ପ୍ରଧାନମନ୍ତ୍ରୀଙ୍କୁ ପଦବୀରୁ ହଟାଇଲେ ଥାଇଲ୍ୟାଣ୍ଡ କୋର୍ଟ
ନୂଆଦିଲ୍ଲୀ: କିଛି ଦିନ ତଳେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟୋର୍ଣ୍ଣ ସିନାୱାତ୍ରାଙ୍କର ଏକ ଫୋନ କଲ ଲିକ ହୋଇଥିଲା। ଯେଉଁଥିରେ ସେ ଏକ ସୀମା ବିବାଦକୁ ନେଇ ଜଣେ ବରିଷ୍ଠ କାମ୍ବୋଡିଆନ୍ ନେତାଙ୍କ ସହ କଥା ବାର୍ତ୍ତା ହୋଇଥିଲେ। ଏହାକୁ ନେଇ ପରବର୍ତ୍ତୀ ସମୟରେ ସେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହି ମାମଲାକୁ ନେଇ ବର୍ତ୍ତମାନ୍ ସେଠାକାର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦିନ ନିଷ୍ପତ୍ତି ଶୁଣାଇଛନ୍ତି। ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ପଦବୀରୁ ନିଲମ୍ବିତ କରାଯାଇଥିବା କୋର୍ଟ କହିଛନ୍ତି। […] The post ପ୍ରଧାନମନ୍ତ୍ରୀଙ୍କୁ ପଦବୀରୁ ହଟାଇଲେ ଥାଇଲ୍ୟାଣ୍ଡ କୋର୍ଟ appeared first on Odisha.News.
ନୂଆଦିଲ୍ଲୀ: କିଛି ଦିନ ତଳେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟୋର୍ଣ୍ଣ ସିନାୱାତ୍ରାଙ୍କର ଏକ ଫୋନ କଲ ଲିକ ହୋଇଥିଲା। ଯେଉଁଥିରେ ସେ ଏକ ସୀମା ବିବାଦକୁ ନେଇ ଜଣେ ବରିଷ୍ଠ କାମ୍ବୋଡିଆନ୍ ନେତାଙ୍କ ସହ କଥା ବାର୍ତ୍ତା ହୋଇଥିଲେ। ଏହାକୁ ନେଇ ପରବର୍ତ୍ତୀ ସମୟରେ ସେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହି ମାମଲାକୁ ନେଇ ବର୍ତ୍ତମାନ୍ ସେଠାକାର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦିନ ନିଷ୍ପତ୍ତି ଶୁଣାଇଛନ୍ତି।
ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ପଦବୀରୁ ନିଲମ୍ବିତ କରାଯାଇଥିବା କୋର୍ଟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଉପପ୍ରଧାନମନ୍ତ୍ରୀ ସୁରିଆ ଜୁଙ୍ଗରୁଙ୍ଗ୍ରୁଙ୍ଗକିଟ୍ ଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କରାଯିବା ନେଇ ଆଶା କରାଯାଉଛି। ତେବେ ନୀତିଶାସ୍ତ୍ର ଉଲ୍ଲଂଘନ ଅଭିଯୋଗ ଆଣିଥିବା ଆବେଦନ ଉପରେ ବିଚାରପତି ମାନେ ସର୍ବସମ୍ମତିକ୍ରମେ ଭୋଟ ଦେଇଥିଲେ ଏବଂ ତାଙ୍କୁ ପଦରୁ ନିଲମ୍ବିତ କରିବା ପାଇଁ ୭-୨ ଭୋଟ ମିଳିଥିଲା।କୋର୍ଟ ସିନାୱାତ୍ରାଙ୍କୁ ପ୍ରମାଣ ଉପସ୍ଥାପିତ କରିବା ପାଇଁ ୧୫ ଦିନର ସମୟ ଦେଇଛନ୍ତି।
ଗତ ମେ ୨୮ ତାରିଖରେ ଦୁଇ ଦେଶ ମଧ୍ୟରେ ଏକ ସଶସ୍ତ୍ର ଯୁଦ୍ଧ ହୋଇଥିଲା। ଯେଉଁଥିରେ ଜଣେ କାମ୍ବୋଡିଆନ୍ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଏହି ଉତ୍ତେଜନାକୁ ହ୍ରାସ କରିବାକୁ ଯାଇ ଜୁନ୍ ୧୫ ତାରିଖରେ ସେ କାମ୍ବୋଡିଆନ୍ ସିନେଟ୍ ଅଧ୍ୟକ୍ଷ ହୁନ୍ ସେନଙ୍କ ସହ ଫୋନ୍ରେ କଥା ହୋଇଥିଲେ ଓ ଏହି ଫୋନ୍ କଲ୍ ଲିକ୍ ହୋଇଯାଇଥିଲା।ଯାହାଫଳରେ ଦେଶରେ ପ୍ରତିବାଦ ବଢ଼ିବାରେ ଲାଗିଥିଲା।କୋର୍ଟ ନେଇଥିବା ନିଷ୍ପତ୍ତିକୁ ନେଇ ଶିନାୱାତ୍ରା କହିଛନ୍ତି ଯେ ସେ ଆଇନଗତ ପ୍ରକ୍ରିୟାକୁ ଗ୍ରହଣ କରିବେ ଓ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସମସ୍ତ ଚେଷ୍ଟା କରିବେ।
ଦେଶର ସୁରକ୍ଷା ପାଇଁ କାମ କରିବା ଓ ଶାନ୍ତି ବଜାୟ ରଖିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶ କୌଣସି ସମସ୍ୟାର ସମ୍ମୁଖୀନ ନହେଉ ଓ କୌଣସି ସୈନିକଙ୍କୁ ଯେପରି କ୍ଷତି ନ ପହଞ୍ଚୁ ସେଥିପାଇଁ ସେ ଏହି ଯୁଦ୍ଧକୁ କିପରି ଏଡାଇବେ। ତେବେ ଶିନାୱାତ୍ରା ତାଙ୍କ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇବା ସହ ଫୋନ୍ କଲ୍ ଲିକ୍ ଯୋଗୁଁ ଯେଉଁ ଅସୁବିଧା ହୋଇଛି ସେଥିପାଇଁ ସେ ଲୋକମାନଙ୍କୁ କ୍ଷମା ମାଗିଥିଲେ।
The post ପ୍ରଧାନମନ୍ତ୍ରୀଙ୍କୁ ପଦବୀରୁ ହଟାଇଲେ ଥାଇଲ୍ୟାଣ୍ଡ କୋର୍ଟ appeared first on Odisha.News.