ବୁଧବାର ଜମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍; ୨୬ ଆସନରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଶ୍ରୀନଗର,୨୪।୯: ଆସନ୍ତାକାଲି ଅର୍ଥାତ୍ ବୁଧବାର ଜମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏହାର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ଥମିଛି । ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବୁଥ୍ ମୁହାଁ ହୋଇଛନ୍ତି ପୁଲିଂ ପାର୍ଟି । ଏହି ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ୨୫ ଲକ୍ଷ ୭୦ ହଜାର ଭୋଟର ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ୩,୫୦୨ଟି ବୁଥ୍ ପ୍ରତିଷ୍ଠା କରାଯାଇଥିଲା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା । ଆସନ୍ତା ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟରେ ବାକି ୪୦ ଆସନରେ ମତଦାନ ହେବ । ଅକ୍ଟୋବର ୮ ତାରିଖରେ ରେଜଲ୍ଟ ଆସିବ ।
ଶ୍ରୀନଗର,୨୪।୯: ଆସନ୍ତାକାଲି ଅର୍ଥାତ୍ ବୁଧବାର ଜମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏହାର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ଥମିଛି । ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବୁଥ୍ ମୁହାଁ ହୋଇଛନ୍ତି ପୁଲିଂ ପାର୍ଟି । ଏହି ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ ।
ଦ୍ବିତୀୟ ପର୍ଯ୍ୟାୟରେ ୨୫ ଲକ୍ଷ ୭୦ ହଜାର ଭୋଟର ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ୩,୫୦୨ଟି ବୁଥ୍ ପ୍ରତିଷ୍ଠା କରାଯାଇଥିଲା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା । ଆସନ୍ତା ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟରେ ବାକି ୪୦ ଆସନରେ ମତଦାନ ହେବ । ଅକ୍ଟୋବର ୮ ତାରିଖରେ ରେଜଲ୍ଟ ଆସିବ ।