ଶ୍ରୀମନ୍ଦିରରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ, ବଡ଼ଦେଉଳ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୦୨।୦୯ : ଶ୍ରୀମନ୍ଦିରରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ। ବଡ଼ଦେଉଳରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଆଶିଷ କାମନା କଲେ ଆର୍‌ବିଆଇ ଗଭର୍ଣ୍ଣର ଶକିକାନ୍ତ ଦାସ ଏବଂ ତାଙ୍କ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଳିକ ସେବାୟତ,  ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍‌ପି ପିନାକ ମିଶ୍ର ଉପସ୍ଥିତ ରହିଥିଲେ। ଏଥି ସହିତ ଆର୍‌ବିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ସୋମାବାର ଦିନ ସକାଳ ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ପତ୍ନୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ବଡଦେଉଳ ସମ୍ମୁଖରୁ କୌଳିକ ସେବାୟତ ଆର୍‌ବିଆଇ ଗଭର୍ଣ୍ଣରଙ୍କୁ ପାଛୋଟି ନେବା ସହ ସିଂହଦ୍ବାର ନିକଟରେ ଥିବା ପତିତପାବନଙ୍କୁ ଦର୍ଶନ କରାଇଥିଲେ। ପରେ ବାଇଶି ପାହଚ ଦେଇ ଆର୍‌ବିଆଇ ଗଭର୍ଣ୍ଣର ଭିତକୁ ପ୍ରବେଶ କରିଥିଲେ। ମନ୍ଦିର ଭିତର ବେଢ଼ା ପରିକ୍ରମା କରିବା ସହ ଗର୍ଭଗୃହ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିଥିଲେ  ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏବଂ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷକାମନା କରିଥିଲେ।

ଶ୍ରୀମନ୍ଦିରରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ, ବଡ଼ଦେଉଳ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୦୨।୦୯ : ଶ୍ରୀମନ୍ଦିରରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ। ବଡ଼ଦେଉଳରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଆଶିଷ କାମନା କଲେ ଆର୍‌ବିଆଇ ଗଭର୍ଣ୍ଣର ଶକିକାନ୍ତ ଦାସ ଏବଂ ତାଙ୍କ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଳିକ ସେବାୟତ,  ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍‌ପି ପିନାକ ମିଶ୍ର ଉପସ୍ଥିତ ରହିଥିଲେ। ଏଥି ସହିତ ଆର୍‌ବିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସୋମାବାର ଦିନ ସକାଳ ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ପତ୍ନୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ବଡଦେଉଳ ସମ୍ମୁଖରୁ କୌଳିକ ସେବାୟତ ଆର୍‌ବିଆଇ ଗଭର୍ଣ୍ଣରଙ୍କୁ ପାଛୋଟି ନେବା ସହ ସିଂହଦ୍ବାର ନିକଟରେ ଥିବା ପତିତପାବନଙ୍କୁ ଦର୍ଶନ କରାଇଥିଲେ। ପରେ ବାଇଶି ପାହଚ ଦେଇ ଆର୍‌ବିଆଇ ଗଭର୍ଣ୍ଣର ଭିତକୁ ପ୍ରବେଶ କରିଥିଲେ। ମନ୍ଦିର ଭିତର ବେଢ଼ା ପରିକ୍ରମା କରିବା ସହ ଗର୍ଭଗୃହ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିଥିଲେ  ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏବଂ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷକାମନା କରିଥିଲେ।