ନଦୀରୁ ପଥରବନ୍ଧା ହୋଇ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ, ହତ୍ୟାକାରୀ ପ୍ରେମିକ ଗିରଫ

ଆନନ୍ଦପୁର ୨୯/୧୨: ବାହା ହେବାକୁ ଜିଦ୍‌ କରିବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ । ମୃତଦେହକୁ ବାଇକରେ ନେଇ ହାତରେ ଓ ଅଣ୍ଟାରେ ପଥର ବାନ୍ଧି ନଦୀରେ ଭସାଇଦେଲା । ଅଭିଯୁକ୍ତ ପ୍ରେମିକ ଗିରଫ ହେବା ପରେ ମାନିଛି ସବୁ ସତ । ପ୍ରେସମିଟ୍‌ରେ ପୁରା ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ଆନନ୍ଦପୁର ଏସ୍‌ଡିପିଓ। ଆନନ୍ଦପୁର ମନୋହରପୁର ଗାଁର ବଲକା ଟୁଡୁ ଓ ଘଷିପୁରା ହାତୀନଚା ଗାଁର ମେରୀ ବିଶ୍ରା । ଭଦ୍ରକରେ ଏକାଠି କାମ କରିବା ସମୟରେ ପରସ୍ପର ପ୍ରେମରେ ପଡିଥିଲେ । ସଂପର୍କ ନିବିଡ ହେବା ପରେ ଉଭୟ ପତି-ପତ୍ନୀ ଭାବରେ ୩ ବର୍ଷ ହେବ ଏକାଠି ରହୁଥିଲେ । ତେବେ ମେରୀ, ବଲକାଙ୍କ ଠାରୁ ବୟସରେ ଯଥେଷ୍ଟ ବଡ ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ  ସଂପର୍କ ଠିକଠାକ ଚାଲିଥିଲା । ତେବେ ଏମିତି ମିଛିମିଛିକା ସ୍ବାମୀ-ସ୍ତ୍ରୀ ସଂପର୍କରେ ସନ୍ତୁଷ୍ଟ ନଥିଲେ ମେରୀ । ବଲକାଙ୍କ ନିକଟରେ ବାହା ହୋଇ ଶାଶୁ ଘରକୁ ଯିବାକୁ ଜିଦି କରିଥିଲେ । ହେଲେ ଏଥିରେ ରାଜି ହୋଇନଥିଲେ ବଲକା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଧିରେ ଧିରେ ସଂପର୍କ ଖରାପ ହେବାକୁ ଲାଗିଥିଲା । ଆଉ ମେରୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ ବଲକା । ୧୫ ଦିନ ପୂର୍ବରୁ ମେରୀକୁ ନିଜ ଘର ମନୋହରପୁରକୁ ନେଇ ଆସିଥିଲା ବଲକା । କିଛି ଦିନ ସେଠାରେ ରହିବା ପରେ ଗତ ୨୬ ତାରିଖ ରାତିରେ ମେରୀକୁ ହତ୍ୟା କରିବା ପାଇଁ ପ୍ଲାନ କରିଥିଲା । ରାତିରେ ସୁଯୋଗ ଦେଖି ତଣ୍ଟିଚିପି ହତ୍ୟା କର

ନଦୀରୁ ପଥରବନ୍ଧା ହୋଇ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ, ହତ୍ୟାକାରୀ ପ୍ରେମିକ ଗିରଫ

ଆନନ୍ଦପୁର ୨୯/୧୨: ବାହା ହେବାକୁ ଜିଦ୍‌ କରିବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ । ମୃତଦେହକୁ ବାଇକରେ ନେଇ ହାତରେ ଓ ଅଣ୍ଟାରେ ପଥର ବାନ୍ଧି ନଦୀରେ ଭସାଇଦେଲା । ଅଭିଯୁକ୍ତ ପ୍ରେମିକ ଗିରଫ ହେବା ପରେ ମାନିଛି ସବୁ ସତ । ପ୍ରେସମିଟ୍‌ରେ ପୁରା ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ଆନନ୍ଦପୁର ଏସ୍‌ଡିପିଓ। 

ଆନନ୍ଦପୁର ମନୋହରପୁର ଗାଁର ବଲକା ଟୁଡୁ ଓ ଘଷିପୁରା ହାତୀନଚା ଗାଁର ମେରୀ ବିଶ୍ରା । ଭଦ୍ରକରେ ଏକାଠି କାମ କରିବା ସମୟରେ ପରସ୍ପର ପ୍ରେମରେ ପଡିଥିଲେ । ସଂପର୍କ ନିବିଡ ହେବା ପରେ ଉଭୟ ପତି-ପତ୍ନୀ ଭାବରେ ୩ ବର୍ଷ ହେବ ଏକାଠି ରହୁଥିଲେ । ତେବେ ମେରୀ, ବଲକାଙ୍କ ଠାରୁ ବୟସରେ ଯଥେଷ୍ଟ ବଡ ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ  ସଂପର୍କ ଠିକଠାକ ଚାଲିଥିଲା । 

ତେବେ ଏମିତି ମିଛିମିଛିକା ସ୍ବାମୀ-ସ୍ତ୍ରୀ ସଂପର୍କରେ ସନ୍ତୁଷ୍ଟ ନଥିଲେ ମେରୀ । ବଲକାଙ୍କ ନିକଟରେ ବାହା ହୋଇ ଶାଶୁ ଘରକୁ ଯିବାକୁ ଜିଦି କରିଥିଲେ । ହେଲେ ଏଥିରେ ରାଜି ହୋଇନଥିଲେ ବଲକା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଧିରେ ଧିରେ ସଂପର୍କ ଖରାପ ହେବାକୁ ଲାଗିଥିଲା । ଆଉ ମେରୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ ବଲକା । ୧୫ ଦିନ ପୂର୍ବରୁ ମେରୀକୁ ନିଜ ଘର ମନୋହରପୁରକୁ ନେଇ ଆସିଥିଲା ବଲକା । 

କିଛି ଦିନ ସେଠାରେ ରହିବା ପରେ ଗତ ୨୬ ତାରିଖ ରାତିରେ ମେରୀକୁ ହତ୍ୟା କରିବା ପାଇଁ ପ୍ଲାନ କରିଥିଲା । ରାତିରେ ସୁଯୋଗ ଦେଖି ତଣ୍ଟିଚିପି ହତ୍ୟା କରିଥିଲା । ପରେ ମୃତଦେହକୁ ବାଇକରେ ନେଇ ହାତରେ ଓ ଅଣ୍ଟାରେ ପଥର ବାନ୍ଧି ଗାଁ ନିକଟ ବୈତରଣୀ ନଦୀର ସୁନାମୁନୀ ଘାଟରେ ଭସାଇ ଦେଇଥିଲା । 

ରବିବାର ପୋଲିସ ଦାମକଳବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରିଥିଲା । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଆରମ୍ଭ ହୋଇଥିଲା ଛାନଭିନ । ଗାଁ ଲୋକଙ୍କ ଠାରୁ ସୁରାଗ ପାଇ ବଲକାକୁ ଉଠାଇ ଆଣିଥିଲା ପୋଲିସ । ଜେରା ପରେ ସବୁ ସତ ମାନିଯାଇଥିଲା ବଲକା । ପୋଲିସ ଘଟଣାସ୍ଥଳରୁ କେତେକ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ହତ୍ୟା ଅଭିଯୋଗରେ ବଲକାକୁ ଗିରଫ କରି ତଦନ୍ତ କରୁଛି ପୋଲିସ ।