ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲାନି ଅଜିତ ପାଓ୍ୱାରଙ୍କ NCP ଗୋଷ୍ଠୀ
ନୂଆଦିଲ୍ଲୀ ୧୦।୦୬ : କ୍ୟାବିନେଟ୍ ମନ୍ତ୍ରୀ ପଦ ନ ମିଳିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନି ଏନ୍ସିପି(ଅଜିତ ପାୱାରଙ୍କ ଗୋଷ୍ଠୀ)। ଦଳର ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଆମକୁ ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ପ୍ରଭାର) ପଦ ଅଫର୍ କରାଯାଇଥିଲା । କିନ୍ତୁ ପ୍ରଫୁଲ ପଟେଲ୍ କେନ୍ଦ୍ର ସରକାରରେ ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାମ କରିସାରିଛନ୍ତି । ତେଣୁ ଆମେ ରାଷ୍ଟ୍ରମନ୍ତ୍ରୀ ପଦକୁ ସ୍ୱୀକାର କରିନାହୁଁ । କିଛି ଦିନ ଅପେକ୍ଷା କରିବାକୁ ପଡୁ ପଛକେ ଆମକୁ କ୍ୟାବିନେଟ୍ ମନ୍ତ୍ରଣାଳୟ ଆବଶ୍ୟକ। ବର୍ତ୍ତମାନ ଆମ ନିକଟରେ ଜଣେ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ଅଛନ୍ତି । କିନ୍ତୁ ଆଗାମୀ ୨-୩ ମାସ ମଧ୍ୟରେ ରାଜ୍ୟସଭାରେ ଆମ ସାଂସଦଙ୍କ ସଂଖ୍ୟା ୩ରେ ପହଞ୍ଚିବ । ଏଥିସହିତ ସଂସଦରେ ଆମ ସାଂସଦଙ୍କ ସଂଖ୍ୟା ୪ ହୋଇଯିବ । ତେଣୁ ଦଳକୁ ଗୋଟିଏ କ୍ୟାବିନେଟ୍ ମନ୍ତ୍ରଣାଳୟ ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ଯେ, ଅଜିତ ପାୱାରଙ୍କ ନେତତ୍ୱାଧୀନ ଏନ୍ସିପି ନରେନ୍ଦ୍ର ମୋଦି ସରକାରରେ ଏକ କ୍ୟାବିନେଟ୍ ମନ୍ତ୍ରୀ ପଦ ଚାହୁଁଥିଲା । ତେଣୁ ସେମାନେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ପଦକୁ ଖାରଜ କରିଛନ୍ତି । ଏକ ମେଣ୍ଟ ସରକାରରେ ଏକ ଫର୍ମୁଲା ପ୍ରସ୍ତୁତ କରିବାକୁ
ନୂଆଦିଲ୍ଲୀ ୧୦।୦୬ : କ୍ୟାବିନେଟ୍ ମନ୍ତ୍ରୀ ପଦ ନ ମିଳିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନି ଏନ୍ସିପି(ଅଜିତ ପାୱାରଙ୍କ ଗୋଷ୍ଠୀ)। ଦଳର ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଆମକୁ ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ପ୍ରଭାର) ପଦ ଅଫର୍ କରାଯାଇଥିଲା । କିନ୍ତୁ ପ୍ରଫୁଲ ପଟେଲ୍ କେନ୍ଦ୍ର ସରକାରରେ ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାମ କରିସାରିଛନ୍ତି । ତେଣୁ ଆମେ ରାଷ୍ଟ୍ରମନ୍ତ୍ରୀ ପଦକୁ ସ୍ୱୀକାର କରିନାହୁଁ । କିଛି ଦିନ ଅପେକ୍ଷା କରିବାକୁ ପଡୁ ପଛକେ ଆମକୁ କ୍ୟାବିନେଟ୍ ମନ୍ତ୍ରଣାଳୟ ଆବଶ୍ୟକ। ବର୍ତ୍ତମାନ ଆମ ନିକଟରେ ଜଣେ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ଅଛନ୍ତି । କିନ୍ତୁ ଆଗାମୀ ୨-୩ ମାସ ମଧ୍ୟରେ ରାଜ୍ୟସଭାରେ ଆମ ସାଂସଦଙ୍କ ସଂଖ୍ୟା ୩ରେ ପହଞ୍ଚିବ । ଏଥିସହିତ ସଂସଦରେ ଆମ ସାଂସଦଙ୍କ ସଂଖ୍ୟା ୪ ହୋଇଯିବ । ତେଣୁ ଦଳକୁ ଗୋଟିଏ କ୍ୟାବିନେଟ୍ ମନ୍ତ୍ରଣାଳୟ ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।
ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ଯେ, ଅଜିତ ପାୱାରଙ୍କ ନେତତ୍ୱାଧୀନ ଏନ୍ସିପି ନରେନ୍ଦ୍ର ମୋଦି ସରକାରରେ ଏକ କ୍ୟାବିନେଟ୍ ମନ୍ତ୍ରୀ ପଦ ଚାହୁଁଥିଲା । ତେଣୁ ସେମାନେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ପଦକୁ ଖାରଜ କରିଛନ୍ତି । ଏକ ମେଣ୍ଟ ସରକାରରେ ଏକ ଫର୍ମୁଲା ପ୍ରସ୍ତୁତ କରିବାକୁ ପଡିଥାଏ। ତାହା କୌଣସି ଦଳ ଲାଗି ଭାଙ୍ଗି ହେବ ନାହିଁ। ଯେତେବେଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ସେତେବେଳେ ଏନ୍ସିପି ସଂପର୍କରେ ବିଚାର କରାଯିବ ବୋଲି ମୁଁ ନିଶ୍ଚିତ ଅଛି । ପୂର୍ବରୁ ଏନ୍ଡିଏର ସହଯୋଗୀ ଦଳ ଏନ୍ସିପିରେ କ୍ୟାବିନେଟ୍ ମନ୍ତ୍ରୀ ପଦକୁ ନେଇ ଆଭ୍ୟନ୍ତରୀଣ ବିବାଦ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନ୍ସିପି ଖାତାକୁ ଗୋଟିଏ ମନ୍ତ୍ରୀ ପଦ ଯାଇଥିବା ବେଳେ ଦଳର ଦୁଇ ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନୀଲ ତଟକରେଙ୍କ ମଧ୍ୟରେ ତାକୁ ମତଭେଦ ଆରମ୍ଭ ହୋଇଥିବା କୁହାଯାଇଥିଲା । ପରେ କିନ୍ତୁ ଏନ୍ସିପିରେ କୌଣସି ଆଭ୍ୟନ୍ତରୀଣ ମତଭେଦ ନଥିବା ଜଣାପଡ଼ିଥିଲା ।
ମହାରାଷ୍ଟ୍ରରେ ଏନ୍ସିପି, ବିଜେପି ଓ ଏକନାଥ ଶିନ୍ଦେଙ୍କ ଶିବସେନା ମିଶି ସରକାର ଗଠନ କରିଛନ୍ତି । ଏହି ତିନି ଦଳ ମିଶି ସେଠାରେ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏନ୍ସିପି ଗୋଟିଏ ଆସନ ଜିତିଥିବାରୁ ମୋଦି ୩.୦ରେ ଦଳକୁ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଅଫର୍ ଦିଆଯାଇଥିଲା । ଦଳର ବରିଷ୍ଠ ନେତା ପ୍ରଫୁଲ୍ ଫଟେଲଙ୍କୁ ସେହି ପଦ ଅଫର୍ କରାଯାଇଥିବା ବେଳେ ସେ ତାକୁ ‘ଡିମୋସନ’ ବୋଲି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିଲେ।