ବିନାଶ ଅଭିମୁଖେ ବିଶ୍ୱ... ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, 2025ରେ ଜୀବଜଗତର ବିନାଶ ଆରମ୍ଭ
ନୂଆଦିଲ୍ଲୀ 18/07 : ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଥରେ ଚର୍ଚ୍ଚା। ବୁଲଗେରିଆର ପ୍ରସିଦ୍ଧ ଦୃଷ୍ଟିହୀନ ଫକିର ବାବା ଭେଙ୍ଗାଙ୍କ କଥା ତାଙ୍କ ମୃତ୍ୟୁର ପ୍ରାୟ ତିନି ଦଶନ୍ଧି ପରେ ମଧ୍ୟ ଲୋକଙ୍କୁ କରୁଛି ଭୟଭୀତ। ତାଙ୍କର ଭବିଷ୍ୟବାଣୀ ଦର୍ଶାଏ ଯେ 2025 ରେ ଜୀବଜଗତର ବିନାଶ ଆରମ୍ଭ ହେବ । ଗୋଟିଏ ପରେ ଗୋଟିଏ ବିନାଶକାରୀ ଘଟଣା ମାଧ୍ୟମରେ ଏହା ଘଟିବ । 1911 ମସିହାରେ ଜନ୍ମିତ ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧର ପୂର୍ବାନୁମାନ କରିଥିଲେ। କୁହାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧରେ ତାଙ୍କର ଅନେକ ଭବିଷ୍ୟବାଣୀ ହୋଇଛି ସତ। 1996ରେ ଭେଙ୍ଗାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ପରବର୍ତ୍ତୀ ଶହଶହ ବର୍ଷ ପାଇଁ କରିଯାଇଛନ୍ତି ଭବିଷ୍ୟବାଣୀ । ବାବା ଭେଙ୍ଗା ଆସନ୍ତା ବର୍ଷ ଅର୍ଥାତ୍ 2025 ପାଇଁ ଭବିଷ୍ୟବାଣୀ କରିଥିଲେ ଯେ ଏହା ମାନବତାର ପତନ ବର୍ଷ ହେବ। ତାଙ୍କର ଭବିଷ୍ୟବାଣୀରୁ ଜଣାପଡିଛି ଯେ 2025 ମସିହାରେ ୟୁରୋପରେ ଏକ ବିପର୍ଯ୍ୟୟ ଆରମ୍ଭ ହେବ, ଯାହା ଦ୍ୱାରା ବ୍ୟାପକ ଧ୍ୱଂସ ଘଟିବ ଏବଂ ମାଳଦ୍ୱୀପକୁ ଏହା ଖୁବ୍ ପ୍ରଭାବିତ କରିବ। ସେହିଭଳି 2028 ସୁଦ୍ଧା ମଣିଷ ଶୁକ୍ରର ଶକ୍ତି କ୍ଷମତାର ସନ୍ଧାନ କରିବ। ଏଥି ସହିତ, ସେ 2033ରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପରିଣାମ ବିଷୟରେ ପୂର୍ବାନୁମାନ କରିଛନ୍ତି। ବରଫ ତରଳିବା ଦ୍ୱାରା ସମଗ୍ର ବିଶ୍ୱରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ । 2130କୁ ଏଲିଏନଙ୍କ ସହ ମାନବ ଯୋଗାଯୋଗ
ନୂଆଦିଲ୍ଲୀ 18/07 : ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଥରେ ଚର୍ଚ୍ଚା। ବୁଲଗେରିଆର ପ୍ରସିଦ୍ଧ ଦୃଷ୍ଟିହୀନ ଫକିର ବାବା ଭେଙ୍ଗାଙ୍କ କଥା ତାଙ୍କ ମୃତ୍ୟୁର ପ୍ରାୟ ତିନି ଦଶନ୍ଧି ପରେ ମଧ୍ୟ ଲୋକଙ୍କୁ କରୁଛି ଭୟଭୀତ। ତାଙ୍କର ଭବିଷ୍ୟବାଣୀ ଦର୍ଶାଏ ଯେ 2025 ରେ ଜୀବଜଗତର ବିନାଶ ଆରମ୍ଭ ହେବ । ଗୋଟିଏ ପରେ ଗୋଟିଏ ବିନାଶକାରୀ ଘଟଣା ମାଧ୍ୟମରେ ଏହା ଘଟିବ । 1911 ମସିହାରେ ଜନ୍ମିତ ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧର ପୂର୍ବାନୁମାନ କରିଥିଲେ। କୁହାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧରେ ତାଙ୍କର ଅନେକ ଭବିଷ୍ୟବାଣୀ ହୋଇଛି ସତ। 1996ରେ ଭେଙ୍ଗାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ପରବର୍ତ୍ତୀ ଶହଶହ ବର୍ଷ ପାଇଁ କରିଯାଇଛନ୍ତି ଭବିଷ୍ୟବାଣୀ ।

ବାବା ଭେଙ୍ଗା ଆସନ୍ତା ବର୍ଷ ଅର୍ଥାତ୍ 2025 ପାଇଁ ଭବିଷ୍ୟବାଣୀ କରିଥିଲେ ଯେ ଏହା ମାନବତାର ପତନ ବର୍ଷ ହେବ। ତାଙ୍କର ଭବିଷ୍ୟବାଣୀରୁ ଜଣାପଡିଛି ଯେ 2025 ମସିହାରେ ୟୁରୋପରେ ଏକ ବିପର୍ଯ୍ୟୟ ଆରମ୍ଭ ହେବ, ଯାହା ଦ୍ୱାରା ବ୍ୟାପକ ଧ୍ୱଂସ ଘଟିବ ଏବଂ ମାଳଦ୍ୱୀପକୁ ଏହା ଖୁବ୍ ପ୍ରଭାବିତ କରିବ। ସେହିଭଳି 2028 ସୁଦ୍ଧା ମଣିଷ ଶୁକ୍ରର ଶକ୍ତି କ୍ଷମତାର ସନ୍ଧାନ କରିବ। ଏଥି ସହିତ, ସେ 2033ରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପରିଣାମ ବିଷୟରେ ପୂର୍ବାନୁମାନ କରିଛନ୍ତି। ବରଫ ତରଳିବା ଦ୍ୱାରା ସମଗ୍ର ବିଶ୍ୱରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ । 2130କୁ ଏଲିଏନଙ୍କ ସହ ମାନବ ଯୋଗାଯୋଗର ବର୍ଷ ବୋଲି କହିଛନ୍ତି ଭେଙ୍ଗା । 2170 ମସିହାରେ ବିଶ୍ୱରେ ମରୁଡ଼ିର ପୂର୍ବାନୁମାନ କରିଛନ୍ତି ସେ।

ବୋଧହୁଏ ଭେଙ୍ଗାର ସବୁଠାରୁ ବିଚଳିତ ଭବିଷ୍ୟବାଣୀ ହେଉଛି 3005 । ସେ ବର୍ଷ ପୃଥିବୀ ଏବଂ ମଙ୍ଗଳ ମଧ୍ୟରେ ଯୁଦ୍ଧ ସୂଚିତ କରିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ 3797 ସୁଦ୍ଧା ପୃଥିବୀ ବାସହୀନ ହୋଇଯିବ ଏବଂ ମାନବିକତାକୁ ଅନ୍ୟତ୍ର ଆଶ୍ରୟ ନେବାକୁ ବାଧ୍ୟ କରିବ। ପରିଶେଷରେ 5079ରେ ପୃଥିବୀରୁ ସବୁକିଛି ନଷ୍ଟ ହୋଇଯିବ। ତେବେ 2024 ପାଇଁ ବାବାଭେଙ୍ଗା କରିଥିବା ଆଉ କିଛି ଭବିଷ୍ୟବାଣୀ ଉପରେ ନଜର ପକାନ୍ତୁ...
ସୌର ଝଡ଼- ବାବା ଭଙ୍ଗା 2024ରେ ଏକ ବୃହତ୍ ସୌର ଝଡ଼ର ପୂର୍ବାନୁମାନ କରିଥିଲେ। ଯାହା ପାୱାର ଗ୍ରୀଡ୍ ଏବଂ ଯୋଗାଯୋଗ ପ୍ରଣାଳୀ ସମେତ ପୃଥିବୀର ପ୍ରଯୁକ୍ତିବିଦ୍ୟାରେ ବ୍ୟାପକ ବାଧା ସୃଷ୍ଟି କରିପାରେ।
bioweapons And Epidemic- ସେ ଜୈବିକ ଅସ୍ତ୍ର ବ୍ୟବହାର ବିଷୟରେ ଭବିଷ୍ୟବାଣୀ କରିଥିଲେ, ଯାହା ଦ୍ୱାରା ବ୍ୟାପକ ମହାମାରୀ ହୋଇପାରେ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ ।
କକ୍ଷପଥ ପରିବର୍ତ୍ତନ- ପୃଥିବୀ କକ୍ଷପଥରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପୂର୍ବାନୁମାନ କରାଯାଇଥିଲା। ଏହିପରି କକ୍ଷପଥ ପରିବର୍ତ୍ତନ ଅତ୍ୟଧିକ ପାଣିପାଗ ପରିସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇପାରେ ।
ଲ୍ୟାବରେ ଶିଶୁ ଜନ୍ମ- ଭେଙ୍ଗା ବାବା ବାୟୋଟେକ୍ନୋଲୋଜିରେ ଅଗ୍ରଗତିର ଭବିଷ୍ୟବାଣୀ କରିଥିଲେ ଯାହାକି ଲାବୋରେଟୋରୀରେ ମଣିଷକୁ ଜନ୍ମଦେବାର କ୍ଷମତା ରଖିବ । ମଣିଷ ଏଲିଏନ୍ ମାନଙ୍କ ସହିତ ଯୋଗାଯୋଗ କରିବ।
ଦୁର୍ଭିକ୍ଷ- ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ଏବଂ ଭୌଗୋଳିକ ବିବାଦ କାରଣରୁ ବିଶ୍ୱ ଦୁର୍ଭିକ୍ଷର ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା । ଏହା ଦୁର୍ଭିକ୍ଷ ଏବଂ ସାମାଜିକ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିପାରେ ।
Also Read- ଏବେ ମହାକାଶରେ ମିଳିବେ ଏଲିୟନ ! ଖୋଜିବା ପାଇଁ ବୈଜ୍ଞାନିକ ପାଇଲେ ସଠିକ୍ ଉପାୟ
ବଢିବ AI- ଭବିଷ୍ୟତର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ AI। AI ର ଏହି ବୃଦ୍ଧି ଶିଳ୍ପ, ନିଯୁକ୍ତି ଏବଂ ଦୈନନ୍ଦିନ ଜୀବନରେ ଅଦୃଶ୍ୟ ପରିବର୍ତ୍ତନ ଆଣିପାରେ । ଏହାସହ ବାବା ଭେଙ୍ଗା ମନ ନିୟନ୍ତ୍ରଣ ଏବଂ ମାନବ ବୃଦ୍ଧିରେ ସକ୍ଷମ ଟେକ୍ନୋଲୋଜିର ବିକାଶ ବିଷୟରେ ବି କରିଥିଲେ ଭବିଷ୍ୟବାଣୀ ।
ଭେଙ୍ଗାଙ୍କ ଭବିଷ୍ୟବାଣୀ ଭୟଭୀତ କରାଏ କାରଣ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ ହୋଇଛି। ସେ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ହେଉକି 9/11 ଆକ୍ରମଣ। ସେଥିପାଇଁ ଭେଙ୍ଗାଙ୍କ ଭବିଷ୍ୟବାଣୀ ଏକ ଚେତାବନୀ ଭାବରେ କାର୍ଯ୍ୟ କରୁଛି ।