ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଆସିଲେ ତାମିଲନାଡୁ ମଠର ଶଙ୍କରାଚାର୍ଯ୍ୟ, କରିବେ ୪୦ ଦିନିଆ ଖାସ୍ ଯଜ୍ଞ
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚାରି ପ୍ରମୁଖ ପୀଠର ଶଙ୍କରାଚାର୍ଯ୍ୟ ସର୍ବସମ୍ମତ ମନେ ହେଉନାହାଁନ୍ତି। ଜ୍ୟୋତିଷ ଏବଂ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏହି ସମାରୋହକୁ ବିରୋଧ କରୁଥିବାବେଳେ ଶ୍ରୀଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚାରୋଟି ପ୍ରମୁଖ ପୀଠଠାରୁ ପୃଥକ ଭାବରେ ଚାଲୁଥିବା କାଞ୍ଚି କାମକୋଟି ପୀଠ ଏବଂ ଏହାର ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ତାମିଲନାଡୁର କାଞ୍ଚିପୁରମର କାଞ୍ଚି କାମକୋଟି […] The post ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଆସିଲେ ତାମିଲନାଡୁ ମଠର ଶଙ୍କରାଚାର୍ଯ୍ୟ, କରିବେ ୪୦ ଦିନିଆ ଖାସ୍ ଯଜ୍ଞ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚାରି ପ୍ରମୁଖ ପୀଠର ଶଙ୍କରାଚାର୍ଯ୍ୟ ସର୍ବସମ୍ମତ ମନେ ହେଉନାହାଁନ୍ତି। ଜ୍ୟୋତିଷ ଏବଂ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏହି ସମାରୋହକୁ ବିରୋଧ କରୁଥିବାବେଳେ ଶ୍ରୀଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚାରୋଟି ପ୍ରମୁଖ ପୀଠଠାରୁ ପୃଥକ ଭାବରେ ଚାଲୁଥିବା କାଞ୍ଚି କାମକୋଟି ପୀଠ ଏବଂ ଏହାର ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।
ତାମିଲନାଡୁର କାଞ୍ଚିପୁରମର କାଞ୍ଚି କାମକୋଟି ମଠର ଶଙ୍କରାଚାର୍ଯ୍ୟ ବିଜୟ ସରସ୍ବତୀ ସ୍ବାମୀଗଲ ଶୁକ୍ରବାର କହିଛନ୍ତି , ଜାନୁଆରୀ ୨୨ରେ କାଶୀ ଯଜ୍ଞଶାଳା ମନ୍ଦିରରେ ୪୦ ଦିନିଆ ପୂଜା କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି ପୂଜା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସହିତ ଅନୁଷ୍ଠିତ ହେବ ଏବଂ ୪୦ ଦିନ ପର୍ଯ୍ୟନ୍ତ ଚାଲିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ସମଗ୍ର ଦେଶରେ ତୀର୍ଥସ୍ଥାନ ଏବଂ ପରିସରଗୁଡ଼ିକର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ନେତୃତ୍ୱରେ କେଦାରନାଥ ଏବଂ କାଶୀ ବିଶ୍ୱନାଥ ମନ୍ଦିର ବିସ୍ତାର କରାଯାଇଛି।
The post ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଆସିଲେ ତାମିଲନାଡୁ ମଠର ଶଙ୍କରାଚାର୍ଯ୍ୟ, କରିବେ ୪୦ ଦିନିଆ ଖାସ୍ ଯଜ୍ଞ appeared first on Dharitri Odia News.