ବାଲିପାଟଣା ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା, ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ବାଲିପାଟଣା ୧୯।୦୩ : ବାଲିପାଟଣା ଥାନା ନୂଆସାହି ବଜାର ନିକଟରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା । ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ବାଲିପାଟଣା ପୋଲିସ୍ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲୁର ବାପା କାଳନ୍ଦି ଏବେ ପୋଲିସ୍ କବ୍ଜାରେ । ଅନ୍ୟପଟେ ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଡିସିପି ସୋମବାର ରାତିରେ ପହଁଞ୍ଚି ହତ୍ୟାକାଣ୍ଡ ସ୍ଥଳପହଁଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଦେଖିଛନ୍ତି । ସ୍ଥାନୀୟ ଲୋକଙ୍କୁ ପଚରା ପଚରି କରିବା ସହ କେଉଁ ଭଳି ଭାବେ ହତ୍ୟାକାଣ୍ଡ ହୋଇଛି ତାହା ତଦନ୍ତ କରିଛନ୍ତି । ମୃତ ଅକ୍ଷୟଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ଖୁବ୍ ଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି ପ୍ରତିଶୃତି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଦିଲୁ ଏବେ ବି ଫେରାର୍ ଅଛି । ଏକ ତରଫା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରବିବାର ରାତିରେ ମଝିହରା ମହାଲାସାହି ଗାଁର ଅକ୍ଷୟ ମାଝିଙ୍କୁ ଅତି ନୃସଂସ ଭାବେ ହତ୍ୟା କରାଯାଇଥିଲା ।ଭାଉଜଙ୍କୁ ଏକତରଫା ପ୍ରେମରେ ହେଲେ ବାୟା, ସ୍ୱାମୀଙ୍କୁ ପିଟି ପିଟି ମାରିଦେଲେ ଯୁବକ
ବାଲିପାଟଣା ୧୯।୦୩ : ବାଲିପାଟଣା ଥାନା ନୂଆସାହି ବଜାର ନିକଟରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା । ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ବାଲିପାଟଣା ପୋଲିସ୍ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲୁର ବାପା କାଳନ୍ଦି ଏବେ ପୋଲିସ୍ କବ୍ଜାରେ ।

ଅନ୍ୟପଟେ ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଡିସିପି ସୋମବାର ରାତିରେ ପହଁଞ୍ଚି ହତ୍ୟାକାଣ୍ଡ ସ୍ଥଳପହଁଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଦେଖିଛନ୍ତି । ସ୍ଥାନୀୟ ଲୋକଙ୍କୁ ପଚରା ପଚରି କରିବା ସହ କେଉଁ ଭଳି ଭାବେ ହତ୍ୟାକାଣ୍ଡ ହୋଇଛି ତାହା ତଦନ୍ତ କରିଛନ୍ତି । ମୃତ ଅକ୍ଷୟଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ଖୁବ୍ ଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି ପ୍ରତିଶୃତି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଦିଲୁ ଏବେ ବି ଫେରାର୍ ଅଛି । ଏକ ତରଫା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରବିବାର ରାତିରେ ମଝିହରା ମହାଲାସାହି ଗାଁର ଅକ୍ଷୟ ମାଝିଙ୍କୁ ଅତି ନୃସଂସ ଭାବେ ହତ୍ୟା କରାଯାଇଥିଲା ।
ଭାଉଜଙ୍କୁ ଏକତରଫା ପ୍ରେମରେ ହେଲେ ବାୟା, ସ୍ୱାମୀଙ୍କୁ ପିଟି ପିଟି ମାରିଦେଲେ ଯୁବକ