଙ୍କ ମୁଣ୍ଡରେ ଛାତ ଥିବ ବୋଲି କହିଥିଲେ। ହେଲେ ତାଙ୍କ ଗ୍ୟାରେଣ୍ଟି ଧୂଆଁବାଣରେ ପରିଣତ ହୋଇଛି। ଏବେ ୩ କୋଟି ଆବାସର ଡିଣ୍ଡିମ ଏପରି ବାଡଉଛନ୍ତି ଯେପେରି ସେ ପିଛିଲା ଗ୍ୟାରେଣ୍ଟି ପୂରା କରିଦେଇଛନ୍ତି। ଦେଶ ଏବେ ସବୁ ଜାଣୁଛି, ଏହି ୩କୋଟି ଘର ଲାଗି ନିର୍ଦ୍ଧିଷ୍ଟ କୌଣସି ସମୟ ସୀମା ଦିଆଯାଇ ନାହିଁ। ଏହା ଏଥି  ପାଇଁ ଯେ ବିଜେପି ଗତ ୧୦ ବର୍ଷରେ କଂଗ୍ରେସର ୟୁପିଏ ତୁଳନାରେ ୧.୨ କୋଟି ଘର କମ ନିର୍ମାଣ କରିଛି। ଖଡଗେ କହିଛନ୍ତି ଯେ କଂଗ୍ରେସ ସରକାର କାଳରେ ଦେଶରେ ୪.୨ କୋଟି ବାସଗୃହ ନିର୍ମିତ ହୋଇଥିଲା। ହେଲେ ବିଜେପିର ୨୦୧୪-୨୪ ମଧ୍ୟରେ ମାତ୍ର ୩.୩ କୋଟି ଘର ନିର୍ମିତ ହୋଇପାରିଛି। ଖଡଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବାସ ଯୋଜ

ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ, କହିଲେ- ତାଙ୍କର ସବୁ ଗ୍ୟାରେଣ୍ଟି ‘ଫମ୍ପା’

ନୂଆଦିଲ୍ଲୀ ୧୧।୬: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପିଛିଲା ଗ୍ୟାରେଣ୍ଟି ପୂରଣ କରିନଥିବା ବେଳେ ଏବେ ଡିଣ୍ଡିମ ପିଟୁଛନ୍ତି। ଖଡଗେ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ ‘ଲୋକସଭା ନିର୍ବାଚନରେ ଦେଶ ଏମିତି ଜବାବ ଦେଲା ଯେ ମୋଦି ସରକାରଙ୍କୁ ଅନ୍ୟ ଘରୁ ଚୌକି ଉଧାର ଆଣି ଏବେ ତାଙ୍କ ସରକାରର ଘର ଚଳାଇବାକୁ ଚେଷ୍ଟା କରୁଛନ୍ତି’। 

ଖଡଗେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ୧୭ ଜୁଲାଇ ୨୦୨୦ରେ ଦେଶକୁ ପ୍ରଥମ ମୋଦି ଗ୍ୟାରେଣ୍ଟି ଦେଇଥିଲେ। ଏଥିରେ ସେ ୨୦୨୨ ସୁଦ୍ଧା ସବୁ ଭାରତୀୟଙ୍କ ମୁଣ୍ଡରେ ଛାତ ଥିବ ବୋଲି କହିଥିଲେ। ହେଲେ ତାଙ୍କ ଗ୍ୟାରେଣ୍ଟି ଧୂଆଁବାଣରେ ପରିଣତ ହୋଇଛି। ଏବେ ୩ କୋଟି ଆବାସର ଡିଣ୍ଡିମ ଏପରି ବାଡଉଛନ୍ତି ଯେପେରି ସେ ପିଛିଲା ଗ୍ୟାରେଣ୍ଟି ପୂରା କରିଦେଇଛନ୍ତି। ଦେଶ ଏବେ ସବୁ ଜାଣୁଛି, ଏହି ୩କୋଟି ଘର ଲାଗି ନିର୍ଦ୍ଧିଷ୍ଟ କୌଣସି ସମୟ ସୀମା ଦିଆଯାଇ ନାହିଁ। 

ଏହା ଏଥି  ପାଇଁ ଯେ ବିଜେପି ଗତ ୧୦ ବର୍ଷରେ କଂଗ୍ରେସର ୟୁପିଏ ତୁଳନାରେ ୧.୨ କୋଟି ଘର କମ ନିର୍ମାଣ କରିଛି। ଖଡଗେ କହିଛନ୍ତି ଯେ କଂଗ୍ରେସ ସରକାର କାଳରେ ଦେଶରେ ୪.୨ କୋଟି ବାସଗୃହ ନିର୍ମିତ ହୋଇଥିଲା। ହେଲେ ବିଜେପିର ୨୦୧୪-୨୪ ମଧ୍ୟରେ ମାତ୍ର ୩.୩ କୋଟି ଘର ନିର୍ମିତ ହୋଇପାରିଛି। ଖଡଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବାସ ଯୋଜନାରେ ୪୯ ଲକ୍ଷ ସହରାଞ୍ଚଳ ବାସଗୃହ ଅର୍ଥାତ ୬୦ ପ୍ରତିଶତ ବାସଗୃହର ଅଧିକାଂଶ ପଇସା ଜନତା ନିଜ ପକେଟରୁ ଖର୍ଚ୍ଚ କରିଛନ୍ତି।


ଖଡଗେ କହିଛନ୍ତି ଯେ ସହରାଞ୍ଚଳରେ ଏକ ସରକାରୀ ଘର ହାରାହାରି ୬.୫ ଲକ୍ଷ ଟଙ୍କାରେ ତିଆରି ହୋଇପାରୁଛି। ଏଥିରେ କେନ୍ଦ୍ର ସରକାର ମାତ୍ର ୧.୫ ଲକ୍ଷ ଟଙ୍କାର ଯୋଗଦାନ ଦେଉଛନ୍ତି। ଏପରି ଘର ପାଇଁ ୪୦ ପ୍ରତିଶତ ଯୋଗଦାନ ରାଜ୍ୟ ଓ ନଗରପାଳିକା ଦେଇଥାନ୍ତି। ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାକି ଅର୍ଥ ଜନତା ନିଜ ପକେଟରୁ ଦେଉଛନ୍ତି। ଏ କଥା ଆମେ ନୁହେଁ ସଂସଦୀୟ କମିଟି କହୁଛି ବୋଲି ଖଡଗେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ରେ ୩ କୋଟି ବାସଗୃହ ନିର୍ମାଣ ଲାଗି ସରକାରୀ ସହାୟତାକୁ ମଞ୍ଜୁରୀ ଦିଆଯାଇଛି।